ETV Bharat / bharat

ହିମାଳୟର ଜ୍ଞାନଗଞ୍ଜ, ଅମର ରହିବାର ସିକ୍ରେଟ ଜାଗା - MYSTRY OF GYANAGANJ

ରହସ୍ୟମୟ ଏହି ସଂସାରରେ ଏମିତି କିଛି ସ୍ଥାନ ଅଛି ଯେଉଁଠି ମୃତ୍ୟୁ ଥମିଯାଏ। ସେ ସ୍ଥାନରେ ପହଁଞ୍ଚିଲେ କାଳର କରାଳ ଗତି ବି ହାରମାନେ। ଆଉ ଚିରଦିନ ପାଇଁ ମଣିଷକୁ ମିଳିଯାଏ ଅମରତ୍ବ। ଏଠାରେ ଅଧାରେ ଅଟକିଯାଏ ସନ୍ୟାସୀଙ୍କ ଆୟୁଷ। ଯାହାର ରହସ୍ୟ ପାଖରେ ଆଜି ବି ପହଁଞ୍ଚି ପାରିନି ବିଜ୍ଞାନ, ବୈଜ୍ଞାନିକ ଓ ଅତ୍ୟାଧୁନିକ ସାଟେଲାଇଟ । ଏଠାରେ ରହୁଥିବା ସମସ୍ତ ସାଧୁ ସର୍ବଦା ଧ୍ୟାନରେ ମଗ୍ନ ହୋଇ ରହିଥାନ୍ତି। ମୃତ୍ୟୁ କେବେ ତାଙ୍କୁ ସ୍ପର୍ଶ କରିପାରିନାହେଁ।

ହିମାଳୟର ଜ୍ଞାନଗଞ୍ଜ, ଅମର ରହିବାର ସିକ୍ରେଟ ଜାଗା

author img

By

Published : Jun 30, 2020, 8:54 AM IST

ଜ୍ଞାନଗଞ୍ଜର କାଳାତୀତ ସତ୍ୟ

ଅମର ରହିବାକୁ କିଏ ବା ନ ଚାହେଁ। ହେଲେ ମିଥ୍ୟା ଏହି ସଂସାରରେ ଜନ୍ମ ଓ ମୃତ୍ୟୁ ଚିରନ୍ତନ ସତ୍ୟ। ମଣିଷ ଦେହ ଧରି ପୃଥିବୀ ପୃଷ୍ଟରେ ଜନ୍ମଗ୍ରହଣ କଲେ ଦେବତାଙ୍କୁ ବି ଦେହତ୍ୟାଗ କରିବାକୁ ପଡେ। ସେଥିପାଇଁ ଏକ ଶ୍କୋକ ଅଛି, ଜାତସ୍ୟ ହିଁ ଧ୍ରୁବ ମୃତ୍ୟୁଃ। ଅର୍ଥାତ୍ ଯିଏ ଜନ୍ମ ହୋଇଛି ତା'ର ମୃତ୍ୟୁ ସୁନିଶ୍ଚିତ। ହେଲେ ରହସ୍ୟମୟ ଏହି ସଂସାରରେ ଏମିତି କିଛି ସ୍ଥାନ ଅଛି ଯେଉଁଠି ମୃତ୍ୟୁ ଥମିଯାଏ। ସେ ସ୍ଥାନରେ ପହଁଞ୍ଚିଲେ କାଳର କରାଳ ଗତି ବି ହାରମାନେ। ଆଉ ଚିରଦିନ ପାଇଁ ମଣିଷକୁ ମିଳିଯାଏ ଅମରତ୍ବ। ଏଠାରେ ଅଧାରେ ଅଟକିଯାଏ ସନ୍ୟାସୀଙ୍କ ଆୟୁଷ। ଯାହାର ରହସ୍ୟ ପାଖରେ ଆଜି ବି ପହଁଞ୍ଚି ପାରିନି ବିଜ୍ଞାନ, ବୈଜ୍ଞାନିକ ଓ ଅତ୍ୟାଧୁନିକ ସାଟେଲାଇଟ । ଏଠାରେ ରହୁଥିବା ସମସ୍ତ ସାଧୁ ସର୍ବଦା ଧ୍ୟାନରେ ମଗ୍ନ ହୋଇ ରହିଥାନ୍ତି। ମୃତ୍ୟୁ କେବେ ତାଙ୍କୁ ସ୍ପର୍ଶ କରିପାରିନାହେଁ।

