ETV Bharat / bharat

କୋରୋନା ସତର୍କତା:ଗୁରୁଦ୍ବାରା ହେବ ଆଇସୋଲେସନ ୱାର୍ଡ

author img

By

Published : Mar 25, 2020, 10:41 AM IST

ଦିଲ୍ଲୀର ମଜନୁ କାଟିଲା ଗୁରୁଦ୍ବାରା କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କ୍ବାରାଣ୍ଟିନ୍ ଏବଂ ଆଇସୋଲେସନ ୱାର୍ଡ ସୁବିଧା ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛି ।

coronavirus updates
ଗୁରୁଦ୍ବାର ହେବ ଆଇସୋଲେସନ ୱାର୍ଡ

ନୂଆଦିଲ୍ଲୀ: ଦେଶରେ ଦ୍ରୃତ ଗତିରେ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ସମ୍ପୂର୍ଣ୍ଣ ଦେଶକୁ ଲକଡାଉନ ଘୋଷଣା କରିଛନ୍ତି । ଏହା ମଧ୍ୟରେ ଦିଲ୍ଲୀର ମଜନୁ କାଟିଲା ଗୁରୁଦ୍ବାରା କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କ୍ବାରାଣ୍ଟିନ୍ ଏବଂ ଆଇସୋଲେସନ ୱାର୍ଡ ସୁବିଧା ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛି ।

ତେବେ ଗୁରୁଦ୍ବାରା କମିଟି କୋରୋନା ଆକ୍ରାନ୍ତଙ୍କ ପାଇଁ 24 ଘଣ୍ଟା ସ୍ବାସ୍ଥ୍ୟ ସେବା ଯୋଗାଇବା ସହ 12ଟି ରୁମକୁ ସଫା ସୁତୁରା କରି ରଖିଛନ୍ତି । ଏଥିସହ ଗୁରୁଦ୍ବାର ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ଅଲଗା ରୁମ ଦେବା ସହ ପାର୍କିଂ ଏବଂ ସୁରକ୍ଷିତ ବାତାବରଣ ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛି ।

ତେବେ ସମଗ୍ର ଦେଶ ଏବେ ମାରାତ୍ମକ କୋରୋନା ଭାଇରସ ବିରୋଧରେ ଲଢେଇ ଜାରି ରଖିଛି । ତେଣୁ ଆମେ ଦିଲ୍ଲୀ ସରକାରଙ୍କୁ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ମଜନୁ କାଟିଲାର କିଛି ଅଂଶ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିସହ ସମସ୍ତଙ୍କୁ ରନ୍ଧା ଖାଦ୍ୟ ଯୋଗାଇବୁ ବୋଲି ଦିଲ୍ଲୀ ଶିଖ୍ ଗୁରୁଦ୍ବାରା ମ୍ୟାନେଜମେଣ୍ଟ କମିଟି(ଡିଏସଜିଏମସି) ଅଧକ୍ଷ ମନଜିନ୍ଦରସିଂହ ସିରସା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.