ETV Bharat / bharat

ଗ୍ରୀନ୍ ଇଣ୍ଡିଆ ଚ୍ୟାଲେଞ୍ଜ: ରାମୋଜୀ ଫିଲ୍ମ ସିଟିରେ ଗଛ ଲଗାଇଲେ ସୋନୁ ସୁଡ - ଗ୍ରୀନ୍ ଇଣ୍ଡିଆ ଚ୍ୟାଲେଞ୍ଜ ସୋନୁ ସୁଦ

ସାମାଜିକ ଗଣମାଧ୍ୟମର ଚର୍ଚ୍ଚିତ ଚେହେରା ତଥା ପ୍ରବାସୀମାନଙ୍କର ପ୍ରକୃତ ବନ୍ଧୁ ଅଭିନେତା ସୋନୁ ସୁଡ ନିଜର ପ୍ରଶଂସନୀୟ କାର୍ଯ୍ୟ ପାଇଁ ବେଶ୍ କିଛି ମାସ ମଧ୍ୟରେ ସମସ୍ତଙ୍କ ଘରେ ଘରେ ପରିଚିତ ହୋଇଥିଲେ । ଇତି ମଧ୍ୟରେ ସେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀନୁ ଭୈଟଲାଙ୍କଠାରୁ ଗ୍ରୀନ୍ ଇଣ୍ଡିଆ ଚ୍ୟାଲେଞ୍ଜ ଗ୍ରହଣ କରି ରାମୋଜୀ ଫିଲ୍ମ ସିଟି ହାଇଦ୍ରାବାଦରେ ବୃକ୍ଷରୋପଣ କରିଥିବାର ଦେଖାଯାଇଛି । ଅଧିକ ପଢନ୍ତୁ..

ଗ୍ରୀନ୍ ଇଣ୍ଡିଆ ଚ୍ୟାଲେଞ୍ଜ: ରାମୋଜୀ ଫିଲ୍ମ ସିଟିରେ ସୋନୁ ସୁଦଙ୍କ ଚାରା ରୋପଣ

author img

By

Published : Sep 29, 2020, 12:55 PM IST

Updated : Sep 29, 2020, 6:54 PM IST

ହାଇଦ୍ରାବାଦ: ସାମାଜିକ ଗଣମାଧ୍ୟମର ଚର୍ଚ୍ଚିତ ଚେହେରା ତଥା ପ୍ରବାସୀମାନଙ୍କର ପ୍ରକୃତ ବନ୍ଧୁ ଅଭିନେତା ସୋନୁ ସୁଡ ନିଜର ପ୍ରଶଂସନୀୟ କାର୍ଯ୍ୟ ପାଇଁ ବେଶ୍ କିଛି ମାସ ମଧ୍ୟରେ ସମସ୍ତଙ୍କ ଘରେ ଘରେ ପରିଚିତ ହୋଇଥିଲେ । ଗୋଟେ ପରେ ଗୋଟେ ଭଲ କାର୍ଯ୍ୟ କରି ସେ ଲୋକଲୋଚନକୁ ଆସୁଛନ୍ତି । ଇତି ମଧ୍ୟରେ ସେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀନୁ ଭୈଟଲାଙ୍କଠାରୁ ଗ୍ରୀନ୍ ଇଣ୍ଡିଆ ଚ୍ୟାଲେଞ୍ଜ ଗ୍ରହଣ କରି ରାମୋଜୀ ଫିଲ୍ମ ସିଟି ହାଇଦ୍ରାବାଦରେ ବୃକ୍ଷରୋପଣ କରିଥିବାର ଦେଖାଯାଇଛି ।

ଏହି ଗ୍ରୀନ ଇଣ୍ଡିଆ ଚ୍ୟାଲେଞ୍ଜ ରାଜ୍ୟ ସଭାର ଏମପି ଜୋଗିନିପାଲି ସନ୍ତୋଷ କୁମାରଙ୍କ ଦ୍ବାରା ଆରମ୍ଭ ହୋଇଥିଲା । ତେବେ 47 ବର୍ଷର ଏହି ଦବଙ୍ଗ ଅଭିନେତା ଗ୍ରୀନ ଇଣ୍ଡିଆ ଚ୍ୟାଲେଞ୍ଜକୁ ଖୁସିର ସହିତ ଗ୍ରହଣ କରିଥିଲେ ଏବଂ ନିଜେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀନୁ ଭୈଟଲାଙ୍କଠାରୁ ପାଇଥିବା ଗ୍ରୀନ୍ ଇଣ୍ଡିଆ ଚ୍ୟାଲେଞ୍ଜକୁ ଗ୍ରହଣ କରି ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ବୃକ୍ଷରୋପଣ କରିଛନ୍ତି । ପରିବେଶର ସୁରକ୍ଷା ଲାଗି ପ୍ରତ୍ୟେକ ବ୍ୟକ୍ତି ନିଶ୍ଚୟ ଚାରା ରୋପଣ କରିବା ଆବଶ୍ୟକ ବୋଲି କହି ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି ।

ଗ୍ରୀନ୍ ଇଣ୍ଡିଆ ଚ୍ୟାଲେଞ୍ଜ: ରାମୋଜୀ ଫିଲ୍ମ ସିଟିରେ ଗଛ ଲଗାଇଲେ ସୋନୁ ସୁଡ

ଅଭିନେତା ସୋନୁ ସୁଦଙ୍କ ନିକଟରେ ବହୁତ ଫିଲ୍ମର ଅଫର୍ ରହିଥିଲେ ମଧ୍ୟ ସେ ଫିଲ୍ମ ନିର୍ଦ୍ଦେଶକମାନଙ୍କୁ ବର୍ତ୍ତମାନ ଫିଲ୍ମ କରିବାକୁ ମନା କରିଛନ୍ତି । ନୂଆ ଫିଲ୍ମ କରିବା ଅପେକ୍ଷା ବର୍ତ୍ତମାନ ସମୟରେ ଦାନ କାର୍ଯ୍ୟରେ ଅଧିକ ଧ୍ୟାନ ଦେଇଛନ୍ତି । ଏଣୁ ଚାରିଟି କାର୍ଯ୍ୟ ଲାଗି ଫିଲ୍ମ ନିର୍ଦ୍ଦେଶକମାନଙ୍କୁ ସମୟ ମାଗିଛନ୍ତି । "100 କୋଟି ଫିଲ୍ମରେ ଅଭିନୟ କରିବା ଅପେକ୍ଷା ମୋତେ ଦରିଦ୍ର ଓ ପ୍ରବାସୀମାନଙ୍କ ସାହାର୍ଯ୍ୟ କରିବାରେ ଅଧିକ ଖୁସି ମିଳୁଛି" ବୋଲି ସୋନୁ ସୁଡ ପୂର୍ଦରୁ ଏକ ପ୍ରେସ କନଫେରନ୍ସରେ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 29, 2020, 6:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.