ETV Bharat / bharat

କରୋନା ଫାସରେ ଶିଶୁ, ସତର୍କ କରାଇଲା ୟୁନିସେଫ୍‌ - ଫାଶରେ ଶୈଶବ

କୋରୋନା ଫାଶରେ ଶୈଶବ ମାନବ ଜାତିର ଜୀବନ, ଜୀବିକା ଏବଂ ଆଶା ଓ ଅଭିଳାଷକୁ ପ୍ରଭାବିତ କରିବା ସହିତ ଅର୍ଥବ୍ୟବସ୍ଥା ଏବଂ ବାଣିଜ୍ୟ କ୍ଷେତ୍ରକୁ ଚୂର୍ଣ୍ଣବିଚୂର୍ଣ୍ଣ କରି ଦେଶଗୁଡ଼ିକୁ ଭୟଭୀତ କରାଉଛି ବିଶ୍ବ ମହାମାରୀ କୋରୋନା । ଭାରତର ଭବିଷ୍ୟତ ଉପରେ କୋରୋନାର ପ୍ରଭାବ ଅତି ଭୟଙ୍କର ହେବ ବୋଲି ନିକଟରେ ମିଳିତ ଜାତିସଂଘ ଶିଶୁ ବିକାଶ ପାଣ୍ଠି ବା ୟୁନିସେଫ୍‌ ସତର୍କ କରାଇ ଦେଇଛି । ଅଧିକ ପଢନ୍ତୁ....

heading-in-english-coronas-trap-on-childhood

author img

By

Published : May 19, 2020, 8:44 PM IST

କୋରୋନା ଫାଶରେ ଶୈଶବ ମାନବ ଜାତିର ଜୀବନ, ଜୀବିକା ଏବଂ ଆଶା ଓ ଅଭିଳାଷକୁ ପ୍ରଭାବିତ କରିବା ସହିତ ଅର୍ଥବ୍ୟବସ୍ଥା ଏବଂ ବାଣିଜ୍ୟ କ୍ଷେତ୍ରକୁ ଚୂର୍ଣ୍ଣବିଚୂର୍ଣ୍ଣ କରି ଦେଶଗୁଡ଼ିକୁ ଭୟଭୀତ କରାଉଛି ବିଶ୍ବ ମହାମାରୀ କୋରୋନା । ଭାରତର ଭବିଷ୍ୟତ ଉପରେ କୋରୋନାର ପ୍ରଭାବ ଅତି ଭୟଙ୍କର ହେବ ବୋଲି ନିକଟରେ ମିଳିତ ଜାତିସଂଘ ଶିଶୁ ବିକାଶ ପାଣ୍ଠି ବା ୟୁନିସେଫ୍‌ ସତର୍କ କରାଇ ଦେଇଛି । କୋରୋନା ଭୂତାଣୁ ସଂକ୍ରମଣ ପରବର୍ତ୍ତୀ ସମୟରେ ମ୍ୟାଲେରିଆ ଏବଂ ପୋଲିଓ ଭଳି ରୋଗ ଉପରେ ଧ୍ୟାନ ଦେବା ଲାଗି ଗତ ମାସରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆହ୍ବାନ ଦେଇଥିଲା । ଛୋଟପିଲାଙ୍କ ଉପରେ କୋରୋନା ଭାଇରସ୍‌ର କୁପ୍ରଭାବକୁ ନେଇ ୟୁନିସେଫର ଉଦ୍‌ବେଗରୁ ହିଁ ପିଲାଙ୍କ ଉପରେ କୋରୋନା ଭାଇରସ୍‌ ପ୍ରଭାବର ମାତ୍ରା ସଂପର୍କରେ ଏକ ଆଶଙ୍କା ବିଜଡ଼ିତ ଚିତ୍ର ମିଳିଥାଏ । ତାଲାବନ୍ଦ ବା ଲକ୍‌ଡାଉନ୍‌ ଏବଂ କର୍ଫ୍ୟୁ ଯୋଗୁଁ ଅନେକ ସ୍ଥାନରେ ପରିବହନ ବ୍ୟବସ୍ଥା ଠପ୍‌ ହୋଇଯାଇଛି, ଲୋକେ ଚାକିରି ହରାଇଛନ୍ତି, ଏବଂ ସ୍ବାଭାବିକ ସ୍ବାସ୍ଥ୍ୟସେବା ସୁବିଧା ଉପଲବ୍‌ଧ ହେଉନାହିଁ । ଏସବୁ କାରଣରୁ ପିତାମାତାଙ୍କ ରୋଜଗାର ଭୀଷଣ ଭାବରେ ପ୍ରଭାବିତ ହେବ ଏବଂ ଏହା ଫଳରେ ଅପପୁଷ୍ଟି ଏବଂ ଅନାହାର ଯୋଗୁଁ ଅନେକ ଶିଶୁଙ୍କ ମୃତ୍ୟୁ ଘଟିବା ଆଶଙ୍କା ଉପୁଜିବ ବୋଲି ୟୁନିସେଫ୍‌ର ଉଦ୍‌ବେଗରେ ଗୁରୁତ୍ବାରୋପ କରାଯାଇଛି । ଆଗାମୀ ଛଅ ମାସ ଭିତରେ 118ଟି ଅନୁନ୍ନତ ଏବଂ ବିକାଶଶୀଳ ଦେଶରେ ପ୍ରତିଦିନ ଅଧିକ ଛଅ ହଜାର ଶିଶୁ ମୃତ୍ୟୁମୁଖରେ ପଡ଼ିବେ ବୋଲି କଳନା କରାଯାଇଛି ।

