ଶ୍ରୀନଗର: ଜମ୍ମୁ-କାଶ୍ମୀର ପୁଲୱାମାରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ତେବେ ଏଥର ପୋଲିସକର୍ମୀଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କୀ । ପୁଲୱାମାର ପୋଲିସ ଷ୍ଟେସନରେ ଗ୍ରେନେଡ ମାଡ ହୋଇଥିବା ଜଣା ପଡିଛି । ଆକ୍ରମଣରେ କିଛି ସାଧାରଣ ନାଗରିକ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣା ପଡିଛି ।
ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟା ସମୟରେ ଗ୍ରେନେଡ ମାଡ ହୋଇଛି । କିନ୍ତୁ ସୌଭାଗ୍ୟବଶତଃ ସମସ୍ତ ଗ୍ରେନେଡ ପୋଲିସ ଷ୍ଟେସନ ବାହାରେ ହିଁ ବିସ୍ଫୋରଣ ହୋଇଛି ।
ଦିନକ ପୂର୍ବରୁ ପୁଲୱାମାରେ ଦୁଇ ଦୁଇଟି ଆକ୍ରମଣ ଘଟାଇଛନ୍ତି ଆତଙ୍କବାଦୀ । ଅରିହଲ ପରେ ଟ୍ରାଲ ଅଞ୍ଚଳରେ ଯବାନଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କୀ । ସିଆରପିଏଫ 180 ବାଟାଲିୟନର ମୁଖ୍ୟ କାର୍ଯ୍ୟାଳୟରେ ଗ୍ରେନେଡ ମାଡ କରିଥିଲେ ଆତଙ୍କୀ ।