ETV Bharat / bharat

ରାପିଡ ଆଣ୍ଟିଜେନ ଟେଷ୍ଟ ନେଇ ଦିଲ୍ଲୀ ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ

author img

By

Published : Jun 22, 2020, 8:30 PM IST

ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ନେଇ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ । ଘରୋଇ ହସ୍ପିଟାଲ ଏବଂ ଲ୍ୟାବକୁ ଏହି ପରୀକ୍ଷାର ଅନୁମତି କାହିଁକି ମିଳୁନାହିଁ ସେନେଇ ପ୍ରଶ୍ନ କରିଛନ୍ତି । ଅଧିକ ପଢନ୍ତୁ...

ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ନେଇ ଦିଲ୍ଲୀ ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ନେଇ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଛନ୍ତି ହାଇକୋର୍ଟ । ଘରୋଇ ହସ୍ପିଟାଲ ଏବଂ ଲ୍ୟାବକୁ ଏହି ପରୀକ୍ଷାର ଅନୁମତି କାହିଁକି ମିଳୁନାହିଁ ସେନେଇ ପ୍ରଶ୍ନ କରିଛନ୍ତି । ଯେବେକି ସରକାର ନିଜେ ରାଜଧାନୀରେ ଏହି ଟେଷ୍ଟ ପାଇଁ ନିର୍ଦ୍ଧାରିତ ଟାର୍ଗେଟ ପୂରଣ କରିପାରୁନାହାଁନ୍ତି ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ।

ସୋମବାର ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ଏସ ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଓକିଲ ରାକେଶ ମାଲହୋତ୍ରାଙ୍କ ଆବେଦନ ଉପରେ ଶୁଣାଣି କରି ଏପରି ପ୍ରଶ୍ନ ପଚାରିଛନ୍ତି । ଦିଲ୍ଲୀରେ ସଂକ୍ରମଣ ସଂଖ୍ୟା ବଢିଚାଲିଥିବାବେଳେ ଏପରି ଟେଷ୍ଟ କରି ସଂକ୍ରମିତଙ୍କୁ ଚିହ୍ନଟ କରିବାକୁ ରାକେଶ ନିଜ ଆବେଦନରେ ଉଲ୍ଲେଖ କରିଛନ୍ତି । ଏଥିପାଇଁ ଘରୋଇ ଲ୍ୟାବ୍ ଏବଂ ହସ୍ପିଟାଲକୁ ଅନୁମତି ଦେବା ପାଇଁ ସେ ଏଥିରେ ଦାବି କରିଛନ୍ତି ।

ତେବେ ସରକାରଙ୍କ ପକ୍ଷରୁ ଓକିଲ ସତ୍ୟକାମ ହାଜିର ହୋଇ ଉତ୍ତର ରଖିଥିଲେ । ସେ କହିଥିଲେ ଯେ ସରକାର ଗୋଟିଏ ଦିନରେ 11ଟି ଜିଲ୍ଲାରେ 22 ହଜାର ଟେଷ୍ଟ କରିବାର ଲକ୍ଷ୍ୟ ରଖିଛନ୍ତି । ହେଲେ ଜୁନ୍ 21ରେ ମାତ୍ର 9356 ଆଣ୍ଟିଜେନ୍ ଟେଷ୍ଟ ହୋଇଥିବା ସେ ଦର୍ଶାଇଥିଲେ । ଯାହାକୁ ନେଇ ବର୍ଷିଥିଲେ ଦିଲ୍ଲୀ ହାଇକୋର୍ଟ । ସରକାର ନିଜ ଟାର୍ଗେଟର ଅଧା ବି ପୂରଣ କରିନାହାଁନ୍ତି । ନିଜ ଦ୍ବାରା ନିର୍ଦ୍ଧାରିତ ଲକ୍ଷ୍ୟରେ ସରକାର ପହଞ୍ଚିବାରେ ବିଫଳ ହୋଇଛନ୍ତି । ଏପରି ସମୟରେ ଘରୋଇ ହସ୍ପିଟାଲ ଏବଂ ଲାବକୁ ଟେଷ୍ଟ ପାଇଁ ଅନୁମତି କାହିଁକି ମିଳୁନାହିଁ ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି । ସମସ୍ତ ହସ୍ପିଟାଲ ଏବଂ ଲ୍ୟାବରେ କୋରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଉଥିବାବେଳେ ଟେଷ୍ଟ କରିବାକୁ ସରକାର ଅନୁମତି ନଦେବା ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ ।

ଏହାର ଉତ୍ତରରେ ସରକାରୀ ଓକିଲ ସତ୍ୟକାମ କହିଥିଲେ ଯେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଜୁନ୍ 18ରୁ ଏକ ଟ୍ରାଏଲ ବେସିସରେ ଆରମ୍ଭ ହୋଇଛି । ଏକ ସପ୍ତାହ ପରେ ଏହାର ଫଳାଫଳ ଦେଖି ଆଗାମୀ ପଦକ୍ଷେପ ବିଷୟରେ ବିଚାର କରାଯିବ । ବର୍ତ୍ତମାନ ଏହାକୁ କଣ୍ଟେନମେଣ୍ଟ ଜୋନରେ ଲାଗୁ କରାଯାଇଛି ବୋଲି ସେ କହିଥିଲେ । ତେବେ ଏହି ମାମଲାର ଆଗାମୀ ଶୁଣାଣି ଜୁନ୍ 25କୁ ଧାର୍ଯ୍ୟ କରିଛନ୍ତି ଦିଲ୍ଲୀ ହାଇକୋର୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.