ETV Bharat / bharat

‘ଫେବୃୟାରୀ ସୁଦ୍ଧା ଦେଶର 50 ପ୍ରତିଶତ ନାଗରିକ ହେବେ କୋରୋନା ସଂକ୍ରମିତ’

ଦେଶରେ କୋରୋନା ସଂକ୍ରମଣକୁ ନେଇ ବଡ ବୟାନ ଦେଲେ ସରକାରୀ ପ୍ୟାନେଲ । ଆସନ୍ତା ଫେବୃୟାରୀ ସୁଦ୍ଧା ଦେଶର 50 ପ୍ରତିଶତ ନାଗରିକ ହୋଇପାରନ୍ତି କୋରୋନା ଆକ୍ରାନ୍ତ । ଅଧିକ ପଢନ୍ତୁ...

author img

By

Published : Oct 20, 2020, 9:51 AM IST

ଦେଶରେ କୋରୋନା ସଂକ୍ରମଣ
ଦେଶରେ କୋରୋନା ସଂକ୍ରମଣ

ନୂଆଦିଲ୍ଲୀ: କୋରୋନା ସଂକ୍ରମଣକୁ ନେଇ ସରକାରୀ ପ୍ୟାନେଲଙ୍କ ଭୟଙ୍କର ବୟାନ । ଆସନ୍ତା ଫେବୃୟାରୀ ସୁଦ୍ଧା 50 ପ୍ରତିଶତ ଭାରତୀୟ ହୋଇପାରନ୍ତି କୋରୋନା ସଂକ୍ରମିତ । ବର୍ତ୍ତମାନ ଦେଶରେ ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାବେଳେ ଅଧିକାରୀଙ୍କ ଏଭଳି ସମସ୍ତଙ୍କୁ ଚକିତ କରିଛି । ତେବେ ଫେବୃୟାରୀ ପରେ ଆଶାତୀତ ସଂକ୍ରମଣରେ ହ୍ରାସ ଦେଖାଦେବ ସେ କହିଛନ୍ତି ।

ବର୍ତ୍ତମାନ ଦେଶରେ କୋରୋନା ସଂକ୍ରମିତ ମାମଲା 75 ଲକ୍ଷ ପାର କରିଛି । ବିଶ୍ବରେ କୋରୋନା ମାମଲାରେ ଆମେରିକା ପରେ ଦ୍ବିତୀୟ ରହିଛି ଭାରତ । ସେପ୍ଟେମ୍ବରରେ 61 ହଜାର 390 ମାମଲା ଚିହ୍ନଟ ପରେ ପଜିଟିଭ କେସ କମିବାରେ ଲାଗିଛି । ବର୍ତ୍ତମାନ ସମୟରେ ଦେଶରେ 30 ପ୍ରତିଶତ ଜନସଂଖ୍ୟା କୋରୋନା ଆକ୍ରାନ୍ତ ହେଥିବାବେଳେ ଫେବୃୟାରୀ ବେଳକୁ ଏହା 50 ପ୍ରତିଶତ ହୋଇଯିବ ବୋଲି ଭାରତୀୟ ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, କାନପୁରର ପ୍ରଫେସର ମନିନ୍ଦ୍ର ଅଗ୍ରୱାଲ ଆଶଙ୍କା କରିଛନ୍ତି ।

ବର୍ତ୍ତମାନର କୋରୋନା ବିସ୍ତାର ଉପରେ ଆକଳନ କରୁଥିବା କମିଟି ପକ୍ଷରୁ ସରକାରଙ୍କ ସେରୋଲୋଜିକାଲ ସର୍ଭେ ତୁଳନାରେ ବହୁତ ଅଧିକ, ଯାହା ଦର୍ଶାଇଛି ଯେ ସେପ୍ଟେମ୍ବର ସୁଦ୍ଧା ପ୍ରାୟ 14% ଲୋକ ସଂକ୍ରମିତ ହୋଇଥିଲେ। ଅଗ୍ରୱାଲ କହିଛନ୍ତି ଯେ ଜନସଂଖ୍ୟାର ଆକାରରେ ସେରୋଲୋଜିକାଲ୍ ସର୍ଭେଗୁଡିକ ନମୁନା ସଂଗ୍ରହକୁ ସମ୍ପୂର୍ଣ୍ଣ ସଠିକ୍ କରିବାରେ ସକ୍ଷମ ହୋଇପାରୁନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.