ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡରେ ଏକ ଭୟଙ୍କର ଦୁର୍ଘଟଣା ସାମାନାକୁ ଆସିଛି । ଘାଟି ଚଢୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ସୁରକ୍ଷା ପାଇଁ ଲଗାଯାଇଥିବା ଲୁହା ବାଡରେ ଲାଗି ଦୁଇ ଫୁଟ ଉପର ପବନରେ ଝୁଲୁଥିବା ଏକ ଜିପର ଚିତ୍ର ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ଏକ ଜିପରେ ନଅ ଜଣ ନେରୋଲାରୁ ମାଥେରାନ ଦେଇ ଯାଉଥିଲେ । ନେରୋଲାରୁ ମାଥେରାନର ଘାଟିକୁ ଚଢିବାବେଳ ଜିପ ଡ୍ରାଇଭର ଦ୍ରୁତ ଗତିରେ ଚଳାଉଥିବା ସମୟରେ ନିୟନ୍ତ୍ରଣ ହରାଇଥିଲା । ଘାଟି ଉପରକୁ ଚଢିବା କଷ୍ଟକର ହେବା ପରେ ଡ୍ରାଇଭର ଗଭୀର ଉପତ୍ୟକା ପାର୍ଶ୍ବରେ ଥିବା ଲୁହା ଗ୍ରିଲ ଆଡକୁ ଗାଡିର ନିୟନ୍ତ୍ରଣ ହରାଇଥିଲା ।
![Gypsy car accident in Raigad district](https://etvbharatimages.akamaized.net/etvbharat/prod-images/mh-rai-01-accident-slug-mhc10085_24012021114609_2401f_1611468969_627.jpg)
ଏହି ଚିତ୍ର ଏତେ ଭୟଙ୍କର ଥିଲା ଯେ ଏହା ଏକ ଚଳଚ୍ଚିତ୍ରର ଦୃଶ୍ୟ ପରି ଦେଖାଯାଉଥିଲା । ଏହି ଦୁର୍ଘଟଣାରେ କେତେଜଣ ଆହତ ହୋଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ ।