ETV Bharat / bharat

ଦୁଷ୍କର୍ମ ମାମଲାରେ 35 ଲକ୍ଷ ଟଙ୍କା ଲାଞ୍ଚ ନେଇ ମହିଳା ଏସଆଇ ଗିରଫ - gujarat ahmedabad police woman sub inspector arrested

ଅହମ୍ମଦାବାଦରୁ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ପୋଲିସ ଅଧିକାରୀ ଦୁଷ୍କର୍ମ ପୀଡିତାକୁ ନ୍ୟାୟ ଦେବା ବଦଳରେ ଅଭିଯୁକ୍ତ ଠାରୁ ଲାଞ୍ଚ ନେଇ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...

ଗିରଫ ହେଲେ ମହିଳା ଏସଆଇ
ଗିରଫ ହେଲେ ମହିଳା ଏସଆଇ
author img

By

Published : Jul 5, 2020, 11:48 AM IST

ଅହମ୍ମଦାବାଦ: ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଠାରୁ ଲାଞ୍ଚ ନେଇ ଗିରଫ ହେଲେ ମହିଳା ପୋଲିସ ସବ-ଇନ୍ସପେକ୍ଟର ଗିରଫ । ଗିରଫ ପରେ ସବ-ଇନ୍ସପେକ୍ଟରଙ୍କୁ କୋର୍ଟ ହାଜର କରାଯାଇ ତାଙ୍କୁ ଏବେ ତିନି ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ଅଭିଯୁକ୍ତ ପୋଲିସ ମହିଳା ସବ-ଇନ୍ସପେକ୍ଟର ଶ୍ବେତା ଜାଡେଜା ଅହମ୍ମଦାବାଦର ପୋଲିସ ଷ୍ଟେସନର ଦାୟିତ୍ବରେ ଥିଲେ ।

ଅଭିଯୋଗ ଅନୁସାରେ ଅହମ୍ମଦାବାଦର ଏକ ଘରୋଇ କମ୍ପାନୀରେ 2ଜଣ ମହିଳା କର୍ମଚାରୀ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ କେନାଲ ଶାହାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏହି ମାମଲା ଉପରେ କମ୍ପାନୀର ସୁରକ୍ଷା ଅଧିକାରୀ ଅହମ୍ମଦାବାଦର ସ୍ୟାଟେଲାଇଟ ଥାନାରେ ମାମଲା ରୁଜୁ କରିଥିଲେ । ଏହାପରେ କ୍ରାଇମ ବ୍ରାଞ୍ଚ ଏକ ମାମଲା ରୁଜୁ କରିଛି ।

ଏହି ମାମଲାର ତଦନ୍ତ କରିବାକୁ ଯାଇ ଉକ୍ତ ମହିଳା ପୋଲିସ ଅଧିକାରୀ ଜଣକ ଦୁଷ୍କର୍ମ ଅଭିଯୁକ୍ତଙ୍କ ଠାରୁ 35 ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଆଉ ଯଦି ଲାଞ୍ଚ ନ ଦିଅନ୍ତି ତେବେ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଥିଲେ ।

ଶ୍ୱେତା ଜାଡେଜା କେନାଲ ଶାହାଙ୍କ ଭାଇ ଭବଶଙ୍କୁ ଡାକି ଲାଞ୍ଚ ମାଗିଥିଲେ ଏବଂ ଉଭୟ ପକ୍ଷ 20 ଲକ୍ଷ ଟଙ୍କା ପାଇଁ ରାଜି ହୋଇଥିଲେ। ଏହି ଲାଞ୍ଚ ଟଙ୍କା ଶ୍ୱେତା ଜାଡେଜାଙ୍କ ସହ ପରିଚିତ ବ୍ୟକ୍ତିଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ଅଭିଯୁକ୍ତ କେନାଲ ଶାହାଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଥିଲା, ପୋଲିସ ଅଧିକାରୀ ଶ୍ୱେତା ଜାଡେଜା ପୁଣି ଅଭିଯୁକ୍ତଙ୍କ ଭାଇଙ୍କଠାରୁ 20 ଲକ୍ଷ ଟଙ୍କା ମାଗିଥିଲେ ଏବଂ ଏହି ମାମଲା 15 ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା।

ଅଭିଯୋଗ ଅନୁଯାୟୀ, ମହିଳା ପୋଲିସ ଅଧିକାରୀ ଜଣକ ବାରମ୍ବାର ଲାଞ୍ଚ ମାଗିବାରୁ ଅଭିଯୁକ୍ତଙ୍କ ଭାଇ ଭବଶ ପୋଲିସକୁ ଏକ ଅଭିଯୋଗ କରିଥିଲେ । ଯାହାର ଯାଞ୍ଚ ପିଏସ ଆରଏସ ସୁଭେରା ଦ୍ୱାରା ଯାଞ୍ଚ କରାଯାଉଥିଲା । ଯାହା ଆବଶ୍ୟକ ପ୍ରମାଣ ସଂଗ୍ରହ କରି ଏକ ଆନୁଷ୍ଠାନିକ ଅଭିଯୋଗ କରାଯାଇଛି। କ୍ରାଇମ ବ୍ରାଞ୍ଚ ଟିମ ସମଗ୍ର ମାମଲାର ତଦନ୍ତ କରି ଶ୍ୱେତା ଜାଡେଜାଙ୍କ ବିରୋଧରେ ଅଭିଯୋଗ କରିଥିଲେ।

କ୍ରାଇମ ବ୍ରାଞ୍ଚର ଯୁଗ୍ମ ପୋଲିସ କମିଶନର ଅଜୟ ତୋମର କହିଛନ୍ତି ଯେ ଯେତେବେଳେ ସମଗ୍ର ମାମଲାର ଅନୁସନ୍ଧାନ କରାଯାଇଥିଲା ସେତେବେଳେ ଏଥିରେ କିଛି ସତ୍ୟ ପଦାକୁ ଆସିଥିଲା । ଯାହା ପରେ ଶ୍ୱେତା ଜାଡେଜାଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଥିଲା। ଏହି ସମଗ୍ର ମାମଲାର ତଦନ୍ତ ବର୍ତ୍ତମାନ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀର ଏସିପି ବିସି ସୋଲାଙ୍କିଙ୍କୁ ହସ୍ତାନ୍ତର କରାଯାଇଛି। ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବିବୃତ୍ତି ରେକର୍ଡ କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.