ETV Bharat / bharat

ପୂର୍ବ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ ହସ୍ପିଟାଲରେ ଭର୍ତ୍ତି - harsimrat kaur badal

ଶିରୋମଣି ଅକାଳୀ ଦଳର ନେତ୍ରୀ ହରସିମରତ କୌର ବାଦଲ ହସ୍ପିଟାଲରେ ଭର୍ତ୍ତି । ଶ୍ବାସକ୍ରିୟାରେ ଅସୁବିଧା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ....

ପୂର୍ବ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ ହସ୍ପିଟାଲରେ ଭର୍ତ୍ତି

author img

By

Published : Dec 6, 2020, 7:30 AM IST

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳର ନେତ୍ରୀ ହରସିମରତ କୌର ବାଦଲ ହସ୍ପିଟାଲରେ ଭର୍ତ୍ତି । ନିଶ୍ବାସ-ପ୍ରଶ୍ବାସ ନେବାରେ କଷ୍ଟ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚଣ୍ଡିଗଡ ସ୍ଥିତ ପିଜିଆଇ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ସେ କୋରୋନା ଟେଷ୍ଟ ମଧ୍ୟ କରାଇଥିଲେ ହେଲେ ତାଙ୍କ ରିପୋର୍ଟ ନେଗେଟିଭ ରହିଛି । ଆଇସୋଲେନସ ୱାର୍ଡରେ ତାଙ୍କୁ ରଖାଯାଇଛି । ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି ।

ହରସିମରତ ମୋଦି ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ରହିସାରିଛନ୍ତି । ସରକାର ଆଣିଥିବା ନୂତନ କୃଷି ଆଇନକୁ ବିରୋଧ କରି ସେ ଇସ୍ତଫା ଦେଇଥିଲେ । ଯାହାକୁ ନେଇ ଦେଶରେ ଜୋରଦାର ଚର୍ଚ୍ଚା ହୋଇଥିଲା । ସେପଟେ ଚାଷୀ ଆନ୍ଦୋଳନକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ହରସିମରତଙ୍କ ମଧ୍ୟରେ ବାକ୍ ଯୁଦ୍ଧ ମଧ୍ୟ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.