ପାଟନା: ଡକାୟତଙ୍କ ଲୁଟ୍ କାରନାମା । ବିହାରର ବୈଶାଲୀ ଜିଲ୍ଲାର ଏକ ସୁନା ଋଣ ପ୍ରଦାନକାରୀ ସଂସ୍ଥାରୁ କିଛି ଡକାୟତ 50 କିଲୋଗ୍ରାମର ସୁନା ଲୁଟ୍ କରି ନେଇଛନ୍ତି ।
ସୂଚନା ଅନୁଯାୟୀ, ଗତ ଶନିବାର କିଛି ଡକାୟତ 8ଟି ବାଇକ ଯୋଗେ ଆସି ସଂସ୍ଥାର କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଡରାଇଥିଲେ । ଏହାପରେ ସିକ୍ୟୁରିଟି ଗାର୍ଡକୁ ମାଡ ମାରି ସଂସ୍ଥାରୁ 50 କିଲୋଗ୍ରାମ ସୁନା ଲୁଟ କରିନେଇଥିବା ଜଣାପଡିଛି । ତେବେ ଲୁଟ୍ ହୋଇଥିବା ସୁନାର ଆନୁମାନିକ ମୂଲ୍ୟ 1 କୋଟିରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଉଛି ।
ଏପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।