ETV Bharat / bharat

ଥାନାରେ ଟିକଟକ୍ ଭିଡିଓ କରି 4 ଗିରଫ

author img

By

Published : Oct 16, 2019, 10:16 AM IST

Updated : Oct 16, 2019, 2:27 PM IST

ଗୁଜୁରାଟର ବନାସକାଣ୍ଠା ଜିଲ୍ଲାର ଆଗଥଣା ଥାନାରେ ଟିକଟକ୍ ଭିଡିଓ କରିବା ଅଭିଯୋଗରେ 4 ଜଣଙ୍କୁ ଗିରଫ କରିଛି ପୋଲିସ।

ଫାଇଲ ଫଟୋ

ଗାନ୍ଧୀନଗର: ଦିନକୁ ଦିନ ଯୁବପିଢିଙ୍କ ଟିକଟକ୍ ଭିଡିଓ କରିବା ନିଶା ବଢିବାରେ ଲାଗିଛି । ଯେଉଁଠି ପାଇଲେ ସେଠାରେ କରୁଛନ୍ତି ଭିଡିଓ ସୁଟ । ଏପରିକି ସ୍ଥାନ କାଳ ମଧ୍ୟ ଦେଖୁ ନାହାଁନ୍ତି । ତେବେ ଟିକଟିକ୍ ଭିଡିଓ କରିବା ନିଶା 4 ଜଣ ଯୁବକଙ୍କୁ ମହଙ୍ଗା ପଡିଛି । ଏ ଅଭିଯୋଗରେ ପୋଲିସ ସେମାନଙ୍କୁ ଗିରଫ କରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ବନାସକାଣ୍ଠା ଜିଲ୍ଲା ଅଧିନସ୍ଥ ଆଗଥଣା ପୋଲିସ ଷ୍ଟେସନରେ ।

ଗତ ରବିବାର କୌଣସି କାରଣରୁ ଏହି ଚାରିଜଣଙ୍କୁ ଗିରଫ କରିଥିଲା ପୋଲିସ । ଏହାପରେ ସେମାନେ ଥାନା ଭିତରେ ଥାଇ ଟିକଟକ୍ ଭିଡିଓ କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହା ପରେ ଥାନାର ଆଇନକାନୁନ୍ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା।

ଯାହାର ଉତ୍ତର ଦେବାକୁ ଯାଇ ପୋଲିସ ପକ୍ଷରୁ କୁହାଯାଇଥିଲା ଯେ, ଯେତେବେଳେ ଏହି ଚାରିଜଣଙ୍କୁ ଗିରଫ କରାଯାଇ ଥାନାରେ ରଖା ଯାଇଥିଲା, ସେତେବେଳେ ପୋଲିସ ଅନ୍ୟ ମାମଲାର ତଦନ୍ତ କରୁଥିଲା । ଏହାର ଫାଇଦା ଉଠାଇ ସେମାନେ ଥାନା ଭିତରେ ଟିକଟକ୍ ଭିଡିଓ କରିଥିଲେ।

Intro:Body:

BLANK FOR LINK 

Conclusion:
Last Updated : Oct 16, 2019, 2:27 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.