ETV Bharat / bharat

କୃଷି ବିଲ ପାରିତ ହେବା ବେଳେ କାହିଁକି ହେଲାନି ମତ ବିଭାଜନ, ସ୍ପଷ୍ଟିକରଣ ଦେଲେ ହରିବଂଶ...

ସଂସଦରେ ବିରୋଧ ମଧ୍ୟରେ 20 ସେପ୍ଟେମ୍ବରରେ କୃଷି ବିଲ୍ ପାରିତ ହେଲା । ଏହାକୁ ନେଇ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ସ୍ପଷ୍ଟୀକରଣ ଦେଇଛନ୍ତି।

author img

By

Published : Sep 28, 2020, 2:19 PM IST

ହରିବଂଶ
ହରିବଂଶ

ନୂଆଦିଲ୍ଲୀ: ସଂସଦରେ ବିରୋଧ ମଧ୍ୟରେ 20 ସେପ୍ଟେମ୍ବରରେ କୃଷି ବିଲ୍ ପାରିତ ହେଲା । ଏହାକୁ ନେଇ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ସ୍ପଷ୍ଟୀକରଣ ଦେଇଛନ୍ତି। ରାଜ୍ୟସଭାର ଉପବାଚସ୍ପତି ହରିବଂଶ ରବିବାର କହିଛନ୍ତି ଯେ 20 ସେପ୍ଟେମ୍ବର କୃଷି ବିଲ୍ ପଦ୍ଧତି ଅନୁଯାୟୀ ପାରିତ ହୋଇଛି। ଗୃହରେ ହଟ୍ଟଗୋଳ ଆରମ୍ଭ ହେବାରୁ ବିରୋଧିଙ୍କ ମତ ବିଭାଜନ ହୋଇପାରିନଥିବା ସେ ସ୍ପଷ୍ଟୀକରଣ ଦେଇଛନ୍ତି ।

ସେ କହିଛନ୍ତି, ‘ମୁଁ ଏକ ସାମ୍ବିଧାନିକ ପଦବୀରେ ଅଛି ତେଣୁ ଆନୁଷ୍ଠାନିକ ପ୍ରତ୍ୟାଖ୍ୟାନ କରିପାରିବି ନାହିଁ। ମୁଁ ଏହି ତଥ୍ୟଗୁଡିକୁ ଆପଣଙ୍କ ଧ୍ୟାନକୁ ଆଣିବାକୁ ଚାହୁଁଛି ଓ ଆପଣ ହିଁ ଏହାର ନିର୍ଣ୍ଣୟ ନିଅନ୍ତୁ ’ । ହରିବଂଶଙ୍କ ସ୍ପଷ୍ଟୀକରଣ ଏକ ଇଂରାଜୀ ଖବରକାଗଜରେ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ ରାଜ୍ୟସଭା ସାଂସଦ କେ.କେ ରାଗେଶ ଏବଂ ତିରୁଚି ଶିବା ସେପ୍ଟେମ୍ବର 20 ରେ କୃଷି ବିଧେୟକ ପାସ୍ କରିବାବେଳେ ମତ ବିଭାଜନ ପାଇଁ ଦାବି କରିଥିଲେ । ବିରୋଧୀ ଦଳ ନେତା ଗୁଲାମ ନଭୀ ଆଜାଦଙ୍କ ସମେତ ବିରୋଧୀ ସାଂସଦମାନେ ସେଦିନ ଗୃହକୁ ବହିସ୍କାର କରିଥିଲେ। ଅନ୍ୟପକ୍ଷେ ବିରୋଧୀ ଦାବି କରିଛନ୍ତି ଯେ ଉପବାଚସ୍ପତି ମତ ବିଭାଜନ କରିବାକୁ ମନା କରିଦେଇଥିଲେ ।

ପୂର୍ବରୁ ରାଜ୍ୟସଭା ସାଂସଦ କେ.କେ ରାଗେଶ ଉପବାଚସ୍ପତିଙ୍କୁ ଏକ ଚିଠି ଲେଖିଥିଲେ। ସେ ଏଥିରେ ପ୍ରଶ୍ନ କରିଥିଲେ କି, କଣ ଆପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସନ୍ତୁଷ୍ଟ କରିବା ପାଇଁ କୃଷି ବିଲ୍ ପାସ୍ କରିଥିଲେ ଓ ସଂସଦୀୟ ପ୍ରକ୍ରିୟାକୁ ଅଣଦେଖା କରିଥିଲେ । ରାଗେଶ ଏହା ମଧ୍ୟ ଲେଖିଛନ୍ତି, ଆଶ୍ଚର୍ଯ୍ୟଜନକ ଯେ ଆପଣ ସେହି ବ୍ୟକ୍ତି ଯିଏ ନିଜକୁ ସମାଜବାଦୀ ବୋଲି ଦାବି କରନ୍ତି ।

ପ୍ରକାଶଥାଉକି, 20 ସେପ୍ଟେମ୍ବରର ଘଟଣା ପରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ 8 ଜଣ ସାଂସଦଙ୍କୁ ନିଲମ୍ବିତ କରିଥିଲେ। ଏହାପରେ ବିରୋଧୀ ଦଳ ଗୁଡିକ ସଂସଦ ପରିସରରେ ଧାରଣାରେ ବସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.