ETV Bharat / bharat

ସ୍ବାସ୍ଥ୍ୟକର୍ମୀଙ୍କ ପିପିଇ କିଟକୁ ନେଇ ଦାୟର ଯାଚିକାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ - ପିପିଇ କିଟର ଯାଚିକାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

କୋରୋନା ମହାମାରୀ ସମୟରେ ସ୍ବାସ୍ଥ୍ୟ କର୍ମୀଙ୍କୁ ସୁରକ୍ଷା ଉପକରଣ (ପିପିଇ) ଯୋଗାଇ ନଦେବା ଅଭିଯୋଗକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସ୍ବାସ୍ଥ୍ୟକର୍ମୀଙ୍କ ପିପିଇ କିଟକୁ ନେଇ ଦାୟର ଯାଚିକାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

author img

By

Published : May 15, 2020, 12:38 AM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ସମୟରେ ସ୍ବାସ୍ଥ୍ୟ କର୍ମୀଙ୍କୁ ସୁରକ୍ଷା ଉପକରଣ (ପିପିଇ) ଯୋଗାଇ ନଦେବା ଅଭିଯୋଗକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଡାକ୍ତରଖାନାରେ ରୋଗୀଙ୍କୁ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କୁ ପିପିଏ କିଟ୍ ଯୋଗାଇଦେବା ଅଭିଯୋଗରେ କର୍ତ୍ତୃପକ୍ଷଙ୍କ ବିଫଳତାକୁ ନେଇ ଗୁରୁବାର ହାଇକୋର୍ଟରେ ଏହି ଆବେଦନ କରାଯାଇଥିଲା ।

ଜଷ୍ଟିସ ମନମୋହନ ଏବଂ ଜଷ୍ଟିସ ସଞ୍ଜଭ ନରୁଲାଙ୍କ ଏକଜଣିଆ ଖଣ୍ଡପୀଠ ଶୁଣାଣି ପରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏନଜିଓ ଜଷ୍ଟିସଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଏହି ଖଣ୍ଡପୀଠ ମନ୍ତବ୍ୟ ଦେଇଛି ଯେ କେନ୍ଦ୍ର ଏବଂ ଦିଲ୍ଲୀ ସରକାର ସନ୍ତୋଷଜନକ କାର୍ଯ୍ୟ କରୁଛନ୍ତି ଏବଂ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲା ଉପରେ ଦୃଷ୍ଟି ରଖିଛନ୍ତି ।

ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରି କୁହାଯାଇଛି ଯେ ଉକ୍ତ ଆବେଦନ କରିବା ପୂର୍ବରୁ ସଂଗଠନ କର୍ତ୍ତୃପକ୍ଷଙ୍କୁ କୌଣସି ରିପୋର୍ଟ ଦିଆଯାଇନାହିଁ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ର ସରକାରଙ୍କ ପରାମର୍ଶଦାତା ଅଜୟ ଡିଜିପାଲ କହିଛନ୍ତି ଯେ ଏହି ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ସମସ୍ତ ପ୍ରକ୍ରିୟା ପାଳନ କରାଯାଉଛି ।

ସେପଟେ ଏନଜିଓ ଦାବି କରିଛି ଯେ ଡାକ୍ତର, ନର୍ସ ଏବଂ ସ୍ବାସ୍ଥ୍ୟ କର୍ମୀଙ୍କୁ ଭଲ ପିପିଇ କିଟ୍ ଯୋଗାଇ ଦିଆଯାଉ ନାହିଁ, ତେଣୁ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ରହିଛି । ଏହି ଆବେଦନରେ ଆହୁରି ମଧ୍ୟ କୁହାଯାଇଛି ଯେ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଆବଶ୍ୟକତାକୁ ଅଣଦେଖା କରି ସରକାର ସେମାନଙ୍କର ମୌଳିକ ଅଧିକାରକୁ ଛଡାଇ ନେଉଛି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.