ETV Bharat / bharat

ପ୍ଲାଷ୍ଟିକରେ ନିର୍ମିତ ବୃହତକାୟ କଇଁଛ ଦେଉଛି ସଚେତନତାର ବାର୍ତ୍ତା - big Turtle

କର୍କଟର ସବୁଠାରୁ ବଡ କାରଣ ମଧ୍ୟରୁ ଗୋଟିଏ ପ୍ଲାଷ୍ଟିକକୁ ନଷ୍ଟ କରିବା ପାଇଁ ହରିୟାଣା କୁରୁକ୍ଷେତ୍ରର ଜଣେ ଛାତ୍ରୀଙ୍କ ପ୍ରୟାସ । 87 ହଜାର 197ଟି ବ୍ୟବହାର ହୋଇଥିବା ପ୍ଲାଷ୍ଟିକ ବ୍ୟାଗରୁ ନିର୍ମାଣ କଲେ ଏକ ବୃହତକାୟ କଇଁଛ । ଅଧିକ ପଢନ୍ତୁ..

Turtle
ପ୍ଲାଷ୍ଟିକରୁ ତିଆରି ହେଲା 6.6 ଫୁଟ ଉଚ୍ଚ ପ୍ଲାଷ୍ଟିକ କଇଁଛ
author img

By

Published : Jan 13, 2020, 7:59 AM IST

କୁରୁକ୍ଷେତ୍ର: ହରିୟାଣା କୁରୁକ୍ଷେତ୍ର ଠାରେ କିଛି ଯୁବକ ଯୁବତୀ ମିଶି ସାରା ଦେଶକୁ ଏକ ସୁନ୍ଦର ବାର୍ତ୍ତା । ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ 87 ହଜାର 197ଟି ବ୍ୟବହାର ହୋଇଥିବା ପ୍ଲାଷ୍ଟିକ ବ୍ୟାଗରୁ ଏକ ବିଶାଳକାୟ କଇଁଛ ତିଆରି କରିଛନ୍ତି । ଏହି କଇଁଛର ଉଚ୍ଚତା 6.6 ଫୁଟ ହୋଇଥିବା ବେଳେ ଏହାର ଲମ୍ବ 23 ଫୁଟ ରହିଛି। କୁରୁକ୍ଷେତ୍ରର ରିତୁ ନାମକ ଜଣେ ଛାତ୍ରୀ NICର ଅନ୍ୟ 100 ଜଣ ଛାତ୍ରଙ୍କ ସହ ମିଶି ଏହି କଇଁଛକୁ ତିଆରି କରିଛନ୍ତି । ବର୍ତ୍ତମାନ ସେ ମଣିଷ ସ୍ବାସ୍ଥ୍ୟ ଉପରେ ଜଳବାୟୁର ପରିବର୍ତ୍ତନ, ପରିବେଶ ଓ କୀଟନାଶକର ପ୍ରଭାବ ନେଇ ଏକ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛନ୍ତି ।

ପ୍ଲାଷ୍ଟିକରୁ ତିଆରି ହେଲା 6.6 ଫୁଟ ଉଚ୍ଚ ପ୍ଲାଷ୍ଟିକ କଇଁଛ

ରିତୁଙ୍କ ବାପା କର୍କଟ ରୋଗରେ ଆକ୍ରାନ୍ତ ହୋଇ ଜୀବନ ହାରିଥିଲେ । ଯାହାପରେ ରିତୁ କର୍କଟର ସବୁଠାରୁ ବଡ କାରଣ ମଧ୍ୟରୁ ଗୋଟିଏ ପ୍ଲାଷ୍ଟିକକୁ ନଷ୍ଟ କରିବା ପାଇଁ ଲୋକଙ୍କୁ ସଚେତନ କରିବା ପାଇଁ ସଂକଳ୍ପ କରିଥିଲେ । ତେବେ ପ୍ଲାଷ୍ଟିକରେ ତିଆରି ଏହି କଇଁଛ ପ୍ଲାଷ୍ଟିକର ସର୍ବବୃହତ ପ୍ରତିକୃତି ବୋଲି କହିଛି ଏହାକୁ ତିଆରି କରିଥିବା ଟିମ । ଏହାସହ ଏହି ପ୍ଲାଷ୍ଟିକ କଇଁଛକୁ ବିଶ୍ବ ରେକର୍ଡରେ ମଧ୍ୟ ସ୍ଥାନ ଦେବାକୁ ଆବେଦନ କରାଯାଇଛି ।

ଏହା ପୂର୍ବରୁ 2012 ଏପ୍ରିଲ 21 ତାରିଖରେ ସିଙ୍ଗାପୁର ଠାରେ ଏକ ପ୍ଲାଷ୍ଟିକରେ ତିଆରି ଅକ୍ଟୋପସ ପ୍ରଦର୍ଶନ କରାଯାଇଥିଲା ଯାହା ଏକ ବିଶ୍ବ ରେକର୍ଡ ଭାବେ ମାନ୍ୟତା ପାଇଛି । ତେବେ କୁରୁକ୍ଷେତ୍ରରେ ତିଆରି ହୋଇଥିବା ଏହି କଇଁଛ ସେହି ରେକର୍ଡ ଭାଙ୍ଗିବା ସହ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ବାର୍ତ୍ତା ଦେବ ବୋଲି ଆଶା କରାଯାଉଛି ।

କଇଁଛ ତିଆରି କରିବା କଥା ଚିନ୍ତା କରିଥିବା ରିତୁ କୁହନ୍ତି, ‘କଇଁଛ ତିଆରି କରିବା ପଛରେ ଉଦ୍ଦେଶ୍ୟ ହେଲା କଇଁଛ ଏମିତି ଏକ ଜୀବ ଯିଏ ଉଭୟ ଜଳ ଓ ସ୍ଥଳରେ ପ୍ରାୟ ତିନିଶହ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରେ । କିନ୍ତୁ ପ୍ଲାଷ୍ଟିକର ବହୁଳ ବ୍ୟବହାର କାରଣରୁ ତାଙ୍କ ଆୟୁଷ କମିବାରେ ଲାଗିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ କେବଳ ମଣିଷ ଓ ଜୀବଜନ୍ତୁ ନୁହନ୍ତି, କେହିହେଲେ ମଧ୍ୟ ପ୍ଲାଷ୍ଟିକର ପ୍ରକୋପରୁ ବର୍ତ୍ତି ପାରୁନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.