ETV Bharat / bharat

ଆଜି କୋର୍ଟରେ ହାଥରସ ମାମଲାର ଶୁଣାଣି, କଡା ସୁରକ୍ଷାରେ ଲକ୍ଷ୍ନୌ ଗଲେ ପୀଡିତାଙ୍କ ପରିବାର - ହାଥରସ ମାମଲା

କଡା ସୁରକ୍ଷାରେ ଲକ୍ଷ୍ନୌ ବାହାରିଲେ ପୀଡିତାଙ୍କ ପରିବାର । ଆଜି ଲକ୍ଷ୍ନୌର ଆହ୍ଲାବାଦ ବେଞ୍ଚ ଏହି ମାମଲାର ଶୁଣାଣି କରିବେ । ଅବହେଳା ଅଭିଯୋଗରେ ସରକାର ଏବଂ ପୋଲିସର ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ କୋର୍ଟ ଡକାଇଛି ।

କଡା ସୁରକ୍ଷାରେ ଲକ୍ଷ୍ନୌ ବାହାରିଲେ ପୀଡିତାଙ୍କ ପରିବାର

author img

By

Published : Oct 12, 2020, 8:30 AM IST

ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ଘଟଣାରେ ଆଜି ଲକ୍ଷ୍ନୌର ଆହ୍ଲାବାଦ ବେଞ୍ଚ ଶୁଣାଣି କରିବେ । କଡା ସୁରକ୍ଷାରେ ପୀଡିତାଙ୍କ ପରିବାରଙ୍କୁ ନିଆଗଲା ଲକ୍ଷ୍ନୌ । ଏହି ମାମଲାରେ ଅବହେଳା ଅଭିଯୋଗରେ ସରକାର ଏବଂ ପୋଲିସର ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ କୋର୍ଟ ଡକାଇଛି ।

ଶୁଣାଣିରେ ସାମିଲ ହେବାକୁ ପୀଡିତାଙ୍କ ପରିବାରଙ୍କୁ କଡା ସୁରକ୍ଷାରେ ଲକ୍ଷ୍ନୌ ପାଇଁ ବାହାରିଛନ୍ତି । ରବିବାର ରାତିରେ ପୀଡିତା ପରିବାର ଲକ୍ଷ୍ନୌ ଗସ୍ତ କରିଥାନ୍ତେ । ହେଲେ ପୋଲିସର ବିଳମ୍ବ କାରଣରୁ ସେମାନେ ଆଜି ସକାଳେ ବାହାରିଛନ୍ତି । ଶୁଣାଣି ବେଳେ ପୀଡିତାଙ୍କ ପରିବାରର 5 ଜଣ ସଦସ୍ୟ ସିଓ ଓ ମାଜିଷ୍ଟ୍ରେଟ ତତ୍ତ୍ବାବଧାନରେ କୋର୍ଟରେ ହାଜର ହେବେ । ପୀଡିତାଙ୍କ ଦୁଇ ଭାଇ, ବାପାମାଆ ଓ ଭାଉଜଙ୍କ ବୟାନ ରେକର୍ଡ କରାଯିବ ।

ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଶୁଣାଣି ସମୟରେ ଅତିରିକ୍ତ ମୁଖ୍ୟ ଗୃହ ସଚିବ, ଡିଜିପି ହେତେଶ ଚନ୍ଦ୍ର ଓୱେସୀ, ଆଇନ ଶୃଙ୍ଖଳାର ଏଡିଜି ପ୍ରଶାନ୍ତ କୁମାରଙ୍କ ସମେତ ଡିଏମ ପ୍ରବୀଣ କୁମାର, ଏସପି ବିକ୍ରାନ୍ତ ବୀରଙ୍କ ଠାରୁ ଜବାବ ତଲବ କରାଯିବ । ଏହି ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଯୋଗୀ ସରକାର ଓ ହାଥରସ ପୋଲିସ ଅନେକ କୋଠର ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିବ ।

ବିନା ରୀତିନୀତିରେ ରାତି ଅଧରେ ପୀଡିତାଙ୍କ ଅନ୍ତିମ ସଂସ୍କାର କରିଥିଲା ପୋଲିସ । ଶେଷ ଥର ପାଇଁ ଝିଅକୁ ପରିଜନ ଲୋକେ ଦେଖି ମଧ୍ୟ ପାରିନଥିଲେ । ପୀଡ଼ିତାଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ନେଇ ଆହ୍ଲାବାଦ ହାଇକୋର୍ଟ ଲକ୍ଷ୍ନୌ ବେଞ୍ଚ ପକ୍ଷରୁ ନୋଟିସ ଜାରି ହୋଇଥିଲା । ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଯୋଗୀ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏଥିସହ ପରିବାରଙ୍କ ସୁରକ୍ଷା ଲାଗି 60 ଜଣ ପୋଲିସ କର୍ମଚାରୀଙ୍କ ସମେତ ଘରର ଚାରିପାଖେ ସିସିଟିଭ କ୍ୟାମେରା ବନ୍ଦ ରଖାଯାଇଥିଲା । ଏହା ସହିତ ଘରକୁ ଯିବା ଆସିବା କରୁଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖୁଛି ପୋଲିସ । ବର୍ତ୍ତମାନ ଏହି ମାମଲାର ଯାଞ୍ଚ ପାଇଁ ସରକାର ସିବିଆଇକୁ ହସ୍ତାନ୍ତର କରିଛି ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର 4 ତାରିଖରେ ହାଥରସ ଜିଲ୍ଲାରେ ଜଣେ 19 ବର୍ଷୀୟ ଯୁବତୀଙ୍କ ଗଣ ଦୁଷ୍କର୍ମ କରାଯାଇଥିଲା । ଯୁବତୀଙ୍କୁ ପ୍ରଥମେ ଆଲିଗଡ ସ୍ଥିତ ଜବାହରଲାଲା ନେହେରୁ ମେଡିକାଲ ଭର୍ତ୍ତି କରାଯାଇଥିଲା । ପରେ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ସ୍ଥାନାନ୍ତର କରାଯାଇଥିଲା । ସେପ୍ଟେମ୍ବର 30ରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଦେଶବ୍ୟାପୀ ଉତ୍ତେଜନା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.