ETV Bharat / bharat

'ଗ୍ରାଣ୍ଡ ଚ୍ୟାଲେଞ୍ଜ ବାର୍ଷିକ ବୈଠକ' ଉଦଘାଟନୀ କାର୍ଯ୍ୟକ୍ରମରେ ବକ୍ତବ୍ୟ ପ୍ରଦାନ କରିବେ ମୋଦି - primeminister narendra modi latest news

ଅକ୍ଟୋବର 19ରେ ଭର୍ଚୁଆଲରେ 'ଗ୍ରାଣ୍ଡ ଚ୍ୟାଲେଞ୍ଜ ବାର୍ଷିକ ବୈଠକ' ଉଦଘାଟନୀ କାର୍ଯ୍ୟକ୍ରମରେ ବକ୍ତବ୍ୟ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ 40 ଟି ଦେଶର 1,600 ଜଣ ଅଂଶଗ୍ରହଣ କରିବେ | ଅଧିକ ପଢନ୍ତୁ...

'ଗ୍ରାଣ୍ଡ ଚ୍ୟାଲେଞ୍ଜ ବାର୍ଷିକ ବୈଠକ' ଉଦଘାଟନୀ କାର୍ଯ୍ୟକ୍ରମରେ ବକ୍ତବ୍ୟ ପ୍ରଦାନ କରିବେ ପିଏମ ମୋଦି

author img

By

Published : Oct 17, 2020, 4:21 PM IST

ନୂଆଦିଲ୍ଲୀ: ସୋମବାର ଭର୍ଚୁଆଲରେ 'ଗ୍ରାଣ୍ଡ ଚ୍ୟାଲେଞ୍ଜ ବାର୍ଷିକ ବୈଠକ' ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ବକ୍ତବ୍ୟ ପ୍ରଦାନ କରିବେ। ଗତ 15 ବର୍ଷ ଧରି ଗ୍ରାଣ୍ଡ ଚ୍ୟାଲେଞ୍ଜର ବାର୍ଷିକ ବୈଠକ ସ୍ବାସ୍ଥ୍ୟ ଏବଂ ବିକାଶର ସବୁଠୁ ବଡ ଆହ୍ବାନର ମୁକାବିଲା ପାଇଁ ଆନ୍ତର୍ଜାତୀୟ ଉଦ୍ଭାବନ ସହଯୋଗକୁ ସମର୍ଥନ କରିଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଶନିବାର ଏକ ବିବୃତ୍ତିରେ କୁହାଯାଇଛି ।

ଚଳିତ ବର୍ଷ ଅକ୍ଟୋବର 19 ରୁ 21 ଗ୍ରାଣ୍ଡ ଚ୍ୟାଲେଞ୍ଜର ବାର୍ଷିକ ବୈଠକ ଭର୍ଚୁଆଲରେ ଅନୁଷ୍ଠିତ ହେବ । ଏଥିରେ ନୀତି ନିର୍ଣ୍ଣୟକାରୀ ଏବଂ ବୈଜ୍ଞାନିକ ମାନେ ଯୋଗଦେବେ । COVID-19 "ବିଶ୍ବ ପାଇଁ ଭାରତ " ଥିମ ସହିତ ବିଶ୍ବର ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଏହା ବୈଜ୍ଞାନିକ ସହଯୋଗ ପାଇଁ ଆହ୍ବାନ କରିବ ବୋଲି ବିବୃତ୍ତିରେ କୁହାଯାଇଛି। ଗ୍ରାଣ୍ଡ ଚ୍ୟାଲେଞ୍ଜ ବାର୍ଷିକ ବୈଠକ 2020 ବିଲ୍ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍, ବାୟୋଟେକ୍ନୋଲୋଜି ବିଭାଗ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ, ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଏବଂ ନୀତି ଆୟୋଗ, ଗ୍ରାଣ୍ଡ ଚ୍ୟାଲେଞ୍ଜରେ କାନାଡା, ଆମେରିକା ଏଜେନ୍ସି ସହିତ ମିଳିତ ଭାବେ ଆୟୋଜିତ ହେବ |

ଏହି କାର୍ଯ୍ୟକ୍ରମରେ ବିଶ୍ବ ନେତା, ବିଶିଷ୍ଟ ବୈଜ୍ଞାନିକ ଏବଂ ଗବେଷକମାନେ ଯୋଗଦେବେ । ମହାମାରୀ ପରବର୍ତ୍ତୀ ବିଶ୍ବର ସ୍ଥାୟୀ ବିକାଶ ଲକ୍ଷ୍ୟଗୁଡିକରେ ପ୍ରଗତିକୁ ତ୍ବରାନ୍ବିତ କରିବା ପାଇଁ ପ୍ରମୁଖ ପ୍ରାଥମିକତା ଉପରେ ଆଲୋଚନା କରିବେ । COVID-19 ପରିଚାଳନା ପାଇଁ ଆହ୍ବାନ ଗୁଡିକର ସମାଧାନ ପାଇଁ ବିସ୍ତୃତ ଭାବରେ ଆଲୋଚନା କରିବେ | ପ୍ରାୟ 40 ଟି ଦେଶର 1,600 ଜଣ ଏହି ସଭାରେ ଅଂଶଗ୍ରହଣ କରିବେ |

@ANI

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.