ETV Bharat / bharat

ସୋପୋର ବସଷ୍ଟାଣ୍ଡରେ ଆତଙ୍କୀଙ୍କ ଗ୍ରେନେଡ ମାଡ, 9 ଆହତ

author img

By

Published : Oct 28, 2019, 5:44 PM IST

Updated : Oct 28, 2019, 6:07 PM IST

ସୋମବାର ଜମ୍ମୁ କାଶ୍ମୀର ସୋପୋର ଜିଲ୍ଲାର ଏକ ବସଷ୍ଟାଣ୍ଡରେ ଆତଙ୍କୀ ଗ୍ରେନେଡ ମାଡ କରିଛନ୍ତି । ଏଥିରେ ଅତିକମ୍‌ରେ 9 ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିଛି । ମାତ୍ର ରାଜ୍ୟରେ ଆତଙ୍କୀ କାର୍ଯ୍ୟକଳାପ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନାହିଁ । ସକ୍ରିୟ ରହିଛନ୍ତି ଆତଙ୍କବାଦୀ । ସୋମବାର ସୋପୋର ଜିଲ୍ଲାର ଏକ ବସଷ୍ଟାଣ୍ଡରେ ଆତଙ୍କୀ ଗ୍ରେନେଡ ମାଡ କରିଛନ୍ତି । ଏଥିରେ ଅତିକମ୍‌ରେ 9 ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି ।

ଏହାପୂର୍ବରୁ ଶନିବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ସିଆରପିଏଫ ଯବାନଙ୍କ କ୍ୟାମ୍ପକୁ ଗ୍ରେନେଡ ମାଡ଼ କରିଛନ୍ତି । ଏଥିରେ 9 ଜଣ ଯବାନ ଆହତ ହୋଇଥିଲେ । ସୋମବାର ଆକ୍ରମଣକୁ ମିଶାଇ ରାଜ୍ୟରେ ଧାରା 370 ଉଚ୍ଛେଦ ପରେ ଏହା ପଞ୍ଚମ ଆତଙ୍କୀ ହାମଲା ।

ଅକ୍ଟୋବର 12ରେ ଶ୍ରୀନଗର ହରି ସିଂହ ହାଇ ଷ୍ଟ୍ରିଟ ଅଞ୍ଚଳରେ ଆତଙ୍କୀଙ୍କ ଗ୍ରେନେଡ ମାଡରେ ଅତିକମରେ 9 ଜଣ ସାଧାରାଣ ନାଗରିକ ଆହତ ହୋଇଥିଲେ । ସେହପରି ଅକ୍ଟୋବର 5 ତାରିଖରେ ରାଜ୍ୟର ଅନନ୍ତନାଗ ଅଞ୍ଚଳରେ, ଦୁଇ ମହିଳା, ଜଣେ ପୋଲିସ କର୍ମୀଙ୍କୁ ମିଶାଇ ମୋଟ 14 ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ ।

Intro:Body:

BLANK FOR LINK 

Conclusion:
Last Updated : Oct 28, 2019, 6:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.