ହିମାଳୟର ଜ୍ଞାନଗଞ୍ଜ, ଅମର ରହିବାର ସିକ୍ରେଟ ଜାଗା
ହିମାଳୟର ଜ୍ଞାନଗଞ୍ଜ, ଅମର ରହିବାର ସିକ୍ରେଟ ଜାଗା

ଏଠି ନୀରବି ଯାଏ ମୃତ୍ୟୁ

ରହସ୍ୟର ଗନ୍ତାଘର ହିମାଳୟ। ଏଠି ଅନେକ ଅଛପା ଏବଂ ଅକୁହା କଥା ରହିଛି। ଯାହାକୁ ବର୍ଣ୍ଣନା କରିବା ଏବଂ ରହସ୍ୟଭେଦ କରିବା ଜଣେ ସାଧାରଣ ମଣିଷ ପକ୍ଷେ ସମ୍ଭବ ନୁହେଁ। ସେମିତି ଏକ ସ୍ଥାନ ହେଉଛି ଜ୍ଞାନଗଞ୍ଜ। ଏହା ସଂଗ୍ରୀଲା ସମ୍ଭାଲା ଏବଂ ସିଦ୍ଧାଶ୍ରମ ନାମରେ ଖ୍ୟାତ। ଏହା ହେଉଛି ଅମର ପ୍ରାପ୍ତିର ସିକ୍ରେଟ ପ୍ଲେସ। ଏଠି ଥମିଯାଏ ମୃତ୍ୟୁ। ଆଉ ଚିରଦିନ ଅମର ହୋଇଯାଏ ମଣିଷ। ହେଲେ ଏହି ରହସ୍ୟମୟ ସ୍ଥାନରେ ଜଣେ ସାଧାରଣ ଲୋକ ପହଁଞ୍ଚିବା ସମ୍ଭବ ନୁହେଁ। ଏହି ସ୍ଥାନର ସଠିକ ଠିକଣା କାହାକୁ ବି ଜଣାନାହିଁ। କେବଳ ସାଧକ, ସନ୍ୟାସୀ ଓ ଇଶ୍ବର ପ୍ରେମୀ ଲୋକ ଏହି ମାଟି ମାଡି ପାରିବେ।

ରହସ୍ୟମୟ ସ୍ଥାନ, ହାରମାନିଛି ବିଜ୍ଞାନ

ଏହା ଏକ ଏଭଳି ସ୍ଥାନ ଯାହା କେବଳ ସିଦ୍ଧ ପୁରୁଷଙ୍କୁ ପ୍ରାପ୍ତି ହୁଏ। ଆଶ୍ଚର୍ଯ୍ୟର କଥା ହେଉଛି ନା ଏହା ଖୋଲା ଆଖିରେ ଦେଖାଯାଏ ନା ସାଟେଲାଇଟ ଜରିଆରେ ଦେଖାଯାଏ । ଏହି ସ୍ଥାନ କୌଣସି ଖାସ୍ ଧର୍ମ ତଥା ସଂସ୍କୃତିକୁ ମଧ୍ୟ ଇଙ୍ଗିତ କରୁନାହିଁ । ବାଲ୍ମୀକି ରାମାୟଣ ଏବଂ ମହାଭାରତରେ ଏହି ସ୍ଥାନର ନାଁ ରହିଛି ଯାହାକୁ ସିଦ୍ଧାଶ୍ରମ କୁହାଯାଇଛି। ଲେଖକ ହିଲ୍ଟନଙ୍କ ପୁସ୍ତକ 'Lost Horizon, about the lost kingdom of Shangri-La'ରେ ଏହି ସ୍ଥାନର ବର୍ଣ୍ଣନା ରହିଛି। ଆଧୁନିକ, ବୈଷୟିକ ଜ୍ଞାନକୌଶଳ ଜଗତ ପାଇଁ ମାନବିକତାଠାରୁ ଅଧିକ ଆଧ୍ୟାତ୍ମିକ କ୍ଷେତ୍ରର ଅସ୍ତିତ୍ବ କେବଳ ଏକ କାହାଣୀ । ଜିଆଙ୍ଗଞ୍ଜର ଅମର ସାଧକମାନଙ୍କ ପାଇଁ ଏହା ହେଉଛି ସେମାନଙ୍କର ବାସ୍ତବତା ।

