ETV Bharat / bharat

ଆଜି ଗୁରୁନାନକଙ୍କ 551ତମ ଜୟନ୍ତୀ

author img

By

Published : Nov 30, 2020, 10:52 AM IST

ଆଜି ହେଉଛି ଗୁରୁ ନାନକଙ୍କର 551ତମ ପବିତ୍ର ଜନ୍ମ ଦିବସ । ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ 15 ଏପ୍ରିଲ 1469 ରେ ତଥା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ପଞ୍ଜାବର ତଲୱଣ୍ଡିରେ ଜନ୍ମଗ୍ରହଣ କରିଥିଲେ । ଅଧିକ ପଢନ୍ତୁ...

Guru Nanak Jayanti 2020
ଆଜି ଗୁରୁ ନାନକ ଦେବଙ୍କ 551 ତମ ଜୟନ୍ତୀ

ନୂଆଦିଲ୍ଲୀ: ଆଜି ହେଉଛି ଗୁରୁ ନାନକଙ୍କର 551ତମ ଜୟନ୍ତୀ । ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ 15 ଏପ୍ରିଲ 1469 ରେ ତଥା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ପଞ୍ଜାବର ତଲୱଣ୍ଡିରେ ଜନ୍ମଗ୍ରହଣ କରିଥିଲେ, ଯାହା ବର୍ତ୍ତମାନ ପାକିସ୍ତାନରେ ରହିଛି I ଏହି ସ୍ଥାନ ନାନକାନା ସାହେବ ନାମରେ ମଧ୍ୟ ଜଣାଶୁଣା । ପ୍ରତିବର୍ଷ କାର୍ତ୍ତିକ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ଦିନ ଏହି ଜନ୍ମ ବାର୍ଷିକୀକୁ କରତାରପୁର କରିଡର , ଚଣ୍ଡିଗଡ଼ର ସ୍ଵର୍ଣ ମନ୍ଦିର ସମେତ ପୃଥିବୀର ସମସ୍ତ ଗୁରୁଦ୍ବାରରେ ବହୁତ ଆନନ୍ଦ ଏବଂ ଉଲ୍ଲାସରେ ପାଳନ କରାଯାଏ । ଏହି ଦିନକୁ ଗୁରୁ ପର୍ବ ଏବଂ ପ୍ରକାଶ ପର୍ବ ଭାବରେ ପାଳନ କରାଯାଏ ।

ତେବେ ପ୍ରକାଶ ପାର୍ବ ଦିନ ଗୁରୁ ନାନକ ଦେବଙ୍କ ଦ୍ବାରା ଦିଆଯାଇଥିବା ଶିକ୍ଷାଗୁଡ଼ିକ କୁହାଯାଏ ଏବଂ ଗୁରୁ ଗ୍ରନ୍ଥ ସାହିବ ପାଠ କରାଯାଏ । ଗୁରୁ ନାନକଙ୍କ ଶିକ୍ଷା ଆଜି ମଧ୍ୟ ସଠିକ ପଥରେ ଚାଲୁଥିବା ଲୋକଙ୍କୁ ମାର୍ଗଦର୍ଶନ କରିଥାଏ । ତାଙ୍କ ଅନୁଗାମୀମାନେ ତାଙ୍କୁ ନାନକ ଏବଂ ନାନକ ଦେବ, ବାବା ନାନକ ଏବଂ ନାନକ ଶାହା ଜୀ ଭଳି ନାମରେ ସମ୍ବୋଧିତ କରନ୍ତି । ତାଙ୍କର ଅନେକ ଚମତ୍କାରିକ କାର୍ଯ୍ୟ ପାଇଁ ସେ 7-8 ବର୍ଷ ବୟସରେ ବହୁତ ପ୍ରସିଦ୍ଧି ଲାଭ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.