ETV Bharat / bharat

ଗୁଜୁରାଟ ଉପକୂଳରେ ପାକ୍ ନୌସେନାର ଗୁଳି ଚାଳନା, ଜଣେ ମତ୍ସ୍ୟଜୀବୀ ଆହତ

author img

By

Published : Apr 13, 2020, 2:02 PM IST

ଗୁଜୁରାଟର ଓଖା ଉପକୂଳ ନିକଟ ଆରବ ସାଗରରେ ଥିବା ଆନ୍ତର୍ଜାତୀୟ ସମୁଦ୍ର ରେଖା (ଆଇଏମବିଏଲ) ନିକଟରେ ପାକ୍ ସୈନ୍ୟମାନେ ଚାରିଟି ଭାରତୀୟ ଡଙ୍ଗାରେ ଗୁଳି ଚଳାଇଥିଲେ । ଏହି ଆକ୍ରମଣରେ ଜଣେ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି ।ଅଧିକ ପଢନ୍ତୁ...

gujarat-pak-troops-opened-fire-on-four-boats-fisherman-injured
ଗୁଜୁରାଟ ଉପକୂଳରେ ପାକ୍ ନୌସେନାର ଗୁଳି ଚାଳନା,ଜଣେ ମତ୍ସ୍ୟଜୀବୀ ଆହତ

ଅହମ୍ମଦାବାଦ: ଗୁଜୁରାଟର ଓଖା ଉପକୂଳ ନିକଟରେ ପାକିସ୍ତାନୀ ନୌସେନା ଭାରତୀୟ ମତ୍ସ୍ୟଜୀବୀଙ୍କ ଚାରିଟି ଡଙ୍ଗାରେ ଗୁଳି ଚଳାଇଥିଲେ। ଏହି ଗୁଳି ବିନିମୟରେ ଜଣେ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି । ଗୁଜୁରାଟର ଓଖା ଉପକୂଳ ନିକଟ ଆନ୍ତର୍ଜାତୀୟ ସମୁଦ୍ର ରେଖା ଆରବ ସାଗରରେ ହୋଇଛି ।

ଗୁଜୁରାଟ ଦ୍ବାରିକା ପୋଲିସର ଅଧୀକ୍ଷକ ରୋହନ ଆନନ୍ଦ କହିଛନ୍ତି, ଦ୍ବାରିକା ଜିଲ୍ଲାର ଓଖାରୁ ମତ୍ସ୍ୟଜୀବୀ ଡଙ୍ଗା ବୋଧହୁଏ ରବିବାର ସନ୍ଧ୍ୟାରେ ଆନ୍ତର୍ଜାତୀୟ ସମୁଦ୍ର ରେଖା ପାର ହୋଇଯାଇଥିଲା, ଏହା ପରେ ପାକିସ୍ତାନୀ ନୌସେନା କର୍ମଚାରୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏଥିରେ ଜଣେ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି । ସେ କହିଛନ୍ତି, ରେଡିଓ ସେଟରେ ସହାୟତା ପାଇଁ ମତ୍ସ୍ୟଜୀବୀମାନେ ଭାରତୀୟ ତଟରକ୍ଷୀ ବାହିନୀକୁ ଡାକିବାକୁ ଚେଷ୍ଟା କରିଥିଲେ । ଏକ ସାଧାରଣ ଚ୍ୟାନେଲ ମାଧ୍ୟମରେ କୋଷ୍ଟଗାର୍ଡ ଏହାର ପାକିସ୍ତାନୀ ପ୍ରତିପକ୍ଷଙ୍କ ସହ ଯୋଗାଯୋଗ କରିଥିଲା । ପାକିସ୍ତାନୀ ନୌସେନା ଡଙ୍ଗାଗୁଡ଼ିକୁ ଜବତ କରିଛନ୍ତି ।

ଏହା ପରେ କୋଷ୍ଟଗାର୍ଡ ଡଙ୍ଗାଗୁଡ଼ିକୁ ଫେରାଇ ଆଣିବା ପାଇଁ ଭାରତୀୟ ନୌସେନା ଜାହାଜ 'ଅରିଞ୍ଜୟା' ପଠାଇଥିଲେ । ମହାମାରୀ କୋରୋନା ଭାଇରସର ବ୍ୟାପକତାକୁ ରୋକିବା ପାଇଁ ଚାଲିଥିବା ଲକଡାଉନ ମଧ୍ୟରେ ଗୁଜୁରାଟ ସରକାର ଶନିବାର ଦିନ ମତ୍ସ୍ୟଜୀବୀଙ୍କୁ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.