ଉଦ୍‌ବେଗର ବିଷୟ ଯେ, ସର୍ବାଧିକ ଶିଶୁମୃତ୍ୟୁ ତାଲିକାରେ ଥିବା ଦଶଟି ଦେଶ ଭିତରେ ଭାରତ ସ୍ଥାନ ପାଇଛି ଏବଂ ଏଥିରେ ଇଥିଓପିଆ, କଙ୍ଗୋ, ତାଞ୍ଜାନିଆ, ନାଇଜେରିଆ, ଉଗାଣ୍ଡା, ପାକିସ୍ତାନ ପ୍ରଭୃତି ଦେଶ ରହିଛନ୍ତି । ଏହି ମୃତ୍ୟୁସଂଖ୍ୟା ସହିତ ନିଜର ପଞ୍ଚମ ଜନ୍ମଦିନ ପୂର୍ବରୁ ପୃଥିବୀରୁ ବିଦାୟ ନେଉଥିବା ହତଭାଗ୍ୟ ଶିଶୁଙ୍କ ସଂଖ୍ୟା ବି ରହିଛି । ଉପଯୁକ୍ତ ପୋଷଣ ଏବଂ ମୌଳିକ ଚିକିତ୍ସା ସୁବିଧା ଅଭାବରୁ ଅକାଳରେ ମୃତ୍ୟୁମୁଖରେ ପଡୁଥିବା ଶିଶୁମାନଙ୍କ ସଂଖ୍ୟା ନିୟନ୍ତ୍ରଣ କରିବା ସେହି ସବୁ ଦେଶର ଦାୟିତ୍ବ । ଠିକ୍‌ ସମୟରେ ପ୍ରତିକାରମୂଳକ ପଦକ୍ଷେପ ନିଆ ନଗଲେ ପରିସ୍ଥିତି ଆହୁରି ଖରାପ ହୋଇପଡ଼ିବ ବୋଲି ୟୁନିସେଫ୍‌ର ଚେତାବନୀ.. ଭାରତ ସମେତ ଉକ୍ତ ଶତାଧିକ ଦେଶକୁ ସତର୍କ କରାଇ ଦେବା ଉଚିତ ! କୋଭିଡ୍‌ ସଂକଟ କାରଣରୁ, ଶିଶୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବିପର୍ଯ୍ୟସ୍ତ ଅବସ୍ଥା ଆହୁରି ବିଷମ ସ୍ଥିତି ଉତ୍ପନ୍ନ କରିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ୟୁନିସେଫ୍‌ ଏବଂ ଦି ଲାନ୍‌ସେଟ୍‌ ଜର୍ଣ୍ଣାଲ ପକ୍ଷରୁ କରାଯାଇଥିବା ଏକ ମିଳିତ ଅନୁଧ୍ୟାନ ରିପୋର୍ଟରେ ଦର୍ଶାଯାଇଛି ଯେ, କେନ୍ଦ୍ରୀୟ ଆଫ୍ରିକା, ଚାଦ୍, ଏବଂ ସୋମାଲିଆ ଭଳି ଦେଶରେ ଶିଶୁ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଅତି ଶୋଚନୀୟ ଅବସ୍ଥାରେ ରହିଛି । ଏହି ଅନୁଧ୍ୟାନ ରିପୋର୍ଟରେ 180ଟି ଦେଶ ତାଲିକାରେ ଭାରତ 131 ପାହ୍ୟାରେ ରହିଛି ! ଅପପୁଷ୍ଟି ଜନିତ ସ୍ଥିତି ନିୟନ୍ତ୍ରିତ ହେଉଛି ବୋଲି ସରକାରଙ୍କ ଦାବି ସତ୍ତ୍ବେ ପ୍ରତି ବର୍ଷ ସାତ ଲକ୍ଷ ଶିଶୁ ଅକାଳରେ ପ୍ରାଣ ହରାଉଛନ୍ତି ।

