ETV Bharat / bharat

ଘରୋଇ ଟିଭି ଚ୍ୟାନେଲରେ ବିଜ୍ଞାପନ ପାଇଁ ଜାରି ହେଲା ଗାଇଡଲାଇନ - ଘରୋଇ ଟିଭି ଚ୍ୟାନେଲ ପାଇଁ ଗାଇଡଲାଇନ

ଘରୋଇ ଟିଭି ଚ୍ୟାନେଲ ଗୁଡ଼ିକ ପାଇଁ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର। ଭାରତୀୟ ବିଜ୍ଞାପନ ମାନକ ପରିଷଦ (ASCI) ପକ୍ଷରୁ ଏନେଇ ଗାଇଡଲାଇନକୁ ଭିତ୍ତି କରି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ଅଧିକ ପଢନ୍ତୁ...

Guidelines for advertising for domestic TV channels were issued by information and broadcast ministry
ଘରୋଇ ଟିଭି ଚ୍ୟାନେଲରେ ବିଜ୍ଞାପନ ପାଇଁ ଜାରି ହେଲା ଗାଇଡଲାଇନ
author img

By

Published : Dec 6, 2020, 10:24 PM IST

ନୂଆଦିଲ୍ଲୀ: ଘରୋଇ ଟିଭି ଚ୍ୟାନେଲଗୁଡ଼ିକ ପାଇଁ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର। ଭାରତୀୟ ବିଜ୍ଞାପନ ମାନକ ପରିଷଦ (ASCI) ପକ୍ଷରୁ ଏନେଇ ଗାଇଡଲାଇନକୁ ଭିତ୍ତି କରି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ଜାରି ହୋଇଥିବା ଗାଇଡାଲାଇନ ଅନୁଯାୟୀ ଅନଲାଇନ ଗେମିଂ ଓ ଫାଣ୍ଟାସି ସ୍ପୋର୍ଟସ କ୍ଷେତ୍ରରେ ଏଏସସିଆଇର ନିର୍ଦ୍ଦେଶନାମା ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଗାଇଡଲାଇନ ଅନୁଯାୟୀ ଏଣିକି ସମସ୍ତ ବିଜ୍ଞାପନରେ ବାଧ୍ୟତାମୂଳକ ଭାବେ ସତର୍କ ସୂଚନା ଦେଖାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

Guidelines for advertising for domestic TV channels were issued by information and broadcast ministry
ଘରୋଇ ଟିଭି ଚ୍ୟାନେଲରେ ବିଜ୍ଞାପନ ପାଇଁ ଜାରି ହେଲା ଗାଇଡଲାଇନ

ବର୍ତ୍ତମାନ ବିଭିନ୍ନ ଘରୋଇ ଟେଲିଭିଜନ ଚ୍ୟାନେଲରେ ଅନଲାଇନ ଗେମିଂ, ଫାଣ୍ଟାସି ସ୍ପୋର୍ଟସ ଆଦି ଉପରେ ବହୁସଂଖ୍ୟକ ବିଜ୍ଞାପନ ପ୍ରଦର୍ଶିତ ହେଉଛି। ଏପରି ବିଜ୍ଞାପନ ଭ୍ରମାତ୍ମକ ପ୍ରତୀୟମାନ ହେଉଛି ଏହାକୁ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ଗ୍ରାହକମାନଙ୍କୁ ଏଥିସହ ଜଡ଼ିତ ଆର୍ଥିକ ଓ ଅନ୍ୟ ବିପଦ ବିଷୟରେ କୁହାଯାଉ ନାହିଁ। ଏଥିପାଇଁ କେବୁଲ ଟେଲିଭିଜନ ନେଟୱର୍କ ଆଇନ, 1995 ଏବଂ ଉପଭୋକ୍ତା ସଂରକ୍ଷଣ ଆଇନ, 2019 ଅନ୍ତର୍ଗତ ନିର୍ଦ୍ଧାରିତ ବିଜ୍ଞାପନ କୋଡକୁ ପାଳନ କରାଯାଉନଥିବା ଅଭିଯୋଗ ହୋଇଛି।

ଏହାକୁ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ପରାମର୍ଶ ବୈଠକ ପରେ ଏହି ଗାଇଡଲାଇନ ଜାରି କରଯାଇଛି। ଗାଇଡଲାଇନ ଅନୁଯାୟୀ ପ୍ରତ୍ୟେକ ଗେମିଂ ବିଜ୍ଞାପନ ସହିତ ସତର୍କ ସୂଚନା ରହିବା ଆବଶ୍ୟକ ଯେ, “ଏହି ଗେମରେ ଆର୍ଥିକ ବିପଦର ଏକ ତତ୍ତ୍ବ ସାମିଲ ରହିଛି ଏବଂ ଏହା ଏକ ନିଶା ମଧ୍ୟ ହୋଇପାରେ। ଦୟାକରି ଉତ୍ତରଦାୟିତ୍ବର ସହ ଏହାକୁ ଖେଳନ୍ତୁ”। ଏପରି ଚେତାବନୀକୁ ବିଜ୍ଞାପନରେ ଅତିକମରେ 20 ପ୍ରତିଶତ ସ୍ଥାନ ଦେବାକୁ ହେବ। ଏହାସହ ବିଜ୍ଞାପନରେ 18 ବର୍ଷରୁ କମ ବୟସର ୟୁଜର୍ସ ପାଇଁ “ଅସଲ ଟଙ୍କା ଜିତିବା ପାଇଁ ଅନଲାଇନ ଗେମିଂ” ଖେଳ ଖେଳନ୍ତୁ ବୋଲି ଦର୍ଶାଯାଇପାରିବ ନାହିଁ ।

ଅନଲାଇନ ଗେମିଂ ଦ୍ବାରା ରୋଜଗାରର ବିକଳ୍ପ ବାହାରି ଥାଏ ଏବଂ ଏଗୁଡ଼ିକୁ ଖେଳୁଥିବା ଲୋକ ଅନ୍ୟମାନଙ୍କ ଠାରୁ ଅଧିକ ସଫଳ ହୋଇଥାନ୍ତି ବୋଲି ମଧ୍ୟ ବିଜ୍ଞାପନରେ ଦର୍ଶାଯାଇପାରିବ ନାହିଁ । ଭାରତରେ ବିଜ୍ଞାପନର ମାନ ନିର୍ଦ୍ଧାରଣ ପାଇଁ 1985ରେ ଭାରତୀୟ ବିଜ୍ଞାପନ ମାନକ ପରିଷଦ ପ୍ରତିଷ୍ଠା ହୋଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.