ETV Bharat / bharat

ଭାଲେଣ୍ଟାଇନ ସପ୍ତାହର ପ୍ରଥମ ଦିନ...

author img

By

Published : Feb 7, 2021, 1:18 PM IST

ଲାଲ ଗୋଲାପ । କାହାକୁ ବା ପସନ୍ଦ ନୁହେଁ । ଏହି ଫୁଲଟି କାହାରି ମନରେ ବି ସୃଷ୍ଟି କରି ଦିଏ ସକାରାତ୍ମକ ଭାବନା । ଆଉ ଆଜି ହେଉଛି ଗୋଲାପ ଦିବସ । ଭାଲେଣ୍ଟାଇନ ସପ୍ତାହର ପ୍ରଥମ ଦିନ । ହଳଦିଆ, କମଳା ,ଧଳା ରଙ୍ଗର ଗୋଲାପ ଭିତରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥାଏ ଗୋଲାପ । ପରସ୍ପରକୁ ଗୋଲାପ ଦେଇ ନିଜ ଭାବନା ପରିପ୍ରକାଶ କରିଥାନ୍ତି ପ୍ରେମୀ ଯୁଗଳ ।

ଭେଲଣ୍ଟାଇନ ସପ୍ତାହର ପ୍ରଥମ ଦିନ...
ଭେଲଣ୍ଟାଇନ ସପ୍ତାହର ପ୍ରଥମ ଦିନ...

ହାଇଦ୍ରାବାଦ: 'ଗୋଲାପ' ସ୍ନେହ, ପ୍ରେମ ଓ ଶାନ୍ତିର ବାର୍ତ୍ତା ବହନ କରୁଥିବା ଏହି ଫୁଲଟି କାହାରି ମନରେ ବି ସୃଷ୍ଟି କରିପାରେ ସକାରାତ୍ମକ ଭାବନା । କୁହନ୍ତି ପ୍ରେମର ପ୍ରତୀକ ହେଉଛି ଗୋଲାପ । ଆଉ ଆଜି ରୋଜ୍‌ ଡେ ରେ ପରସ୍ପରକୁ ଗୋଲାପ ଦେଇ ନିଜର ମନର ଭାବନା ପରିପ୍ରକାଶ କରିଥାଆନ୍ତି ପ୍ରେମୀ ଯୁଗଳ ।

ଭେଲଣ୍ଟାଇନ ସପ୍ତାହର ପ୍ରଥମ ଦିନ...
ଭେଲଣ୍ଟାଇନ ସପ୍ତାହର ପ୍ରଥମ ଦିନ...

ପ୍ରେମ ସତ୍ୟ.. ପ୍ରେମ ଚିରନ୍ତନ.. ପ୍ରେମ ଶାଶ୍ବତ । ପ୍ରେମ ମାନେ ନାହିଁ ବନ୍ଧ ବାଡ଼, ପ୍ରେମ ଆଗରେ ସବୁ କିଛି ତୁଚ୍ଛ । ପ୍ରେମ ମାନେ ନାହିଁ ଧନୀ ଗରିବ କି ଜାତି ଅଜାତି । ତଥାପି ପ୍ରେମ ଭିତରେ ଅନେକ କିଛି ବାଧା ବନ୍ଧନ ଆସେ । କେବେ ଦୁଃଖର ଝାଞ୍ଜି ମାଡ଼ରେ ଜୀବନ ଯନ୍ତ୍ରଣା ଦାୟକ ହୋଇଉଠେ ତ କେବେ ପୁଣି ବସନ୍ତର ମଳୟ ସ୍ପର୍ଶରେ ସିହିରି ଉଠେ । ସେ ଯାହା ହେଉ ନା କାହିଁକି ପ୍ରେମ ଏକ ଭାବନା, ଏକ ସମର୍ପଣ । ଜୀବନରେ ଯେତେ ଦୁଃଖ କଷ୍ଟ ଆସୁ ନା କାହିଁକି ପ୍ରେମ ଦ୍ବାରା ସମସ୍ତ ବାଧା ବିଘ୍ନକୁ ଦୂର ହେଇଯାଏ ।

