ETV Bharat / bharat

ଗୁରୁ ନାନକ ଦେବଙ୍କ 550 ତମ ଜୟନ୍ତୀ, ଗୁରୁବାଣୀରେ କମ୍ପୁଛି ଗୁରୁଦ୍ବାରା

author img

By

Published : Nov 12, 2019, 1:25 PM IST

Updated : Nov 12, 2019, 3:16 PM IST

ଶ୍ରୀ ଗୁରୁ ନାନକ ଦେବଙ୍କ 550 ତମ ଜୟନ୍ତୀ ପର୍ବକୁ ନେଇ ସମଗ୍ର ଦେଶରେ ଉତ୍ସବର ମାହୋଲ । ଏହି ଅବସରରେ ସମସ୍ତ ଗୁରୁଦ୍ବାରାରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ଏଥିରେ ସାମିଲ ହେବା ପାଇଁ ସୁଲତାନପୁର ଲୋଧୀରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ନୂଆଦିଲ୍ଲୀ: ଶିଖ ଧର୍ମର ସଂସ୍ଥାପକ ଶ୍ରୀ ଗୁରୁ ନାନକ ଦେବଙ୍କ 550 ତମ ଜୟନ୍ତୀ ପର୍ବକୁ ଭାରତ ସମେତ ବିଶ୍ବରେ ଅତି ଧୁମଧାମର ସହକାରେ ପାଳନ କରାଯାଉଛି । ଏନେଇ ଗୁରୁଦ୍ବାର ଗୁଡିକୁ ଅତି ସୁନ୍ଦର ଭାବେ ସଜା ଯାଇଛି । ତେବେ ସ୍ବର୍ଣ୍ଣ ମନ୍ଦିର ନାମରେ ବିଖ୍ୟାତ ପଞ୍ଜାବର ଗୁରୁଦ୍ବାର ହରମନ୍ଦର ସାହିବରେ ଶ୍ରଦ୍ଧାଳୁଙ୍କ ବହୁ ସଂଖ୍ୟାରେ ଭିଡ ଦେଖିବାକୁ ମିଳିଛି । ଏନେଇ ଶ୍ରଦ୍ଧାଳୁ ମାନେ ପବିତ୍ର ସରୋବରରେ ବୁଡ ପକାଇ ପୂଜାର୍ଚ୍ଚନା କରୁଛନ୍ତି ।

sultanpur lodhi
ଶ୍ରୀ ଗୁରୁ ନାନକ ଦେବଙ୍କ 550 ତମ ଜୟନ୍ତୀ

ସେହିପରି ପଞ୍ଜାବର ସୁଲତାନପୁର ଲୋଧୀରେ ସୋମବାର ଠାରୁ ଐତିହାସିକ ଗୁରୁଦ୍ବାର ବେର ସାହିବରେ ଜୟନ୍ତୀ ପର୍ବ ପାଳନ କରିବାପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ତେବେ ଗୁରୁଦ୍ବାର ବେର ସାହିବ ଶିଖ ସମୁଦାୟ ଲୋକଙ୍କ ପାଇଁ ପ୍ରମୁଖ ସ୍ଥଳ ଅଟେ । କାରଣ ଏଠାରେ ଗୁରୁ ନାନକ ଦେବ ଜୀ 14 ବର୍ଷ ରହିଥିଲେ । ଆଉ ଆତ୍ମଜ୍ଞାନ ପ୍ରାପ୍ତ କରିଥିଲେ । କୁହାଯାଏ ଯେ, ଗୁରୁ ନାନକ ଦେବ ' କାଲି ବେଇଁ' ସରୋବରରେରେ ସ୍ନାନ କରୁଥିଲେ ଆଉ ଏକ ବରକୋଳି ବୃକ୍ଷ ତଳେ ଧ୍ୟାନ କରୁଥିଲେ ।

