ETV Bharat / bharat

ରତନଲାଲଙ୍କ ପତ୍ନୀଙ୍କୁ ଚାକିରୀ, 1 କୋଟି କ୍ଷତିପୂରଣ ଘୋଷଣା

author img

By

Published : Feb 26, 2020, 5:15 PM IST

ଦିଲ୍ଲୀ ହିଂସାରେ ପ୍ରାଣ ହରାଇଥିବା ହେଡ କନଷ୍ଟେବଳ ରତନ ଲାଲଙ୍କ ପରିବାରକୁ ମିଳିଛି କ୍ଷତିପୂରଣ । ଅଧିକ ପଢନ୍ତୁ...

head-constable
head-constable

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ଜୀବନ ହାରିଥିବା ହେଡ କନଷ୍ଟେବଳ ରତନ ଲାଲଙ୍କ ପରିବାରକୁ ମିଳିଛି କ୍ଷତିପୂରଣ । ସିକର ସାଂସଦ ସୁମେଧାନନ୍ଦ 1 କୋଟି ଟଙ୍କାର ଆର୍ଥକ ଅନୁକମ୍ପା ଘୋଷଣା କରିବା ସହ ପତ୍ନୀଙ୍କୁ ନିଯୁକ୍ତି ମିଳିବା ନେଇ କହିଛନ୍ତି ।

ରତନ ଲାଲଙ୍କ ପତ୍ନୀଙ୍କୁ ଚାକିରୀ ଓ 1 କୋଟି କ୍ଷତିପୂରଣ ଘୋଷଣା

ସେପଟେ ମୃତକଙ୍କ ପରିବାର ଶହୀଦ ମାନ୍ୟତା ମାଗିଛନ୍ତି । ବୁଧବାର ରତନ ଲାଲଙ୍କ ମୃତ ଶରୀର ଗୌରବତଲବ ଜିଲ୍ଲାର ତିହାବଲୀ ପୈତୃକ ଗ୍ରାମରେ ପହଁଚିଥିଲା । ମୃତଦେହ ପହଁଚିବା କ୍ଷଣି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

ରାଜଧାନୀ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ସପକ୍ଷକାରୀ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ପଥର ପିଙ୍ଗା ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ଉଗ୍ର ହିଂସାର ରୂପ ନେଇଥିଲା । ଶାନ୍ତି ଫେରାଇ ଆଣିବାକୁ ହେଡ୍ କନଷ୍ଟେବଳ ରତନ ନିଯୁକ୍ତ ରହିଥିବାବେଳେ ଗୁଳି ମାଡ଼ରେ ତାଙ୍କର ମୃତ୍ୟୁ ଘଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.