ETV Bharat / bharat

କପଡାବ୍ୟାଗ ଟାଙ୍ଗି ସହରକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ପ୍ରୟାସ - କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନକୁ ସଫଳ କରିବାକୁ ପ୍ରୟାସ

କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନକୁ ସଫଳ କରିବାକୁ ଅଭିନବ ପ୍ରୟାସ । ଗଛରେ କପଡା ବ୍ୟାଗ ଟାଙ୍ଗି ପ୍ଲାଷ୍ଟିକ ମୁକ୍ତ ସହର କରିବାକୁ ଲୋକଙ୍କୁ ଯୁବପିଢିଙ୍କ ନିବେଦନ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 17, 2019, 10:36 AM IST

ରାୟପୁର: ଛତିଶଗଡର ରାଜନନ୍ଦନଗାଓଁ ଜିଲ୍ଲାର ଡୋଙ୍ଗରା ଗାଁରେ ଦେଖିବାକୁ ମିଳିଛି ଅଭିନବ ଦୃଶ୍ୟ । ଗୋଟିଏ ଗଛରେ ରଙ୍ଗ ବେରଙ୍ଗର କପଡା ବ୍ୟାଗ ଝୁଲୁଥିବାର ଦେଖିବାକୁ ମିଳିଛି । ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ କରିବା ଉଦ୍ଦେଶ୍ୟରେ ଏହି ଗ୍ରାମର ଯୁବକ ଏଭଳି ଉପାୟ ଆପଣାଇଛନ୍ତି ।

ଜିଲ୍ଲା ମୁଖ୍ୟାଳୟ ଠାରୁ 25 କିମି ଦୂରରେ ଅବସ୍ଥିତ ଡୋଙ୍ଗରା ଗାଁ । ଏହି ଠାରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଏକ ଗଛରେ କିଛି ରଙ୍ଗ-ବେରଙ୍ଗର କପଡା ବ୍ୟାଗ ଟଙ୍ଗାହୋଇଛି । ଆଉ ଏକ କାଗଜ ପଟିରେ ସହରକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ନିବେଦନ କରାଯାଉଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଏହି ଅଭିଯାନ ସହ ଯୋଡି ରହିଥିବା ଭୋଜ ସାହୁ କୁହନ୍ତି ଯେ, ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ଆବଶ୍ୟକ । କାରଣ ଏହାର ବ୍ୟବହାର ଦ୍ବାରା ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି । ରାସ୍ତାକଡ, ନାଳ ଭିତରେ ପ୍ଲାଷ୍ଟିକ ଆବର୍ଜନା ଗଦା ଗଦା ହୋଇ ପଡିରହୁଛି । ଆଉ ଏହାକୁ ଗାଈଗୋରୁ ଖାଇବା ଦ୍ବାରା ବିଭିନ୍ନ ରୋଗରେ ପଡୁଛନ୍ତି । ପରିବେଶ ପ୍ରଦୂଷଣମୁକ୍ତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ସ୍ବଚ୍ଛ ଭାରତ ଅଭିଯାନକୁ ସଫଳ କରିବା ପାଇଁ ଆମେ ଲୋକଙ୍କୁ ଏ ବାବଦରେ ଅବଗତ କରାଉଛୁ । ସେଥିପାଇଁ ସହରରେ ଗଛରେ କପଡା ବ୍ୟାଙ୍ଗ ଟାଙ୍ଗି ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରୁଛୁ।

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.