ETV Bharat / bharat

ISI କୁ ଫାଇଟର ଏୟାରକ୍ରାଫ୍ଟ ତଥ୍ୟ ଯୋଗାଇବା ଅଭିଯୋଗରେ HAL କର୍ମଚାରୀ ଗିରଫ

ଆଇଏସଆଇକୁ ଭାରତୀୟ ଫାଇଟର ଏୟାରକ୍ରାଫ୍ଟର ତଥ୍ୟ ଦେବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ମହାରାଷ୍ଟ୍ର ଏଟିଏସ । ଅଧିକ ପଢନ୍ତୁ...

author img

By

Published : Oct 9, 2020, 4:15 PM IST

Updated : Oct 9, 2020, 4:42 PM IST

ISI କୁ ଫାଇଟର ଏୟାରକ୍ରାଫ୍ଟ ତଥ୍ୟ ଯୋଗାଇବା ଅଭିଯୋଗରେ HAL କର୍ମଚାରୀ ଗିରଫ
ISI କୁ ଫାଇଟର ଏୟାରକ୍ରାଫ୍ଟ ତଥ୍ୟ ଯୋଗାଇବା ଅଭିଯୋଗରେ HAL କର୍ମଚାରୀ ଗିରଫ

ମୁମ୍ବାଇ: ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଭାରତୀୟ ଫାଇଟର ଏୟାରକ୍ରାଫ୍ଟର ତଥ୍ୟ ଦେବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ମହାରାଷ୍ଟ୍ର ଏଟିଏସ । ଅଭିଯୁକ୍ତ ଜଣଙ୍କୁ ନାଗପୁରରୁ ଗିରଫ କରାଯାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣଙ୍କ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡରେ କର୍ମଚାରୀ ରହିଥିଲା । ତେବେ ସେ ଆଇଏସଆଇ ସହ ସମ୍ପର୍କରେ ଥିବା ଜଣାପଡିଛି । ଅଭିଯୁକ୍ତ ସମ୍ବେଦନଶୀଳ ତଥ୍ୟ ଆଇଏସଆଇକୁ ହସ୍ତାନ୍ତର କରୁଥିବା ଅଭିଯୋଗରେ ଏଟିଏସର ନାସିକ ୟୁନିଟ ତାକୁ ଗିରଫ କରିଛି ।

ଗିରଫ କରିଯାଇଥିବା ଅଭିଯୁକ୍ତକୁ କୋର୍ଟରେ ହାଜର କରାଯାଇଥିଲା । ତେବେ କୋର୍ଟ ତାକୁ 10 ଦିନ ଏଟିଏସର ରିମାଣ୍ଡରେ ପଠାଇଦେଇଛନ୍ତି । ତେବେ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି ।

Last Updated : Oct 9, 2020, 4:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.