ETV Bharat / bharat

ଆସାମ ଡାକ୍ତର ମୃତ୍ୟୁ ଘଟଣା: ଆସାମରେ ପହଞ୍ଚିଲା ଆଇଏମଏ ଟିମ

author img

By

Published : Sep 3, 2019, 11:27 PM IST

Updated : Sep 3, 2019, 11:58 PM IST

ଆସାମରେ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ ଜୋରହାଟ ପହଞ୍ଚିଛନ୍ତି ଭାରତୀୟ ମେଡିକାଲ ସଂଘର (ଆଇଏମଏ) ଏକ ଟିମ୍ । ସେମାନେ ଜୋରହାଟର ଡାକ୍ତର କ୍ଲବ ସହ ବୈଠକ କରିଛନ୍ତି।

ଫଟୋ ସୌଜନ୍ୟ: ଇଟିଭି ଭାରତ

ଗୌହାଟୀ: ଆସାମରେ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ଜୋରହାଟ ପହଞ୍ଚିଛନ୍ତି ଭାରତୀୟ ମେଡିକାଲ ସଂଘର (ଆଇଏମଏ) ଏକ ଟିମ । ଆଇଏମଏର ମହାସଚିବ ଡ.ଆର ଏନ ଟଣ୍ଡନ ଏବଂ ଅର୍ଥ ସଚିବ ଡ. ରମେଶ ଦତ୍ତାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟିମ ଜୋରହାଟର ଡାକ୍ତର କ୍ଲବ ସହ ବୈଠକ କରିଛନ୍ତି । ତେବେ ଘଟଣାରେ ଜଡିତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୈଠକରେ ଆଲୋଚନା ହୋଇଛି ।

ଏହା ସହିତ ଡାକ୍ତରଙ୍କୁ ଉପଯୁକ୍ତ ସୁରକ୍ଷା ପ୍ରଦାନ କରିବାରୁ ରାଜ୍ୟ ସରକାରଙ୍କୁ କୁହାଯିବ ବୋଲି ଆଶ୍ବାସନା ଦେଇଛି ଆଇଏମଏ । ସେପଟେ ଏ ଘଟଣାରେ ଆସାମ ଡାକ୍ତର ସଂଘ ପକ୍ଷରୁ ଆଜି ରାଜ୍ୟରେ 24 ଘଣ୍ଟିଆ ହରତାଳ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଆସାମର ଜୋରହାଟ ଜିଲ୍ଲାସ୍ଥିତ ଟିଓକ ଟି ଇଷ୍ଟେଟ ନାମକ ଚାହା ବଗିଚାର ଜଣେ ଶ୍ରମିକଙ୍କର ଚିକିତ୍ସା ଅଭାବରୁ ମୁତ୍ୟୁ ଘଟିଥିଲା । ଏହାକୁ ପ୍ରତିବାଦ କରି ଚାହା ବଗିଚାର ଅନ୍ୟ ଶ୍ରମିକ ଡାକ୍ତର ଦେବେନ ଦତ୍ତଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ । ଶେଷରେ ଅଗଷ୍ଟ 31ରେ ତାଙ୍କର ଜୋରହାଟ ମେଡିକାଲ କଲେଜରେ ମୃତ୍ୟୁ ଘଟିଥିଲା।

Last Updated : Sep 3, 2019, 11:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.