ETV Bharat / bharat

ହାଥରସ ମାମଲା: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖରଙ୍କ ନାଁରେ ମାମଲା ରୁଜୁ - ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ

ଗତ ରବିବାର ଚନ୍ଦ୍ର ଶେଖର ଆଜାଦ ହାଥରସ ଗଣଦୁଷ୍କର୍ମ ପୀଡିତାଙ୍କ ପରିବାରଙ୍କୁ ଭେଟିଥିଲେ । ଏହି ସମୟରେ ସେ ସରକାରଙ୍କୁ ପରିବାର ଲୋକଙ୍କୁ ୱାଇ ପ୍ଲସ ସୁରକ୍ଷା ଦେବାକୁ ଦାବି କରିଥିଲେ । ଏଥିସହ ଏହି ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟର ଜଣେ ଅବସର ପ୍ରାପ୍ତ ବିଚାରପତିଙ୍କୁ ଦେବାକୁ ସେ କହିଥିଲେ । ଅଧିକ ପଢନ୍ତୁ...

ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖରଙ୍କ ନାଁରେ ମାମଲା ରୁଜୁ

author img

By

Published : Oct 5, 2020, 11:42 AM IST

ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ରାଜନୀତି ଜୋର ଧରିଛି । ଶନିବାର ପୀଡିତାଙ୍କ ପରିବାରଙ୍କୁ ଭେଟିଥିବା ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ହେପାଜତକୁ ନେଇଛି ପୋଲିସ । ଆଜାଦଙ୍କ ସମେତ 400 ଜଣଙ୍କୁ ପୋଲିସ ଅଟକ ରଖିଛି । ଏମାନଙ୍କ ନାଁରେ ଧାରା 144 ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ମାମଲା ରୁଜୁ କରିଛି ପୋଲିସ ।

ଗତ ରବିବାର ଚନ୍ଦ୍ର ଶେଖର ଆଜାଦ ପୀଡିତା ପରିବାରଙ୍କ ବର୍ଗଙ୍କୁ ଭେଟିଥିଲେ । ଏହି ସମୟରେ ସେ ସରକାରଙ୍କୁ ପରିବାର ଲୋକଙ୍କୁ ୱାଇ ପ୍ଲସ ସୁରକ୍ଷା ଦେବାକୁ ଦାବି କରିଥିଲେ । ଏଥିସହ ଏହି ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟର ଜଣେ ଅବସର ପ୍ରାପ୍ତ ବିଚାରପତିଙ୍କୁ ଦେବାକୁ ସେ କହିଥିଲେ । ଭୀମ ଆର୍ମି ମୁଖ୍ୟଙ୍କୁ ପ୍ରଥମେ ପୋଲିସ ହାଥରସକୁ ଯିବାକୁ ବାରଣ କରିଥିଲା। ପରେ ତାଙ୍କୁ ପରିବାର ପରିଦର୍ଶନ କରିବାକୁ ଅନୁମତି ଦିଆଯାଇଥିଲା।

ସେପ୍ଟେମ୍ବର 14 ରେ ଜଣେ 19 ବର୍ଷ ବର୍ଷର ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ତାଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାକୁ ପଠାଯାଇଥିଲା ଯେଉଁଠାରେ ସେ ମଙ୍ଗଳବାର ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ବୁଧବାର ସକାଳେ ପରିବାର ଲୋକଙ୍କୁ ନ ଜିଲ୍ଲାପ୍ରଶାସନ ତରବରିଆ ଭାବେ ଅନ୍ତିମ ସଂସ୍କାର କରିଥିଲା । ଯାହାକୁ ଅନେକ ପ୍ରଶ୍ନ ଉଠିବା ସହ ଉତ୍ତରପ୍ରଦେଶ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.