ETV Bharat / bharat

ରାପିଡ୍ ଟେଷ୍ଟ କିଟର ଦୁଇଗୁଣା ଦାମ୍ ନେଉଛି ଚୀନ, କିଣିବନି ହରିୟାଣା - rapid test kit

ଦେଶରେ କୋରୋନା ମହାମାରୀର ପ୍ରଭାବ ବୃଦ୍ଧି ପାଉଛି ଏବଂ ଏହି ସମୟ ମଧ୍ୟରେ ଚୀନରୁ ରାପିଡ ଟେଷ୍ଟ କିଟ୍ ମଧ୍ୟ ଏକ ବଡ ଚିନ୍ତାର ବିଷୟ ପାଲଟିଛି। ଅନେକ ରାଜ୍ୟ ସରକାର ଏହାର ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

haryana govt.
ରାପିଡ୍ ଟେଷ୍ଟ କିଟର ଦୁଇ ଗୁଣା ଦାମ୍ ନେଉଛି ଚୀନ
author img

By

Published : Apr 22, 2020, 1:07 PM IST

ଚଣ୍ଡୀଗଡ: ଦେଶରେ କୋରୋନା ମହାମାରୀର ପ୍ରଭାବ ବୃଦ୍ଧି ପାଉଛି ଏବଂ ଏହି ସମୟ ମଧ୍ୟରେ ଚୀନରୁ ରାପିଡ ଟେଷ୍ଟ କିଟ୍ ମଧ୍ୟ ଏକ ବଡ ଚିନ୍ତାର ବିଷୟ ପାଲଟିଛି। ଅନେକ ରାଜ୍ୟ ସରକାର ଏହାର ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଛନ୍ତି, ତେଣୁ ବର୍ତ୍ତମାନ ଏହାର ମୂଲ୍ୟ ସମ୍ପର୍କରେ ହରିୟାଣା ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଚୀନର କମ୍ପାନୀକୁ ଦିଆଯାଇଥିବା 1 ଲକ୍ଷ ରାପିଡ୍ କିଟ୍ ଅର୍ଡର ହରିୟାଣା ବାତିଲ କରିସାରିଛି ।

ହରିୟାଣା ସରକାରଙ୍କ ସୂତ୍ର ଅନୁଯାୟୀ, ଚୀନ ରାପିଡ ଟେଷ୍ଟ କିଟ୍ 780 ଟଙ୍କା ଥିଲା। ମାତ୍ର ହରିୟାଣାର ମାନେସରରେ ଥିବା ଦକ୍ଷିଣ କୋରିଆ କମ୍ପାନୀ ଏହାକୁ 380ରେ ଦେବ ବୋଲି କହିଥିଲା । ଏଭଳି ପରିସ୍ଥିତିରେ ବର୍ତ୍ତମାନ ହରିୟାଣା ଏହି କମ୍ପାନୀରୁ କିଟ୍ ଆଣିବାକୁ ନିଷ୍ପତ୍ତି ନେଇଛି, ଯେଉଁଥିପାଇଁ ସରକାର ମୋଟ 4 କୋଟି ଖର୍ଚ୍ଚ କରିବେ।

ରାଜ୍ୟ ସରକାର ମନ୍ତ୍ରୀ ଅନିଲ ବିଜୟ କହିଛନ୍ତି ଯେ, ଆମେ ଚୀନ୍ ଠାରୁ ରାପିଡ୍ କିଟ୍ ଆଣିବାକୁ ନିଷ୍ପତ୍ତି ନେଇଥିଲୁ, କିନ୍ତୁ ଆମେ ଏହାକୁ ଅଧିକ ମୂଲ୍ୟରେ ପାଇଥିଲୁ। ତେଣୁ ଆମେ ଚୀନର ଅର୍ଡର ବାତିଲ କରି ଦକ୍ଷିଣ କୋରିଆ କମ୍ପାନୀରୁ କିଟ୍ ଆଣିବାକୁ ସ୍ଥିର କରିଛୁ। ଆମ ପାଖରେ 25 ହଜାର କିଟ୍ ମଧ୍ୟ ଅଛି |

ପ୍ରକାଶଥାଉକି, ହରିୟାଣାର ଦକ୍ଷିଣ କୋରିଆ କମ୍ପାନୀ ଦ୍ବାରା ପ୍ରସ୍ତୁତ ରାପିଡ୍ କିଟ୍ ଆଇସିଏମ୍ଆର ଦ୍ବାରା ଅନୁମୋଦନ ହୋଇଛି। ଏକ ମାସରେ ଏହା 10 ନିୟୁତ କିଟ୍ ଉତ୍ପାଦନ କରିପାରିବ ବୋଲି କମ୍ପାନୀ ଦାବି କରିଛି। ରାଜ୍ୟରେ କୋରୋନା ପରୀକ୍ଷା କରିବାକୁ ହରିୟାଣା ସରକାର ନିଷ୍ପତ୍ତି ନେଇଛନ୍ତି।

ଗତ କିଛି ଦିନ ମଧ୍ୟରେ ଚୀନର ରାପିଡ୍ ଟେଷ୍ଟ କିଟ୍‌ରେ ଅଭିଯୋଗ ଆସିଛି, ଯାହା ପରେ କେନ୍ଦ୍ର ସରକାର ଆସନ୍ତା ଦୁଇ ଦିନ ପାଇଁ ଏହି କିଟ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏଥି ସହିତ ଭାରତରେ ଚୀନ୍ ଦୂତାବାସ ପକ୍ଷରୁ ଏହି ଆଶ୍ବସନା ଦିଆଯାଇଛି ଯେ ସେମାନେ ଭାରତ ଉଠାଇଥିବା ଅଭିଯୋଗର ସମାଧାନ ପାଇଁ ପ୍ରସ୍ତୁତ ଅଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.