କେଉଁଠାରେ ଅବସ୍ଥିତ ଏହି ଜିଆଙ୍ଗଞ୍ଜ?

ଅନେକ ଏହି ବାସସ୍ଥାନକୁ ସଂଗ୍ରୀଲା କିମ୍ବା ମୁଖ୍ୟତଃ ଶମ୍ଭଲା ବୋଲି କହନ୍ତି। ବିଶ୍ବାସ ରହିଛି ଯେ ଏହା ଏକ ପବିତ୍ର କ୍ଷେତ୍ର ଏବଂ ଯଦି ଆପଣଙ୍କ ସହିତ ‘କାର୍ମିକ୍ ସଂଯୋଗ’ ଏଠି ପ୍ରବେଶ କରିବା ଅସମ୍ଭବ ଅଟେ । ତିବ୍ଦତୀୟ ବୌଦ୍ଧଧର୍ମୀମାନେ କହିଛନ୍ତି ଯେ ଏହି ରହସ୍ୟମୟ ଅଞ୍ଚଳ ମଧ୍ୟ ଏସିଆର କିଛି ଅସ୍ପଷ୍ଟ ସ୍ଥାନରେ ଲୁଚି ରହିଛି। ଜିଆଙ୍ଗଞ୍ଜର ସବୁଠାରୁ ଆକର୍ଷଣୀୟ ଦିଗ ହେଉଛି ଏହାର ବାସିନ୍ଦା - ଇଶ୍ବରୀୟ ତଥା ଅମର ସାଧୁଙ୍କୁ ନାଗାସାଧୁ ବୋଲି ମଧ୍ୟ କୁହାଯାଏ, ଯେଉଁମାନେ ପର୍ବତରେ ବାସ କରନ୍ତି ।

ସ୍ଥିର ବୟସ, ଚୀର ଯୌବନ

ସାଇ କାକା (ଗୁରୁ) ଯିଏ ଏକାଧିକ ଥର ଜ୍ଞାନଗଞ୍ଜ ପରିଦର୍ଶନ କରିଛନ୍ତି ବୋଲି ଦାବି କରିଛନ୍ତି । ତାଙ୍କ କହିବା ଅନୁଯାୟୀ ଏହି ସ୍ଥାନଟି ସମ୍ପୂର୍ଣ୍ଣ ଉଚ୍ଚ ସ୍ଥାନରେ ଅବସ୍ଥିତ । ପରମହଂସ ଯୋଗାନନ୍ଦ, ଯୋଗୀଙ୍କ ଆତ୍ମଜୀବନୀରେ ତାଙ୍କ ଗୁରୁଙ୍କ ଗୁରୁ ମହାଅବତାର ବାବାଜୀଙ୍କ ବିଷୟରେ ଉଲ୍ଲେଖ କରି କହିଛନ୍ତି। ଯିଏ ମହାନ ଯୁଗର ସାଧୁ, ସେ ଏହି ସ୍ଥାନର ସାନିଧ୍ୟରେ ଆସି ଚିର ଯୌବନ ପ୍ରାପ୍ତ କରିଛନ୍ତି। ଯୋଗାନନ୍ଦଙ୍କ ଏହା ମଧ୍ୟ କହିଛନ୍ତି, ଏହି ସ୍ଥାନ ମହାନ ଯୋଗୀ ଓ ସାଧକଙ୍କ ଦିବ୍ୟ ସିଦ୍ଧିର ଶକ୍ତିରେ ପରିପୂର୍ଣ୍ଣ। ଗୋପୀନାଥ କବିରାଜ ତାଙ୍କ ପୁସ୍ତକ ସିଦ୍ଧଭୂମି ଜ୍ଞାନଙ୍ଗଞ୍ଜରେ ଏହି ସ୍ଥାନର ମହାମାନବୀୟ ଅଧିବାସୀଙ୍କ ଉପରେ ବର୍ଣ୍ଣନା କରିଛନ୍ତି। ସେ ମଧ୍ୟ ତାଙ୍କ ଗୁରୁ ସ୍ବାମୀ ବିଶୁଦ୍ଧାନନ୍ଦଙ୍କ ଅନୁଭୂତିର ଅବତାରଣା କରିଛନ୍ତି। ଯିଏ ସୌର ବିଜ୍ଞାନର ଅଧ୍ୟୟନ ପାଇଁ ଜ୍ଞାନଗଞ୍ଜ ଯାତ୍ରା କରିଥିଲେ। ଏହି ଜ୍ଞାନ ତାଙ୍କୁ ସୌରଶକ୍ତିର ଦିବ୍ୟ ପ୍ରୟୋଗ ମାଧ୍ୟମରେ ଗୋଟିଏ ବସ୍ତୁକୁ ଅନ୍ୟ ବସ୍ତୁରେ ପରିବର୍ତ୍ତିତ କରିବାର ସାମର୍ଥ୍ୟ ପ୍ରଦାନ କରିଥିଲା।