ଅପପୁଷ୍ଟି ନିରାକରଣ ନିମନ୍ତେ କାର୍ଯ୍ୟକାରୀ ହୋଇଥିବା ପ୍ରମୁଖ ପ୍ରକଳ୍ପ- ‘ପୋଷଣ ଅଭିଯାନ’ ଏବଂ ସାଢ଼େ ଚାରି ଦଶନ୍ଧି ଧରି ପରିଚାଳିତ ସମନ୍ବିତ ଶିଶୁ ବିକାଶ ସେବା (ICDS) କାର୍ଯ୍ୟକ୍ରମକୁ ଗମ୍ଭୀରତାର ସହ ସମୀକ୍ଷା କରିବା ଏବଂ ଦୋଷଦୁର୍ବଳତା ଦୂର କରିବାର ସମୟ ଆସିଛି । ସଂପ୍ରତି ବିଶ୍ବର 177ଟି ଦେଶରେ 130 କୋଟିରୁ ଅଧିକ ଶିଶୁ ସ୍କୁଲ୍‌ ଯିବାକୁ ଅକ୍ଷମ । କୋଟି କୋଟି ସଂଖ୍ୟାରେ ଶିଶୁମାନେ ସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରୁ ବଞ୍ଚିତ ହେଉଛନ୍ତି । 37ଟି ଦେଶର ପାଖାପାଖି 12 କୋଟି ଶିଶୁ ମିଳିମିଳା ପ୍ରତିଷେଧକ ଇଞ୍ଜେକ୍‌ସନ ନେବାରେ ଅକ୍ଷମ ବୋଲି ପରିସଂଖ୍ୟାନରୁ ଜଣାପଡ଼ିଛି ଏବଂ ବର୍ତ୍ତମାନ କୋରୋନା ବିଶ୍ବ ମହାମାରୀ ସମୟରେ ସେମାନେ କେତେ ବଡ଼ ବିପଦ ଆଶଙ୍କାରେ ରହିଛନ୍ତି ତାହା ଅନୁମେୟ । ଦେଶର 40% ଶିଶୁଙ୍କ ପାଖରେ ପ୍ରତିଷେଧକ ଟିକା ଏବଂ ଭିଟାମିନ୍‌ ପହଞ୍ଚି ପାରୁନାହିଁ । ଏଭଳି ସ୍ଥିତିରେ ଶିଶୁମୃତ୍ୟୁ ହାର ବନ୍ଦରିବା ଦିଗରେ ସରକାର ନେଉଥିବା ପଦକ୍ଷେପରୁ ହିଁ ଦେଶର ଭବିଷ୍ୟତ ନିର୍ଦ୍ଧାରିତ ହେବ । ମାନବୀୟ ବିକାଶ କ୍ଷେତ୍ରରେ ସ୍ଥାୟୀ ଲକ୍ଷ୍ୟ ହାସଲ ପାଇଁ ଶିଶୁ କଲ୍ୟାଣ ଏକ ପ୍ରମୁଖ ଉପାଦାନ । ବ୍ୟବସ୍ଥା ବଜାୟ ରଖିବା ସହିତ, ଭବିଷ୍ୟତ ବଂଶଧର ଶିଶୁମାନଙ୍କୁ ସୁରକ୍ଷିତ ରଖିବା ମଧ୍ୟ ସରକାରମାନଙ୍କର ମୁଖ୍ୟ କର୍ତ୍ତବ୍ୟ ଏବଂ ଦାୟିତ୍ବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.