ETV Bharat / bharat

ରାଜନୀତିରୁ ସନ୍ନ୍ୟାସ ନେବେ କୁମାରସ୍ବାମୀ !

ରାଜନୀତିରୁ ସନ୍ନ୍ୟାସ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି କୁମାରସ୍ବାମୀ । ଶନିବାର ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ସେ ଏଭଳି କହିଛନ୍ତି ।

author img

By

Published : Aug 3, 2019, 7:16 PM IST

ଫାଇଲ ଫଟୋ

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଗାଦିଚ୍ୟୁତ ହେବାର ମାସେ ନପୁରୁଣୁ ରାଜନୀତିରୁ ସନ୍ନ୍ୟାସ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି କୁମାରସ୍ବାମୀ । ଶନିବାର ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ମୁଁ ଭୁଲ ବଶତଃ ରାଜନୀତିରେ ପ୍ରବେଶ କରିଥିଲି । ମୁଖ୍ୟମନ୍ତ୍ରୀ ମଧ୍ୟ ଭୁଲ ବଶତଃ ହୋଇଯାଇଥିଲି । ଭଗବାନ ମତେ 2 ଥର ମୁଖ୍ୟମନ୍ତ୍ର ହେବାର ସୁଯୋଗ ଦେଇଥିଲେ । 14 ମାସରେ ଯାହା କରିଛି ରାଜ୍ୟର ବିକାଶ ପାଇଁ କରିଛି । ମୁଁ ନିଜ କାମରେ ସନ୍ତୁଷ୍ଟ ।

ଆଜିକା ଦିନରେ ରାଜନୀତି କେଉଁ ଆଡେ ଗତି କରୁଛି, ତାହା ମୁଁ ଅନୁଧ୍ୟାନ କରୁଛି । ଏହା ଭଲ ଲୋକଙ୍କ ପାଇଁ ନୁହେଁ । ରାଜନୀତି ବର୍ତ୍ତମାନ ଜାତି ଧର୍ମ ଉପରେ ନିର୍ଭର କରୁଛି । ମୁଁ ପଦ ଛାଡି ଦେଇଛି । ଏବେ ମୋତେ ଶାନ୍ତିରେ ରହିବାକୁ ଦିଅନ୍ତୁ ବୋଲି କହିଛନ୍ତି କୁମାରସ୍ବାମୀ ।

ରାଜନୀତିରୁ ଦୂରେଇ ରହିବାର ଇଚ୍ଛା ପ୍ରକାଶ କରି କୁମାରସ୍ବାମୀ କହିଛନ୍ତି, ଆଗକୁ ମୋତେ ଆଉ ରାଜନୀତିରେ ପ୍ରବେଶ କରିବାର ନାହିଁ । ଶାସନ କ୍ଷମତାରେ ରହିବା ସମୟରେ ମୁଁ ଭଲ କାମ କରିଛି । ବର୍ତ୍ତମାନ ମୁଁ କେବଳ ଲୋକଙ୍କ ମନରେ ଶାନ୍ତି ଦେଖିବାକୁ ଚାହୁଁଛି ।

ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକରେ 14 ମାସ ଧରି ଚାଲିଥିବା କଂଗ୍ରେସ-ଜେଡିଏସ ମେଣ୍ଟ ସରକାରରୁ 16 ବିଦ୍ରୋହୀ ବିଧାୟକ ଇସ୍ତଫା ଦେବାପରେ କୁମାରସ୍ବାମୀ ସରକାର ସଙ୍କଟରେ ପଡିଥିଲା । ଏହାର ଫାଇଦା ଉଠାଇ ବିଜେପି କୁମାରସ୍ବାମୀଙ୍କ ବିରୋଧରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା । ତେବେ କୁମାରସ୍ବାମୀ ଗୃହରେ ସଂଖ୍ୟାଗଷ୍ଠତା ପ୍ରମାଣ କରିବାରେ ଅସଫଳ ହୋଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.