ବେଙ୍ଗାଲୁର: ଭାଙ୍ଗିଲା କୁମାରଙ୍କ ସରକାର, ସରିଲା କର୍ଣ୍ଣାଟକ ନାଟକ । ଆସ୍ଥା ଭୋଟରେ ବହୁମତ ନପାଇବା ପରେ ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟି ଦେଇଛନ୍ତି ଇସ୍ତଫାପତ୍ର ।
ମେଣ୍ଟଦଳର ବିଦ୍ରୋହୀ ବିଧାୟକଙ୍କୁ ସନ୍ତୁଷ୍ଟ କରିବାରେ ବିଫଳ ହୋଇଥିଲେ କୁମାର । ତିନି ସପ୍ତାହ ଧରି ଚାଲିଥିବା ଏହି ହାଇ ଭୋଲଟେଜ ଡ଼୍ରାମାର ଆଜି ଘଟିଛି ପତନ । କୁମାର ସ୍ବାମୀ ଇସ୍ତଫା ଦେବା ପରେ ରାଜ୍ୟପାଳ ବାଲା ତାଙ୍କ ତ୍ୟାଗପତ୍ରକୁ ଗ୍ରହଣ କରିଛନ୍ତି ।