ରାଞ୍ଚି: ଝାଡଖଣ୍ଡ କୋଡରମା ଜିଲ୍ଲାର ମରକଚ୍ଚୋ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଗତ 3 ମାସ ଧରି ଖୁଡି ସହ ପୁତୁରା ଜୋର ଜବରଦସ୍ତ ରଖୁଥିଲା ଶାରୀରିକ ସମ୍ପର୍କ । ଏହି ଘଟଣା ବିଷୟରେ ମହିଳା ଜଣଙ୍କ ଗାଁ ଲୋକଙ୍କୁ ଜଣାଇବାରୁ ଗ୍ରାମବାସୀ ମହିଳାଙ୍କୁ ଘରୁ ଘୋଷାଡି ନେଇ ମାରପିଟ କରିବା ସହ ତାଙ୍କୁ ନଗ୍ନ ଅବସ୍ଥାରେ ଗାଁ ଦାଣ୍ଡରେ ବୁଲାଇ ଚୁଟି କାଟିଦେଇଥିଲେ ।
ସୂଚନାମୁତାବକ, ମହିଳାଙ୍କ ସ୍ବାମୀ କିଛି ଦିନ ହେବ ବାହାରକୁ ଯାଇଥିବାବେଳେ ମହିଳାଙ୍କୁ ଏକୁଟିଆ ଦେଖି ତାଙ୍କ ପୁତୁରା ଲଗାତାର 3 ମାସ ଧରି ଦୁଷ୍କର୍ମ କରିଥିଲା । ଯେପରି ମହିଳା ବାହାରେ କିଛି କହିନଦିଅନ୍ତି ସେନେଇ ତାଙ୍କୁ ଡରେଇ ଧମକାଇ ରଖୁଥିଲା । କିନ୍ତୁ ଯେବେ ମହିଳା ଏହି କଥା ଗ୍ରାମବାସୀଙ୍କ ନିକଟରେ କହିଥିଲେ ସମସ୍ତେ ତାଙ୍କୁ ଦୋଷୀ କହି ମାରପିଟ କରିଥିଲେ । ମହିଳା ଜଣଙ୍କ ଏନେଇ ଥାନାରେ ଏତଲା ଦେଇଛନ୍ତି ।
ଘଟଣାରେ କୋଡରମା ଏସପି ଏମ ତମିଲବାନନ କହିଛନ୍ତି ଯେ, ଅଭିଯୋଗ ଅନୁସାରେ 11 ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଏହାର ଖୁବଶିଘ୍ର ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେବାପାଇଁ ଏସଡିପିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।