ETV Bharat / bharat

ଗୁଜୁରାଟରେ ବିସ୍ଫୋରଣ ପରେ ଭୁଶୁଡିଲା କୋଠା: 2 ମୃତ, ଜଣେ ଗୁରୁତର

ଗୁଜୁରାଟର ଗାନ୍ଧୀନଗରରେ ବିସ୍ଫୋରଣ ପରେ ଘର ଭୁଷୁଡିବା ଯୋଗୁଁ 2 ଜଣଙ୍କ ମୃତ୍ୟୁ ହୋଇଛି । ପଢନ୍ତୁ ଅଧିକ....

author img

By

Published : Dec 22, 2020, 9:35 PM IST

ଗୁଜୁରାଟରେ  କୋଠା ଭୁଶୁଡି 2 ମୃତ, ଜଣେ ଗୁରୁତ୍ତର

ଗାନ୍ଧୀନଗର: ଗୁଜୁରାଟର ଗାନ୍ଧୀନଗରରେ ବିସ୍ଫୋରଣ ପରେ ଘର ଭୁଷୁଡିବା ଯୋଗୁ 2 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ଜଣେ ଗୁରୁତର ହୋଇଥିବା ମଧ୍ୟ ଖବର ମିଳିଛି । ଗୁରୁତର ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗାନ୍ଧୀନଗର ଜିଲ୍ଲାର କାଲୋଲ ସହରରେ ଏକ ଶକ୍ତିଶାଳୀ ବିସ୍ଫୋରଣ ପରେ ଉକ୍ତ ଘରଟି ଭୁଶୁଡି ପଡିଥିଲା । ଘରଟି ଅବ୍ୟବହୃତ ତଥା ଦୁର୍ବଳ ଅବସ୍ଥାରେ ପଡିରହିଥିବା ସ୍ଥାନୀୟ ପ୍ରଶାସନ କହିଛି ।

ଗାନ୍ଧୀନଗର ଜିଲ୍ଲାପାଳ କୁଲଦ୍ବୀପ ଆର୍ଯ୍ୟାଙ୍କ କହିବା ଅନୁସାରେ ଉକ୍ତ ଅଞ୍ଚଳରେ ସାବରମତି ଗ୍ୟାସ ଏଜେନ୍ସି ଦ୍ବାରା ଗ୍ୟାସ ବିତରଣ କରାଯାଇଥାଏ । ସେଠାରେ ଭାରତ ପେଟ୍ରୋଲିୟମ ନିଗମ ଓ ଗୁଜୁରାଟ ସରକାରଙ୍କ ଗ୍ୟାସ ନିଗମର ସହଭାଗିତାରେ ମଧ୍ୟ ଏକ ଗ୍ୟାସ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ତେବେ ଏଥିରୁ ଗ୍ୟାସ ଲିକ ଯୋଗୁ ଏହା ଘଟିଥାଇ ପାରେ ବୋଲି ମଧ୍ୟ ଆଶଙ୍କା କରାଯାଇଛି ।

ତେବେ ଘଟଣାସ୍ଥଳରେ ପୁଣି କୌଣସି ଅଘଟଣ ଘଟିବା ଆଶଙ୍କାରେ ଜରୁରୀ ଟିମକୁ ମଧ୍ୟ ଆଲର୍ଟରେ ରଖାଯାଇଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.