ETV Bharat / bharat

କୋରୋନା ମୁକାବିଲା, ହରିୟାଣାରେ ଜନସାଧାରଣ କରିପାରିବେ ସେବା - ହରିୟାଣା ମୁଖ୍ୟମନ୍ତ୍ରୀ

କୋରୋନା ଭଳି ମହାମାରୀର ମୁକାବିଲା ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ଏକ ସ୍ବେଚ୍ଛାକୃତ କାର୍ଯ୍ୟକ୍ରମ । ଯଦ୍ବାରା ଲୋକମାନେ ସ୍ବ-ଇଚ୍ଛାରେ ଡାକ୍ତରଖାନାରେ କିମ୍ବା ବାହାରେ ଲୋକଙ୍କୁ ସେବା ଯୋଗାଇ ପାରିବେ । ଅଧିକ ପଢନ୍ତୁ...

Haryana seeks volunteers to fight COVID-19
କୋରୋନାର ମୁକାବିଲା ପାଇଁ ହରିୟାଣା ସରକାରଙ୍କ ସ୍ବେଚ୍ଛାକୃତ କାର୍ଯ୍ୟକ୍ରମ
author img

By

Published : Mar 24, 2020, 11:31 AM IST

ଚଣ୍ଡିଗଡ଼: କୋରୋନା ଭାଇରସକୁ ନେଇ ସମସ୍ତେ ଚିନ୍ତିତ ଥିବାବେଳେ ସବୁ ରାଜ୍ୟ ସରକାର ଆପଣଉଛନ୍ତି ଭିନ୍ନ ଭିନ୍ନ ପଦକ୍ଷେପ । ତେବେ ଏହି ମହାମାରୀର ମୁକାବିଲା ପାଇଁ ହରିୟାଣା ସରକାର ଆରମ୍ଭ କରିଛନ୍ତି ଏକ ସ୍ବେଚ୍ଛାକୃତ କାର୍ଯ୍ୟକ୍ରମ । କୋରୋନା ଭାଇରସ ସହ ଲଢିବା ପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଙ୍ଗଲବାର ଲୋକଙ୍କୁ ସାର୍ବଜନୀନ ସେବା ଯୋଗାଇବାକୁ ଆରମ୍ଭ କରିଛନ୍ତି ଏହି କାର୍ଯ୍ୟକ୍ରମ ।

ସେପଟେ COVID-19 କୁ ପରାସ୍ତ କରିବାକୁ ଗତ ସୋମବାର ‘COVID-ସଂଘର୍ଷ ସେନାନୀ’ ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଯାହା ଦ୍ବାରା ଲୋକମାନେ ସ୍ବେଚ୍ଛାକୃତ ଭାବରେ ଡାକ୍ତରଖାନାରେ ସେବା ଯୋଗାଇ ପାରିବେ । ତେବେ ଯେଉଁମାନେ ସ୍ବେଚ୍ଛାକୃତ ଭାବରେ ଲୋକଙ୍କୁ ସେବା ଦେବା ପାଇଁ ଆଗ୍ରହୀ, ସେମାନେ ନିଜକୁ haryana.mygov.in ଏବଂ covidharyana.inରେ ପଞ୍ଜୀକୃତ କରିପାରିବେ |

ଏହି ଭାଇରସ ପ୍ରକୋପରୁ ନିଜକୁ ରକ୍ଷା କରିବା ପାଇଁ ସରକାର କର୍ମଚାରୀମାନଙ୍କୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ସାମାଜିକ ଦୂରତା ସହ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପ୍ରଶାସନିକ ସଚିବ ମାନେ କହିଛନ୍ତି ଯେ, ସମସ୍ତ ଗ୍ରୁପ୍ ବି, ସି ଏବଂ ଡି କର୍ମଚାରୀ ମଧ୍ୟରୁ 50% କାର୍ଯ୍ୟାଳୟରେ ଯୋଗଦେବା ଆବଶ୍ୟକ, ଯେଉଁମାନେ ମ୍ୟୁନିସିପାଲିଟି ସଂସ୍ଥା, ନିଗମ ଏବଂ ସୋସାଇଟି କାର୍ଯ୍ୟ କରୁଛନ୍ତି ଏବଂ ଅବଶିଷ୍ଟ 50% କର୍ମଚାରୀ ଘରୁ କାମ କରିବେ।

@ IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.