ETV Bharat / bharat

ଗ୍ବାଲିୟରରେ ପ୍ରଥମ ସଫଳ କିଡନୀ ପ୍ରତ୍ୟାରୋପଣ - successful

ପ୍ରଥମ ଥର ପାଇଁ ଗ୍ବାଲିୟରରେ ସଫଳ ହୋଇଛି କିଡନୀ ପ୍ରତ୍ୟାରୋପଣ । ଗ୍ବାଲିଅରର ୱାଶିମ ନାମକ ଜଣେ ପ୍ରଥମେ ମାଲେରିଆ ଓ ପରେ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିଲେ। ଫଳରେ ତାଙ୍କର କିଡନୀ ପ୍ରତ୍ୟାରୋପଣ କରିବା ପାଇଁ ବାଧ୍ୟ ହୋଇଥିଲେ ଡାକ୍ତର ।

ସର୍ଜରୀ କରିଥିବା ଡାକ୍ତରୀ ଦଳ
author img

By

Published : Mar 15, 2019, 2:32 PM IST

ଗ୍ବାଲିଅର: ପ୍ରଥମ ଥର ପାଇଁ ଗ୍ବାଲିୟରରେ କିଡନୀ ପ୍ରତ୍ୟାରୋପଣ ସଫଳ ହୋଇଛି । ଘରୋଇ ହସ୍ପିଟାଲର ଡାକ୍ତରୀ ଦଳ ମିଶି କରିଛନ୍ତି ଏହି ସଫଳ ପ୍ରତ୍ୟାରୋପଣ । ଗ୍ବାଲିଅରର ୱାଶିମ ପ୍ରଥମେ ମାଲେରିଆରେ ଆକ୍ରାନ୍ତ ହୋଇଥିଲେ। ହେଲେ ଏହା ସଂକ୍ରମିତ ହୋଇ ତାଙ୍କର କିଡନୀକୁ ପ୍ରଭାବିତ କରିଥିଲା । ଫଳରେ ତାଙ୍କର କିଡନୀ ପ୍ରତ୍ୟାରୋପଣ କରିବା ପାଇଁ ବାଧ୍ୟ ହୋଇଥିଲେ ଡାକ୍ତର ।

ସର୍ଜରୀ କରିଥିବା ଡାକ୍ତରୀ ଦଳ

ସୂଚନା ଅନୁସାରେ, ଗ୍ବାଲିୟର ଅବଦପୂରା ଅଞ୍ଚଳରେ ୱାଶିମ ତାଙ୍କ ମାଆଙ୍କ ସହ ରୁହନ୍ତି । ପୁଅର ଏଭଳି ଅବସ୍ଥା ଦେଖିପାରିନଥିଲେ ମାଆ । ତେଣୁ ପୁଅର ଜୀବନ ବଞ୍ଚାଇବାକୁ ନିଜ କିଡନୀ ଦେବାକୁ ସ୍ଥିର କରିଥିଲେ । ଆଉ ଡାକ୍ତରଙ୍କ ପରାମର୍ଶ କ୍ରମେ କିଡନୀ ପ୍ରତ୍ୟାରୋପଣ କରାଯାଇଥିଲା ଏବଂ ଏହା ସଫଳ ହୋଇଥିଲା ।

ସେହିପରି ଅନ୍ୟପଟେ ଭିଣ୍ଡ ଅଞ୍ଚଳର ଲକ୍ଷ୍ମୀ ତ୍ରିପାଠୀ ନାମକ ଜଣେ ମହିଳା ବର୍ଷେ ହେବ କିଡନୀ ସମସ୍ୟା ନେଇ ଚିକିତ୍ସିତ ହେଉଥିଲେ। ହେଲେ ଚିକିତ୍ସା ଚାଲିଥିବା ବେଳେ ଭଲ ହେବା ପରିବର୍ତ୍ତେ ତାଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଥିଲା । ଫଳରେ ତାଙ୍କ ମାଆ ପୁଷ୍ପା ଦେବୀ ଝିଅକୁ ନିଜ କିଡନୀ ଦାନ କରିଥିଲେ। ତାଙ୍କର ପ୍ରତ୍ୟାରୋପଣ ମଧ୍ୟ ସଫଳ ହୋଇଛି।

ବର୍ତ୍ତମାନ ଦୁଇ ଜଣ ରୋଗୀ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ରହିଛି। ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି ଯେ, ଗ୍ବାଲିଅରରେ ଏଭଳି କିଡନୀ ପ୍ରତ୍ୟାରୋପଣ ପ୍ରଥମ ଥର କରାଯାଇଛି । କେବଳ ଏତିକି ନୁହେଁ ରାଜ୍ୟ ବାହାରେ ଥିବା ହସ୍ପିଟାଲର ଅଧା ଖର୍ଚ୍ଚରେ ଏଠାରେ କିଡନୀ ପ୍ରତ୍ୟାରୋପଣ କରାଯାଇଛି।

Intro:Body:

Pakistan will have better relations with its neighbours including India after the upcoming general elections, Prime Minister Imran Khan said on Thursday, claiming that Islamabad has taken the first step on a new path to peace and progress.

Recently, tensions between India and Pakistan escalated after a suicide bomber of Pakistan-based terror group Jaish-e-Mohammed killed 40 CRPF personnel in Jammu and Kashmir's Pulwama district in February 14.

 Khan, who announced visa reforms at a ceremony here, said that Pakistan is confident today that it has taken the first step on a new path to peace and progress.

         "Pakistan will have better relations with its neighbours including India after the end of their elections.

 We will have good relations with all our neighbours and a peaceful Pakistan will be a prosperous Pakistan," he said as he announced major visa reforms, including online visa issuance facility, to attract tourists and investors.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.