ଏହି ଭାଲେଣ୍ଟାଇନ ଦିବସ ଆଜିର ଯୁବପୀଢୀ ପାଇଁ ବେଶ ଖାସ ହୋଇଥାଏ । ସ୍କୁଲ କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନେ ବେଶ ଉତ୍ସାହର ସହ ଏହି ଦିନ ଗୁଡିକୁ ନିଜ ପ୍ରିୟଜନ ପାଇଁ ସ୍ପେସିଆଲ କରିଥାନ୍ତି । କିନ୍ତୁ ତା ଅର୍ଥ ନୁହେଁ ଯେ କେବଳ ଆପଣ ଆପଣଙ୍କର ପୁରୁଷ ବନ୍ଧୁ କିମ୍ବା ମହିଳା ବନ୍ଧୁଙ୍କୁ ଗୋଲାପ ଦେଇପାରିବେ । ଆପଣ ଭଲ ପାଉଥିବା ମଣିଷକୁ ମଧ୍ୟ ଆପଣ ଗୋଲାପ ଦେଇ ସମ୍ପର୍କକୁ ଆହୁରି ମିଠା କରିପାରିବେ । ଆଜିର ଯୁବପୀଢୀ ଏହି ଦିବସକୁ ପାଳୁଛନ୍ତି ସତ, ହେଲେ ମନ ମାଳିନ୍ୟ ହେଲେ ତାହାକୁ ଦୂର କରିବା ପରିବର୍ତ୍ତେ ମନରେ ରାଗ ରଖି ପ୍ରତିଶୋଧ ନେବାକୁ ବି ପଛାଉନାହାନ୍ତି । କେବଳ ଲୋକ ଦେଖାଣିଆକୁ ଭଲ ପାଇବା କହିବା ବି ଅତ୍ୟୁକ୍ତି ହେବନି ।

ଏହି ସପ୍ତାହକୁ ପାଳନ କରିବାକୁ ଅନେକ ବାରଣ କରୁଥିବାବେଳେ ବରିଷ୍ଠ ଲୋକମାନେ ଏହାକୁ ପସନ୍ଦ କରିନଥାନ୍ତି । କିନ୍ତୁ ଲୁଚି ଛପି ହେଉ କି କୌଣସି ସୁନ୍ଦର ସ୍ଥାନରେ ପ୍ରେମୀ ଯୁଗଳ ଏକାଠୀ ହୋଇଥାନ୍ତି । ଆଉ ପରସ୍ପରକୁ ଗୋଲାପ ଦେଇ ନିଜ ଭାବନା ପରିପ୍ରକାଶ କରିଥାନ୍ତି । ଆଜିଠାରୁ ଆରମ୍ଭ ହୋଇ ସପ୍ତାହ ବ୍ୟାପି ଚାଲିବାକୁ ଥିବା ଏହି ଦିବସ ଗୁଡିକୁ ସମସ୍ତେ ସ୍ମରଣୀୟ କରିବାକୁ ଚାହିଁଥାନ୍ତି ।

ଭିନ୍ନ ରଙ୍ଗର ଗୋଲାପ ପାଇଁ ଭିନ୍ନ ମହତ୍ତ୍ବ....

ଲାଲ ଗୋଲାପ

ଲାଲ ଗୋଲାପ ପ୍ରେମର ପ୍ରତୀକ ହୋଇଥିବା ବେଳେ ଆଜିର ଦିନରେ ଏହି ରଙ୍ଗର ଚାହିଦା ଅନ୍ୟ ଅପେକ୍ଷା ବେଶ ଅଧିକ ଥାଏ ।

ଗୋଲାପୀ ଗୋଲାପ

ନିଜର ଖୁସି ସହ ନିଜ ସାଥୀ ପ୍ରତି ଥିବା ଭଲ ପାଇବା, କୃତଜ୍ଞ ଭାବନା ଓ ତାଙ୍କ ମହତ୍ତ୍ବ ପାଇଁ ଗୋଲାପୀ ରଙ୍ଗର ଗୋଲାପ ଦିଆଯାଇଥାଏ ।

ହଳଦିଆ ଗୋଲାପ

ହଳଦିଆ ରଙ୍ଗର ଗୋଲାପ ଫୁଲକୁ ବନ୍ଧୁତ୍ୱର ପ୍ରତୀକ ଭାବରେ ବ୍ୟବହାର କରାଯାଏ । ଗୋଲାପ ଦେଇ ଏଇ ସମ୍ପର୍କକୁ ଆରମ୍ଭ କରିବା ପୂର୍ବରୁ ମଜବୁତ କରିପାରିବା । ରୋଗରେ ପଡିଥିବା ଲୋକର ଆରୋଗ୍ୟ କାମନା କରିବା ପାଇଁ ମଧ୍ୟ ହଳଦିଆ ରଙ୍ଗର ଗୋଲାପ ଫୁଲ ଦିଆଯାଇଥାଏ ।

ଧଳା ଗୋଲାପ

ଧଳା ରଙ୍ଗର ଗୋଲାପକୁ କୌଣସି ସମ୍ପର୍କର ଆରମ୍ଭ ବୋଲି ବିଚାର କରାଯାଇଥାଏ । ସରଳତା ଓ ଶୁଦ୍ଧତାର ପ୍ରତୀକ ଭାବରେ ଧଳା ଗୋଲାପକୁ ବ୍ୟବହାର କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.