ETV Bharat / bharat

ରିଲାକ୍ସ କରୁଥିବା ହେଡଫୋନ ଶରୀର ପାଇଁ କ୍ଷତିକାରକ - ହେଡଫୋନ୍ସ ଦ୍ବାରା ଆମେ ମୁଣ୍ଡବିନ୍ଧା

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଲଗାତାର ହେଡଫୋନ୍ସର ବ୍ୟବହାର ପାଇଁ ପ୍ରାୟ 1.1 ବିଲିୟନ ଲୋକଙ୍କ ପ୍ରତି ବିପଦର ଆଶଙ୍କା ରହିଛି । ଅଧିକ ପଢନ୍ତୁ..

ରିଲାକ୍ସ କରୁଥିବା ହେଡଫୋନ ଶରୀର ପାଇଁ କ୍ଷତିକାରକ

author img

By

Published : May 13, 2020, 12:33 PM IST

ହାଇଦ୍ରାବାଦ: ହେଡଫୋନ୍ସ କାହାକୁ ଭଲ ନଲାଗେ । ବ୍ୟସ୍ତମୟ ଜୀବନରୁ ସମୟ ବାହାର କରି ଟିକେ ଗୀତ ଶୁଣିବା ପାଇଁ ଏହା ଶ୍ରେଷ୍ଠ ଉପାୟ । ଗୀତ ଶୁଣୁ ଶୁଣୁ ନିଦ ଲାଗିଯାଏ । ସେହିପରି ଅଫିସରେ ବାହାର ସାଉଣ୍ଡଠାରୁ ଏହା ଦୂରେଇ ରଖେ । ମନରେ ଏକ ସ୍ଥିରତା ଆଣେ । ଶରୀର ଓ ମନକୁ ରିଲାକ୍ସ କରିଦିଏ ।

ହେଲେ ମନକୁ ରିଲାକ୍ସ କରୁଥିବା ଏହି ଯନ୍ତ୍ର ଶରୀର ପାଇଁ କେତେ କ୍ଷତିକାରକ ତାହା ଆମେ ଜାଣିପାରୁନାହିଁ । ଏହାର ବ୍ୟବହାରବେଳେ ଆମେ ଏହାର କୁପ୍ରଭାବ ପ୍ରତି ଆଖି ବୁଜି ଦେଉ । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଲଗାତାର ହେଡଫୋନ୍ସର ବ୍ୟବହାର ପାଇଁ ପ୍ରାୟ 1.1 ବିଲିୟନ ଲୋକଙ୍କ ପ୍ରତି ବିପଦର ଆଶଙ୍କା ରହିଛି ।

ବିଶେଷଜ୍ଞଙ୍କ ଅନୁସାରେ କାନ ଭିତରେ ସାଉଣ୍ଡ ଆମକୁ ଶୁଣାଯିବା ପୂର୍ବରୁ ଏକ ପ୍ରକ୍ରିୟା ରହିଥାଏ । ପ୍ରଥମେ ଇୟର କେନାଲ ଦେଇ ସାଧାରଣ ସାଉଣ୍ଡ ନର୍ଭ ଦ୍ବାରା ଡ୍ରମକୁ ଯାଇଥାଏ । ହେଲେ ହେଡଫୋନ୍ସରେ ସାଉଣ୍ଡ ସିଧା ଇୟରଡ୍ରମ ଉପରେ ପ୍ରଭାବ ପକାଇଥାଏ । ଏହାସହ ଡ୍ରମର ଭାଇବ୍ରେଟ ଯୋଗୁଁ ଇୟରବୋନ ଗୁଡିକ ଅଧିକ ମାତ୍ରାରେ ଥରିଥାନ୍ତି । ଯାହା ଫଳର କାନ ଖରାପ ହେବା ଆରମ୍ଭ କରିଥାଏ । ଅଧଘଣ୍ଟାଏ ଉପରକୁ ଇୟରଫୋନ କିମ୍ବା ହେଡଫୋନର ବ୍ୟବହାର ଉପଯୁକ୍ତ ନୁହେଁ ।

