ETV Bharat / bharat

ନୀରବି ଗଲେ ହାଥରସ ପୀଡିତା, ପ୍ରତିବାଦ ସତ୍ତ୍ବେ ପୋଲିସର ଅନ୍ତିମ ସଂସ୍କାର

author img

By

Published : Sep 30, 2020, 9:21 AM IST

Updated : Sep 30, 2020, 10:48 AM IST

ଶେଷରେ ନୀରବି ଗଲେ ହାଥରସ ଅଞ୍ଚଳରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡିତା। ଦିଲ୍ଲୀ ସଫଦରଙ୍ଗଜ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ହେଲେ ଏତେ ସବୁ ପରେ ମଧ୍ୟ ସରିନଥିଲା ପୀଡିତାର ଦୁଃଖ। ଦୁଷ୍କର୍ମ, ଦୁର୍ଭାଗ୍ୟ ଓ ଆଶ୍ଟର୍ଯ୍ୟ ଯେ ଶେଷ ମୁହୁର୍ତ୍ତରେ ମଧ୍ୟ ପରିବାର ଲୋକଙ୍କୁ ମୃତଦେହକୁ ଦିଆନଯାଇ ଜୋର ଜବରଦସ୍ତ ସଂସ୍କାର କରାଯାଇଛି।

ନୀରବୀ ଗଲେ ହାଥରସ ପୀଡିତା, ପ୍ରତିବାଦ ସତ୍ତ୍ବେ ପୋଲିସର ଅନ୍ତିମ ସଂସ୍କାର

ଲକ୍ଷ୍ନୌ: ନର ରାକ୍ଷସଙ୍କ ଲୋଲୁପ ଦୃଷ୍ଟି। ଖିନ୍ ଭିନ୍ କରି ତାକୁ ଖାଇଗଲେ। ଦୀର୍ଘ 15 ଦିନ ଧରି ଯନ୍ତ୍ରଣାର ବେଡରେ ସଂଙ୍ଘର୍ଷ। ହେଲେ ଶେଷରେ ନୀରବି ଗଲେ ହାଥରସ ଅଞ୍ଚଳରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡିତା। ଦିଲ୍ଲୀ ସଫଦରଙ୍ଗଜ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ହେଲେ ଏତେ ସବୁ ପରେ ମଧ୍ୟ ସରିନଥିଲା ପୀଡିତାର ଦୁଃଖ। ଦୁଷ୍କର୍ମ, ଦୁର୍ଭାଗ୍ୟ ଓ ଆଶ୍ଟର୍ଯ୍ୟ ଯେ ଶେଷ ମୁହୁର୍ତ୍ତରେ ମଧ୍ୟ ପରିବାର ଲୋକଙ୍କୁ ମୃତଦେହକୁ ଦିଆନଯାଇ ଜୋର ଜବରଦସ୍ତ ସଂସ୍କାର କରାଯାଇଛି।

ନୀରବି ଗଲେ ହାଥରସ ପୀଡିତା, ପ୍ରତିବାଦ ସତ୍ତ୍ବେ ପୋଲିସର ଅନ୍ତିମ ସଂସ୍କାର

ସୂଚନା ଅନୁସାରେ,ଉତ୍ତରପ୍ରଦେଶ ପୋଲିସ ବୁଧବାର ସାଢେ ଦୁଇଟାରେ ପୀଡିତାଙ୍କ ମୃତଦେହକୁ ପୋଡି ଦେଇଛନ୍ତି। ପୀଡ଼ିତାଙ୍କ ପରିବାର କହିଛନ୍ତି ଯେ ସେମାନଙ୍କ ଦ୍ୱାରା ପ୍ରବଳ ପ୍ରତିବାଦ ସତ୍ତ୍ୱେ ପୋଲିସ ଶେଷ ରୀତିନୀତି ଜବରଦସ୍ତ କରିଥିଲା ​​। ଏମିତିକି ମୃତଦେହକୁ ଶେଷ ଥର ପାଇଁ ଘରକୁ ଫେରାଇ ଆଣିବାକୁ ପୋଲିସ ସେମାନଙ୍କୁ ଅନୁମତି ଦେଇ ନାହିଁ।

ଏହାପୂର୍ବରୁ ମଙ୍ଗଳବାର ଦିନ ହାଥରସ ପୀଡିତାଙ୍କ ପିତା ତଥା ଭାଇ ସଫଦରଜଙ୍ଗ ଡାକ୍ତରଖାନା ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉତ୍ତରପ୍ରଦେଶ ପୋଲିସକୁ ମୃତଦେହକୁ ବିନା ଅନୁମତିରେ ନେଇଥିବାର ଅଭିଯୋଗ କରିଥିଲେ। ପରେ କଂଗ୍ରେସର କର୍ମକର୍ତ୍ତା ତଥା ଭୀମ ସେନା ମଧ୍ୟ ପୀଡିତାଙ୍କ ପରିବାର ସଦସ୍ୟଙ୍କ ସହ ଯୋଗ ଦେଇ ଦିଲ୍ଲୀ ପୋଲିସକୁ ଡାକ୍ତରଖାନାରେ ସୁରକ୍ଷା ବଢାଇବାକୁ ବାଧ୍ୟ କରିଥିଲେ।

ସୂଚନା ଅନୁଯାୟୀ, ଗତ 14 ସେପ୍ଟେମ୍ବର ଦିନ ଯୁବତୀ ଜଣକ ନିଜ ମାଆ ଓ ଭାଇ ସହ ଚାରା ପକାଇବା ପାଇଁ ବିଲକୁ ଯାଇଥିଲେ । ସେହି ସମୟରେ ଗାଁର ଜଣେ ଯୁବକ ବିଲକୁ ଆସି ଯୁବତୀଙ୍କୁ ଟାଣି ଟାଣି ନେଇ ଯାଇଥିଲେ ଏବଂ ଗାଁର ଅନ୍ୟ କିଛି ଯୁବକ ମିଶି ତାଙ୍କୁ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ପରେ କୌଣସି ପ୍ରକାରେ ଯୁବତୀଟି ସେଠାରୁ ଖସି ପଳାଇ ଆସିଥିଲେ । ତେବେ ସଂପୃକ୍ତ ଯୁବକ, ଯୁବତୀଙ୍କ ଗଳାଚିପି ହତ୍ୟା ଉଦ୍ୟମ କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ।

Last Updated : Sep 30, 2020, 10:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.