ETV Bharat / bharat

ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପତ୍ନୀ - gujarat-cm-wife-offer-prayers

ସୋମନାଥ ମନ୍ଦିରରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ । ଆଜି(ଶନିବାର) ସକାଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏବଂ ତାଙ୍କ ପତ୍ନୀ ଅଞ୍ଜଳୀ ରୂପାନୀ ସୋମନାଥ ମନ୍ଦିରରେ ପହଞ୍ଚି ପୂଜାଅର୍ଚ୍ଚନା କରିଛନ୍ତି।

ସୋମନାଥ ମନ୍ଦିରରେ ପୂଜାଅର୍ଚ୍ଚନା କଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପତ୍ନୀ

author img

By

Published : Jul 11, 2020, 12:43 PM IST

ଗାନ୍ଧୀନଗର: ସୋମନାଥ ମନ୍ଦିରରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ । ଆଜି(ଶନିବାର) ସକାଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏବଂ ତାଙ୍କ ପତ୍ନୀ ଅଞ୍ଜଳୀ ରୂପାନୀ ସୋମନାଥ ମନ୍ଦିରରେ ପହଞ୍ଚି ପୂଜାଅର୍ଚ୍ଚନା କରିଛନ୍ତି।

ଏହାସହ ମହାଦେବଙ୍କ ଅଭିଷେକ ଓ ମହାପୂଜା କରିଥିଲେ। କୋରୋନା ମହାମାରୀ ପାଇଁ ଉଭୟ ଦମ୍ପତି ମାସ୍କ ପିନ୍ଧି ସମସ୍ତ ପୂଜାବିଧି ସମ୍ପର୍ଣ୍ଣ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ଅନେକ ସମୟରେ ଏହି ମନ୍ଦିର ପରିଦର୍ଶନରେ ଆସିଥାନ୍ତି ବିଶେଷ କରି ଶ୍ରାବଣର ପବିତ୍ର ମାସରେ।

ସୋମନାଥ ମନ୍ଦିରରେ ପୂଜାଅର୍ଚ୍ଚନା କଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ରୂପାନି ଓ ତାଙ୍କ ପତ୍ନୀ

ମୁଖ୍ୟମନ୍ତ୍ରୀଙ୍କ ମନ୍ଦିର ପରିଦର୍ଶନ ପାଇଁ ସୋମନାଥ ମନ୍ଦିରରେ କଡା ପୋଲିସ ବ୍ୟବସ୍ଥା କରାଯାଇଥିଲା। ସମଗ୍ର ମନ୍ଦିରକୁ ଏକ କ୍ୟାମ୍ପରେ ପରିଣତ କରାଯାଇଥିଲା। ଏହି ମନ୍ଦିର 12 ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ପ୍ରଥମ। ଏହା ଗୁଜୁରାଟର ପର୍ଯ୍ୟଟନୀସ୍ଥଳୀ ମଧ୍ୟରୁ ଅନ୍ୟତମ।

ମିଳିଥିବା ସୂଚନା ଅନୁଯାୟୀ, ବିଜୟ ରୁପାନୀ ଶୁକ୍ରବାର ସପରିବାରେ ସୋମନାଥରେ ପହଞ୍ଚି ସେଠାରେ ରାତ୍ରି ଯାପନ କରିଥିଲେ। ଏହାସହ ଶନିବାର ସକାଳେ ପୂଜା କାର୍ଯ୍ୟକ୍ରମ ରହିଥିଲା। ଏହି ଅବସରରେ ନିତିନ ଭରଦ୍ୱାଜ, ଧନସୁଖ ଭଣ୍ଡେରୀ, ଭାନୁବେନ ବାବରିଆଙ୍କ ସମେତ ଲୋକମାନେ ଉପସ୍ଥିତ ଥିଲେ।

ଏହାବ୍ୟତୀତ ଗିର ସୋମନାଥ ଜିଲ୍ଲାରେ ବଢୁଥିବା କୋରୋନା ମାମଲା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ସହିତ ଏକ ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.