ଗୌହାଟି: ଆସାମର ଗୌହାଟି ଏୟାରପୋର୍ଟକୁ ବେଆଇନ ସିଗାରେଟ ପ୍ୟାକେଟ ଜବତ । କଷ୍ଟମ ବିଭାଗ ଗୁଇନ୍ଦା ତଥ୍ୟ ଆଧାରରେ ବିପୁଳ ପରିମାଣରେ ବିଦେଶୀ ବ୍ରାଣ୍ଡର ସିଗାରେଟ ପ୍ୟାକେଟ ଜବତ କରିଛି । ଏହାର ମୂଲ୍ୟ 24.4 ଲକ୍ଷ ଟଙ୍କା ହେବା ବୋଲି ଅନୁମାନ କରାଯାଉଛି ।

ଦିଲ୍ଲୀରୁ ଅବକାରୀ ବିଭାଗର ପ୍ରବକ୍ତା ଅନିସାରେ ଏଲଜିବିଆଇଏ ଏୟାରପୋର୍ଟର କାର୍ଗୋ ସେକ୍ସନରେ ବିଦେଶୀ ସିଗାରେଟ ଆସୁଥିବା ସୂଚନା ମିଳିଥିଲା । ଏହାପରେ ଏଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । କଷ୍ଟମ ବିଭାଗର ଅଧିକାରୀମାନେ 12 ହଜାର ବିଦେଶୀ ସିଗାରେଟ ପ୍ୟାକେଟ ଜବତ କରିଛନ୍ତି । ଏହି ମାମଲାରେ ବିଭାଗ ତରଫରୁ ଅଧିକ ଯାଞ୍ଚ କରାଯାଉଛି । ଏହି ସିଗାରେଟ କାହା ପାଇଁ ଆସୁଥିଲା ଏବଂ ଏହାର ଅସଲ ମାଲିକ କିଏ ସେନେଇ ତଦନ୍ତ କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