ETV Bharat / bharat

ଲାଠିକୁ ବଂଶୀ କରି ବାଦକ ସାଜିଛନ୍ତି କନେଷ୍ଟବଳ, ଦେଖନ୍ତୁ ଭିଡିଓ

author img

By

Published : May 30, 2019, 2:13 PM IST

ଅନେକ ଅପ୍ରିତୀକର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ନିଜ ଅମୋଘ ଅସ୍ତ୍ର ଲାଠିକୁ ପ୍ରୟୋଗ କରେ । ମାତ୍ର ଏମିତି ଜଣେ ପୋଲିସ ଯିଏ ନିଜ ଲାଠିକୁ ବଂଶୀରେ ପରିବର୍ତ୍ତନ କରିଛନ୍ତି । ଫାଇବର ଲାଠିକୁ ବଂଶୀ କରି ସୁମଧୁର ସ୍ବରରେ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରୁଛନ୍ତି ।

ଡିଜାଇନ ଫଟୋ

ବେଙ୍ଗାଲୁରୁ: ହାତରେ ଲାଠି ସହ ଖାକି ପୋଷାକଧାରୀଙ୍କୁ ଦେଖିଲେ ଛୋଟ, ବଡ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୁଏ । ଅନେକ ଅପ୍ରିତୀକର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ନିଜ ଅମୋଘ ଅସ୍ତ୍ର ଲାଠିକୁ ପ୍ରୟୋଗ କରେ । ମାତ୍ର ଏମିତି ଜଣେ ପୋଲିସ ଯିଏ ନିଜ ଲାଠିକୁ ବଂଶୀରେ ପରିବର୍ତ୍ତନ କରିଛନ୍ତି । ଫାଇବର ଲାଠିକୁ ବଂଶୀ କରି ସୁମଧୁର ସ୍ବରରେ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରୁଛନ୍ତି ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ@@deepolice12

ପେସାରେ ପୋଲିସ । ମାତ୍ର ସୃଜନଶୀଳତା ଓ କଳ୍ପନା ପ୍ରବଣତା ଖୁନ୍ଦି ହୋଇଥିବା ମଣିଷଟିଏ ସେ । ହେଡ୍‌ କନେଷ୍ଟବଳ ଚନ୍ଦ୍ରକାନ୍ତ ହୁଟଗି(52) ଲାଠିକୁ ବଇଁଶୀରେ ପରିବର୍ତ୍ତନ କରିଛନ୍ତି । ଖାଲି ବଂଶୀରେ ପରିବର୍ତ୍ତନ କରିନାହାଁନ୍ତି । ତାଙ୍କ ବଂଶୀ ଧୁନ୍‌ ଶୁଣିଦେଲେ ଯେ କେହିବି କ୍ଷଣିକ ପାଇଁ ସ୍ତବ୍ଧ ହୋଇ କାନପାତି ଶୁଣିବ । ନିଜ ଡ୍ୟୁଟି ସମୟରେ ଚନ୍ଦ୍ରକାନ୍ତ ଏପରି ରଚନାତ୍ମକ ବଂଶୀବାଦନ କରିବା ସହ ନିଜ ସୃତନଶୀଳତାର ପରିଚୟ ଦେଇଛନ୍ତି । ଚନ୍ଦ୍ରକାନ୍ତ କର୍ଣ୍ଣାଟକର ହୁବୁଳି ଗ୍ରାମୀଣ ପୋଲିସ ଷ୍ଟେସନରେ କାର୍ଯ୍ୟରତ ଅଛନ୍ତି । ବର୍ଷ 2007ରୁ ଫାଇବର ଲାଠିରେ ସେ ଛିଦ୍ର କରି ବଇଁଶୀର ରୂପ ଦେଇ ବଜାଇ ଆସୁଛନ୍ତି ।

ଚନ୍ଦ୍ରକାନ୍ତଙ୍କ ଏହି ସୁମଧୁର ଲାଠି ରୂପକ ବଂଶୀର ଧୁନ ସେତେବେଳେ ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ବେଙ୍ଗାଲୁରୁ ଥାନା ଅଧିକାରୀ ଆଇପିଏସ୍‌ ଭାସ୍କର ରାଓ ଭିଡିଓକୁ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରିଥିଲେ । ଫାଇବର ଲାଠିକୁ ସଙ୍ଗୀତ ଉପକରଣରେ ପରିବର୍ତ୍ତନ କରିଛନ୍ତି ହେଡ୍‌ କନେଷ୍ଟବଳ ଚନ୍ଦ୍ରକାନ୍ତ, ତାଙ୍କ ପାଇଁ ଆମ ଗର୍ବିତ ବୋଲି ନିଜ ଟ୍ବିଟରେ ଭାସ୍କର ରାଓ ଲେଖିଛନ୍ତି ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଏ ପର୍ଯ୍ୟନ୍ତ 8000ରୁ ଅଧିକ ଥର ଦେଖାଯାଇଥିବା ବେଳେ ଅନେକ ମଜାଦାର 1000ରୁ ଅଧିକ ଲାଇକ ଓ କମେଣ୍ଟ ମିଳିଛି ।

Intro:Body:

fsds

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.