ବିଶେଷ କରି ଯେତେବେଳେ ଏଥିରେ ଗୀତ ଶୁଣୁଛେ ସେତେବେଳେ ଏହାକୁ 2 ଥର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ପ୍ରଥମେ ଗୋଟିଏ କାନରେ ଇୟରଫୋନ ଦେଇ ଅଧଘଣ୍ଟା ଗୀତ ଶୁଣନ୍ତୁ । ପରେ ଏହାକୁ କାଢି ଅନ୍ୟ କାନରେ ସମାନ ସମୟ ଯାଏଁ ଶୁଣନ୍ତୁ । ଏହାଦ୍ବାରା ଉଭୟଙ୍କୁ ବିଶ୍ରାମ ମିଳିବା ସହ ଅଧିକ ପ୍ରଭାବ ପଡିବନି । ଲଗାତାର ଶୁଣିଚାଲିଲେ ଇୟର କେନାଲ ମଧ୍ୟ ପ୍ରଭାବିତ ହୋଇଥାଏ । ସାଉଣ୍ଡ ଅତ୍ୟଧିକ ଶୁଣିବା ଦ୍ବାରା ଏହା ଆମ ପାଇଁ ରିଲାକ୍ସ ବଦଳରେ ମୁଣ୍ଡବିନ୍ଧା ପାଲଟିଥାଏ ।

ହେଡଫୋନ୍ସ ଦ୍ବାରା ଆମେ ମୁଣ୍ଡବିନ୍ଧା, ଶ୍ରବଣ ଶକ୍ତି ହରାଇବାର ଆଶଙ୍କା, ଅଳସୁଆମି, ଅସମୟରେ ବିଭିନ୍ନ ଶବ୍ଦ ଶୁଣିବା ଭଳି ଲକ୍ଷଣ ପ୍ରଭୃତି ରୋଗର ଶିକାର ହୋଇଥାଉ । ତେବେ ମସ୍ତିଷ୍କ ଉପରେ ଲଗାତାର ଗୀତ ଶୁଣିବାର କୌଣସି ସିଧାସଳଖ ପ୍ରଭାବ ନଥାଏ । ହେଲେ ଅତ୍ୟଧିକ ଶୁଣିଲେ ଏହା ବ୍ରେନ ଓ କାନ ଉପରେ ପ୍ରଭାବ ପକାଇଥାଏ । ଆଜିକାଲି ବଜାରରେ ନୂଆ ପ୍ରକାରର ହେଡଫୋନ୍ସ ବାହାରୁଛି । ଯାହାର ବ୍ୟବହାର ଫଳରେ ମୁଣ୍ଡରୁ ବାଳ ଝଡିବା, କାନ ବ୍ୟଥା ହେବା ମଧ୍ୟ ଦେଖାଦେଇଥାଏ । ଏହାସହ କାନରେ ଏହା ସବୁବେଳେ ବନ୍ଦ ହୋଇ ରହିଲେ କାନ ଅପରିଷ୍କାର ମଧ୍ୟ ହୋଇଥାଏ ।

ଏଥିପାଇଁ ବିଶେଷଜ୍ଞମାନେ ଏହାର ବ୍ୟବହାର ଉପରେ କିଛି ଟିପ୍ସ ପ୍ରଦାନ କରିଛନ୍ତି । ହେଡଫୋନ୍ସ କିମ୍ବା ଇୟରଫୋନ୍ସକୁ ଲଗାତାର ବ୍ୟବହାର କରନ୍ତୁ ନାହିଁ । ଶୁଣିବାବେଳେ କିଛି ସମୟ ବ୍ରେକ ନିଅନ୍ତୁ । କାନ ଭିତରେ ଥିବା ନର୍ଭସକୁ ସୁରକ୍ଷିତ ରଖିବା ପାଇଁ କମ ସାଉଣ୍ଡରେ ଗୀତ ଶୁଣନ୍ତୁ । ଅଧିକ ବାସ ଏବଂ ଟ୍ରେବଲ ଦିଅନ୍ତୁ ନାହିଁ । କାନକୁ ପରିଷ୍କାର ରଖିବା ସହ ତୁଳା ଦେଇ ଏହାକୁ ଲଗାନ୍ତୁ । ଇୟରଫୋନକୁ ମଧ୍ୟ ସଫା କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.