ହାଇଦ୍ରାବାଦ: ମହିଳା ପଶୁ ଡାକ୍ତରଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର 4 ଅଭିଯୁକ୍ତଙ୍କ ଏନକାଉଣ୍ଟରକୁ ତେଲାଙ୍ଗାନା ହାଇକୋର୍ଟ ଗମ୍ଭୀରତାର ସହ ନେଇଛନ୍ତି । ସୋମବାର ରାତି 8ଟା ପର୍ଯ୍ୟନ୍ତ ଅଭଯୁକ୍ତଙ୍କ ମୃତଦେହ ଗୁଡିକୁ ସୁରକ୍ଷିତ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଏନକାଉଣ୍ଟର ବିରୁଦ୍ଧରେ ଦାଖଲ ହୋଇଥିବା ଆବେଦନ ଉପରେ କୋର୍ଟ ସୋମବାର ସକାଳ 10ଟା 30ରେ ଶୁଣାଣି କରିବେ ।
ମେହବୁଦନଗର କୋର୍ଟର ଭିଡିଓ ଫୁଟେଜ ଦାଖଲ କରିବାକୁ ମଧ୍ୟ ତେଲାଙ୍ଗାନା ହାଇକୋର୍ଟ ଆଦେଶ ଦେଇଛନ୍ତି । ଏହି ମାମଲାରେ ମାନବାଧିକାର ଆୟୋଗର ଏକ ଟିମ ଶନିବାର ହାଇଦ୍ରାବାଦ ଯିବା ନେଇ ଜଣାପଡିଛି ।