sultanpur lodhi
ଝଲସୁଛି ସ୍ବର୍ଣ୍ଣ ମନ୍ଦିର

ଶ୍ରୀ ଗୁରୁ ନାନକ ଦେବଙ୍କ 550 ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ମୋର ନମସ୍କାର କହି ଟ୍ବିଟ କରିଛନ୍ତି । ଏହାସହ ଶ୍ରୀ ନାନକ ଦେବଜୀଙ୍କ ନ୍ୟାୟପୂର୍ଣ୍ଣ, ସମାବେଶ ଓ ସୌହାର୍ଦ୍ଦପୂର୍ଣ୍ଣ ସମାଜର ସ୍ବପ୍ନ ପୂରଣ କରିବା ପାଇଁ ନିଜକୁ ପୁଣି ଥରେ ସମର୍ପିତ କରିବା ଦିନ ବୋଲି କହିଛନ୍ତି । ପ୍ରକାଶ ପର୍ବ ଅବସରରେ ସୁଲତାନପୁର ଲୋଧୀରେ ଥିବା ଗୁରୁଦ୍ବାର ବେର ସାହିବରେ ଦର୍ଶନ ପାଇଁ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପଞ୍ଜାବ ରାଜ୍ୟପାଳ ଭି.ପି ସିଂହ । ତାଙ୍କ ସହ ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରେନ୍ଦ୍ର ସିଂହ ।

ସୁଲତାନପୁର ଲୋଧୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଗୁରବାଣୀରେ କମ୍ପୁଛି ପଞ୍ଜାବର ସମସ୍ତ ଗୁରୁଦ୍ବାରା। ରାଜ୍ୟ ସମେତ ସାରା ଦେଶରେ ଛାଇ ରହିଛି ଉତ୍ସବର ମାହୋଲ । ଧାର୍ମିକ ଭାବନାରେ ବୁଡି ରହିଛନ୍ତି ସମସ୍ତ ଶିଖ ଶ୍ରଦ୍ଧାଳୁ । ଗୁରୁଦାସପୁରର ଡେରା ବାବା ନାନକରେ ଦରବାର ସାହିବ, ଅମୃତଶରରେ ସ୍ବର୍ଣ୍ଣ ମନ୍ଦିର ଓ ହରିୟାଣାର ପଞ୍ଚକୁଲାରେ ନାଡା ସାହିବ ଗୁରୁଦ୍ବାରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ତେବେ କେବଳ ଶିଖ ମାନେ ନୁହନ୍ତି ବିଭିନ୍ନ ଧର୍ମର ଲୋକଙ୍କ ସୁଅ ଛୁଟିଛି ସେଠାକୁ ।

ସୋମବାର 'ପଞ୍ଜ ପ୍ୟାରେ'ଙ୍କ ନେତୃତ୍ବରେ ବିଭିନ୍ନ ସ୍ଥାନରେ 'ନଗର କୀର୍ତ୍ତନ' ବାହାରିଥିଲା । ଯେଉଁଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭାଗ ନେଇ ଭଜନ ଗାଇଥିଲେ । ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଓ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଐତିହାସିକ ଶିଖ ସ୍ଥଳରେ ପହଞ୍ଚି ଦର୍ଶନ କରିଥିଲେ ।

ଏହି ଅବସରରେ ଗୁରୁ ନାନକ ଦେବଙ୍କ ଦର୍ଶନ, ତାଙ୍କ ଜୀବନକାଳ ଘଟଣା ଓ ଶିକ୍ଷା ଉପରେ ଆଧାରିତ ଏକ 'ଲାଇଣ୍ଡ ଆଣ୍ଡ ସାଉଣ୍ଡ' ମାଧ୍ୟମରେ ଆୟୋଜିତ କରାଯାଇଥିଲା । ଯାହାକୁ ଦେଖିବା ପାଇଁ ଭିଡ ଲାଗିଥିଲା ।

Intro:Body:

president ram nath kovind at sultanpur lodhi

Conclusion:
Last Updated : Nov 12, 2019, 3:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.