ମୃତ୍ୟୁର ମୃତ୍ୟୁ ହିମାଳୟର ଜ୍ଞାନଗଞ୍ଜ

ସାଧନାର ଦିବ୍ୟଭୂମି, ଅମରତ୍ବକୁ ଯାତ୍ରା। ଚିରନ୍ତନ ଚେତନାର ଉତ୍ସ। ଜନ୍ମ ଓ ମୃତ୍ୟୁର ଭୟ ଓ ଦ୍ବନ୍ଦରୁ ଉର୍ଦ୍ଦ୍ବରେ ଜୀବନର ସ୍ଥିତି। ଅମୃତ ମୟ ସିଦ୍ଧିର ଗଭୀରତାରେ ସାଧକ ପାଏ ବିରଳ ଆନନ୍ଦ। ସ୍ଥୂଳ ଶରୀରର କ୍ଷୂଦ୍ର ବାସ୍ତବିକତାରୁ ଭିନ୍ନ ଏକ କାଳାତୀତ ଦିଗର ସନ୍ଧାନରେ ମଗ୍ନ ସୂକ୍ଷ୍ମ ଚେତନାର ମହାଧ୍ୟାନ। ମୃତ୍ୟୁ ଯେଉଁଠି ପାଲଟେ ମୂଲ୍ୟହୀନ, ସ୍ଥାଣୁତା ଯେଉଁଠି ହୁଏ ସ୍ଥିର, ଚେତନାର ସକଳ ସ୍ଥିତି ଯେଉଁଠି ସାଜେ ସ୍ଥିତପ୍ରଜ୍ଞ ତାହା ହିଁ ମଣିଷର ପ୍ରକୃତ ସ୍ବରୂପର ସାକ୍ଷୀ ହିମାଳୟର ଜ୍ଞାନଗଞ୍ଜ। ବିଜ୍ଞାନର ମହାମାନବୀୟ ଯାତ୍ରା ଏଠି ପାଲଟିଛି ନିଷ୍ପର୍ଭ। ବିଜ୍ଞାନ ବିଜ୍ଞ ଅହଂକାର ଏହାର ରହସ୍ୟ ଭେଦିବାକୁ ଏପର୍ଯ୍ୟନ୍ତ ଅସମର୍ଥ। ବିଜ୍ଞାନତୀତ ବିଭୂତିରେ ବିଶେଷତ୍ତ୍ବକୁ ପ୍ରାପ୍ତ ହୋଇଥିବା ଏହି ସ୍ଥାନ ଆଜି ବି ଆକର୍ଷିତ କରେ ସାଧାରଣ ମଣିଷର ଆବେଗ ଓ ଭାବାବେଗକୁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.