ETV Bharat / bharat

ରାମ ମନ୍ଦିର ଟ୍ରଷ୍ଟକୁ 21,000 ଟଙ୍କା ଦାନ କଲେ ହାର୍ଦ୍ଦିକ ପଟେଲ

author img

By

Published : Aug 6, 2020, 2:17 PM IST

ଅଯୋଧ୍ୟାରେ ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନର ଗୋଟିଏ ଦିନ ପରେ ଗୁଜୁରାଟରେ କଂଗ୍ରେସ ପାର୍ଟିର କାର୍ଯ୍ୟରତ ସଭାପତି ହାର୍ଦ୍ଦିକ ପଟେଲ ନିଜ ପରିବାର ପକ୍ଷରୁ ମନ୍ଦିର ଟ୍ରଷ୍ଟକୁ 21,000 ଟଙ୍କା ଦାନ କରିଛନ୍ତି ।

hardik patel
ରାମ ମନ୍ଦିର ଟ୍ରଷ୍ଟକୁ 21000 ଟଙ୍କା ଦାନ କଲେ ହାର୍ଦ୍ଦିକ ପଟେଲ

ଗାନ୍ଧୀନଗର: ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟକୁ 21,000 ଟଙ୍କା ଦାନ କଲେ ହାର୍ଦ୍ଦିକ ପଟେଲ । ଅଯୋଧ୍ୟାରେ ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନର ଗୋଟିଏ ଦିନ ପରେ ଗୁଜୁରାଟରେ କଂଗ୍ରେସ ପାର୍ଟିର କାର୍ଯ୍ୟରତ ସଭାପତି ହାର୍ଦ୍ଦିକ ପଟେଲ ନିଜ ପରିବାର ପକ୍ଷରୁ ମନ୍ଦିର ଟ୍ରଷ୍ଟକୁ 21000 ଟଙ୍କା ଦାନ କରିଛନ୍ତି ।

ଟ୍ରଷ୍ଟ ଅଧ୍ୟକ୍ଷଙ୍କୁ ଲେଖିଥିବା ଏକ ଚିଠି ମାଧ୍ୟମରେ ପଟେଲ କହିଛନ୍ତି, ସେ ଏବଂ ତାଙ୍କ ପରିବାର ପ୍ରଭୁଙ୍କ ପ୍ରତି ଭକ୍ତି ରଖିଛନ୍ତି ଏବଂ ମନ୍ଦିର ନିର୍ମାଣ ପାଇଁ 21000 ଟଙ୍କା ଦାନ କରିବାକୁ ପ୍ରତିଶ୍ରୃତି ଦେଇଛନ୍ତି। ଏଥିସହ ସେ କହିଛନ୍ତି, ଦାନ ଟଙ୍କାକୁ ଅଗଷ୍ଟ 5ରେ ଟ୍ରଷ୍ଟର ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି।

ପ୍ରକାଶ ଥାଉକି, ବୁଧବାର ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ 175 ଅତିଥି ଏହି ସମାରୋହରେ ସାମିଲ ହୋଇଥିଲେ। କୋରୋନା କଟକଣାକୁ ମାନି ସମସ୍ତେ ମାସ୍କ ଏବଂ ସାମାଜିକ ଦୂରତା ବଜାୟ ରଖିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.