ETV Bharat / bharat

ଗୁରୁଗ୍ରାମରୁ 1.20 କୋଟି ଟଙ୍କାର ନକଲି ନୋଟ ଜବତ, 2 ଗିରଫ

author img

By

Published : Jun 1, 2019, 6:24 PM IST

ହରିୟାଣାର ଗୁରୁଗ୍ରାମ ସେକ୍ଟର-48ରୁ 1.20 କୋଟି ଟଙ୍କାର ନକଲି ନୋଟ ଜବତ । ଦୁଇ ଯୁବକ ଗିରଫ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମ ସେକ୍ଟର-48ରୁ ଦୁଇ ଯୁବକ ଗିରଫ । 1.20 କୋଟି ଟଙ୍କାର ନକଲି ନୋଟ ବଦଲାଇବା ସମୟରେ ଗିରଫ କରିଛି ଗୁରୁଗ୍ରାମ ସଦର ଥାନା ପୋଲିସ । ଗିରଫ 2 ଅଭିଯୁକ୍ତ ହେଲେ ବସୀମ ଓ କସିମ ।

ତେବେ ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ସହ ଘଟଣାରେ ପଚରା ଉଚରା କରୁଛି ପୋଲିସ । ଏହାସହ 4ଟି ସ୍ଥାନରେ ଖୋଳତାଡ କରୁଛି ପୋଲିସ । ତେବେ ନକଲି ନୋଟ କାରବାରରେ ବ୍ୟବହୃତ ଗୋଟିଏ ଲାପଟପ୍ ଓ ଏକ ପ୍ରିଣ୍ଟର ମେସିନ ଜବତ କରାଯାଇଛି । ଅଭିଯୁକ୍ତଙ୍କୁ ପଚରାଉଚରା ସମୟରେ ଯାହା ତଥ୍ୟ ମିଳୁଛି ତାକୁ ଏନଆଇଏ ସହ ଆଲୋଚନା କରାଯାଉଛି । ଏନଆଇଏ ଟିମ ମଧ୍ୟ କିଛି ସ୍ଥାନରେ ଛାପା ମାରି ରହିଛନ୍ତି ।

ତେବେ ଅଭିଯୁକ୍ତ ମାନେ ଏହି ନକଲି ନୋଟ ନିଜ ଘରେ ପ୍ରିଣ୍ଟ କରୁଥିବା ଜଣାପଡିଛି । ଏଥିପାଇଁ ନେପାଳ ସୀମା ଦେଇ ପାକିସ୍ତାନରୁ ପେପର ଓ କାଳୀ ମଗାଯାଉଥିଲା । ଏହି ଘଟଣା ପଛର ମାଷ୍ଟରମାଇଣ୍ଡକୁ ଖୋଜୁଛି ପୋଲିସ ।

Intro:Body:

sdfg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.