ETV Bharat / bharat

ଗିରଫର 2 ଦିନ ପରେ ଦୁଷ୍କର୍ମ ଅଭିଯୁକ୍ତ କୋରୋନା ପଜେଟିଭ - ହରିୟାଣାର ସୋନିପତ ଜେଲ

ଗତ ବୁଧବାର ହରିୟାଣାର ସୋନିପତ ଜେଲରେ ଗତ ଦୁଇ ଦିନ ତଳେ ଦୁଷ୍ମର୍ମ ଅଭିଯୋଗରେ ଗିରଫ ହୋଇଥିବା 26 ବର୍ଷୀୟ ଅଭିଯୁକ୍ତ କୋରୋନା ଆକ୍ରାନ୍ତ ଜଣାପଡିବା ପରେ ଜେଲ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି ।

corona
ଗିରଫର 2 ଦିନ ପରେ ଦୁଷ୍କର୍ମ ଅଭିଯୁକ୍ତ କୋରୋନା ପଜେଟିଭ
author img

By

Published : May 14, 2020, 11:43 AM IST

ଚଣ୍ଡିଗଡ: ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ କୋରୋନା ଆକ୍ରାନ୍ତ । ଗତ ବୁଧବାର ହରିୟାଣାର ସୋନିପତ ଜେଲରେ ଗତ ଦୁଇ ଦିନ ତଳେ ଦୁଷ୍ମର୍ମ ଅଭିଯୋଗରେ ଗିରଫ ହୋଇଥିବା 26 ବର୍ଷୀୟ ଅଭିଯୁକ୍ତ କୋରୋନା ଆକ୍ରାନ୍ତ ଜଣାପଡିବା ପରେ ଜେଲ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି ।

ତେବେ ଅଭିଯୁକ୍ତଙ୍କ କୋରୋନା ରିପୋର୍ଟ ପଜେଟିଭ ଆସିବା ପରେ ତାଙ୍କୁ ଗିରଫ କରିଥିବା ଚାରି ଜଣ ପୋଲିସ୍ କର୍ମଚାରୀ, ତିନି ଜଣ ଜେଲକର୍ମୀ ଏବଂ ତାଙ୍କ ସମ୍ପର୍କରେ ଆସିଥିବା ଚାରିଜଣ କଏଦୀକୁ କ୍ବାରେଣ୍ଟିନରେ ରଖାଯାଇଛି । ତେବେ ଅଭିଯୁକ୍ତ ନାମ ଅକ୍ଷୟ ବୋଲି ଜଣାପଡିଛି । ତେବେ ଅଭିଯୁକ୍ତଙ୍କୁ ବର୍ତ୍ତମାନ ଜେଲରୁ ପିଜିଆଇକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ସୋନିପାତ ମହିଳା ପୋଲିସ ଷ୍ଟେସନରେ ରୁଜୁ କରାଯାଇଥିବା ଏକ ମାମଲା ଅନୁଯାୟୀ, ଜଣେ 25 ବର୍ଷୀୟା ପୀଡିତା ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ଅକ୍ଷୟ ତାଙ୍କୁ ଚାକିରି ଦେବା ନାମରେ ଗତ ମାର୍ଚ୍ଚ 19ରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହାପରେ ଥାନାରେ ଏନେଇ ମାମଲା ରୁଜୁ ହେବା ପରେ ଅଭିଯୁକ୍ତ ଜଣଙ୍କ ଫେରାର ଥିଲା ।

କିନ୍ତୁ ଗତ ଦୁଇ ଦିନ ତଳେ ପୋଲିସ ତାଙ୍କୁ ଗିରଫ କରିଥିଲା । ଏହାପରେ ଜେଲ ଯିବା ପୂର୍ବରୁ ତାଙ୍କର ମେଡିକାଲ ଚିକିତ୍ସା କରାଯାଇଥିଲା। ଏଥିସହିତ ତାଙ୍ର କୋରୋନା ମଧ୍ୟ ପରୀକ୍ଷା କରାଯାଇଥିଲା। ଯେଉଁଥିରେ ତାଙ୍କ ରିପୋର୍ଟ ପଜେଟିଭ ଆସିଥିଲା ।

ଏ ସମ୍ପର୍କରେ ସୂଚନା ଦେଇ ସୋନିପାତ ପୋଲିସର ଏସଏଚଓ ପୁନମ ହୁଡା କହିଛନ୍ତି ଯେ, ଅଭିଯୁକ୍ତ ମୁର୍ତଲ ଅଞ୍ଚଳର ଅଟେ। ତେବେ ଅଭିଯୁକ୍ତର ଟ୍ରାଭେଲ ହିଷ୍ଟ୍ରି ଜଣାପଡିବା ପରେ ପୀଡିତାଙ୍କର ମଧ୍ୟ କୋରୋନା ପରୀକ୍ଷା ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.