ETV Bharat / bharat

N-95 ମାସ୍କକୁ ନେଇ କେନ୍ଦ୍ର ସରକାରଙ୍କ ଚେତାବନୀ: ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି

author img

By

Published : Jul 21, 2020, 3:52 PM IST

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ରାଜୀବ ଗର୍ଗ ସ୍ବାସ୍ଥ୍ୟ ଏବଂ ଚିକିତ୍ସା ଶିକ୍ଷା ବିଭାଗର ମୁଖ୍ୟ ସଚିବମାନଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ସ୍ବୀକୃତପ୍ରାପ୍ତ ସ୍ବସ୍ଥ୍ୟ କର୍ମଚାରୀଙ୍କ ସ୍ଥାନରେ ଲୋକମାନେ N-95 ମାସ୍କର ବ୍ୟବହାର ଉପରେ ରୋକ ଲଗାଇବା ସହ ଚେତାବନୀ ଜାରି କରିଛନ୍ତି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗୁଛି କୋରୋନା ସଂକ୍ରମଣ । ମାରାତ୍ମକ ମହାମାରୀ କୋରୋନା ଭାଇରସକୁ ଏଡାଇବା ପାଇଁ ଲୋକମାନେ ବିଭିନ୍ନ ମାସ୍କ ପିନ୍ଧିଛନ୍ତି । ଏଥିରେ ସାଧାରଣତଃ ଚର୍ଚ୍ଚାର ରହିଥିବା ମାସ୍କ ହେଉଛି N-95 ମାସ୍କ । କିନ୍ତୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଲେଖିଥିବା ଏକ ଚିଠି ଏବେ ସମସ୍ତଙ୍କୁ ଚକିତ କରିଛି। ପ୍ରକୃତରେ, କେନ୍ଦ୍ରର ଚିଠିରେ ଦର୍ଶାଯାଇଛି ଯେ N-95 ମାସ୍କ କୋରୋନା ସଂକ୍ରମଣ ଦିଗରେ ଫଳପ୍ରଦ ମାସ୍କ ନୁହେଁ । ଏହି ମାସ୍କ ବ୍ୟବହାର ଦିଗରେ ଅନେକ ଗୁରୁତ୍ବପୂର୍ଣ୍ଣ କଥା ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଲେଖାଯାଇ ସତର୍କ କରାଯାଇଛି । ଏହାସହ ଏହି ମାସ୍କ ବ୍ୟବହାର କରିବା ପାଇଁ ବାରଣ କରିଛନ୍ତି କେନ୍ଦ୍ର ସରକାର ।

N-95 ମାସ୍କକୁ ନେଇ କେନ୍ଦ୍ର ସରକାରଙ୍କ ଚେତାବନୀ: ରାଜ୍ୟ-କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ରାଜୀବ ଗର୍ଗ ସ୍ବାସ୍ଥ୍ୟ ଏବଂ ଚିକିତ୍ସା ଶିକ୍ଷା ବିଭାଗର ମୁଖ୍ୟ ସଚିବମାନଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ଲୋକମାନଙ୍କୁ N-95 ମାସ୍କର ବ୍ୟବହାର ଉପରେ ରୋକ ଲଗାଇବା ସହ ଚେତାବନୀ ଜାରି କରିଛନ୍ତି ।

N-95 ମାସ୍କକୁ ନେଇ କେନ୍ଦ୍ର ସରକାରଙ୍କ ଚେତାବନୀ

ଭାଲ୍‌ବ ଯୁକ୍ତ N-95 ମାସ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାର ଏହି ଚିଠି ଲେଖିଛନ୍ତି। କେନ୍ଦ୍ରର ଏହି ଚିଠିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଏହି ମାସ୍କରେ ଲାଗିଥିବା 'ଭଲବ ରେସପାରେଟୋରୀ' କୋରୋନା ଭାଇରସର ବିସ୍ତାରକୁ ରୋକିବାକୁ ନିଆଯାଇଥିବା ପଦକ୍ଷେପର ବିପରୀତ ସାବ୍ୟସ୍ତ ହେଉଛି । ଏହା ଭାଇରସକୁ ବାହାରକୁ ବାହର କରିବାରେ ସକ୍ଷମ ହୋଇ ନଥାଏ । ଏହାସହ ସଂକ୍ରମିତଙ୍କଠୁ ଭାଲ୍‌ବ ବାଟ ଦେଇ ଭୂତାଣୁ ବାହାରିବାର ସମ୍ଭାବନା ରହିଛି ସେଥିପାଇଁ N-95 ମାସ୍କର ବ୍ୟବହାର ନକରିବାକୁ ସେ ନିର୍ଦେଶ ଦେଇଛନ୍ତି । N-95 ମାସ୍କ ବଦଳରେ ଟ୍ରିପଲ ଲେୟାରଯୁକ୍ତ କପଡା ମାସ୍କ ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଟ୍ରିପଲ ଲେୟାରଯୁକ୍ତ କପଡା ମାସ୍କ ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ଏପ୍ରିଲରେ କେନ୍ଦ୍ର ସରକାର ଏକ ଗାଇଡଲାଇନ ଜାରି କରିଥିଲେ । ଯେଉଁଥିରେ ଘରେ ତିଆରି ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଥିଲା । ପାଟି ନାକକୁ ଘୋଡେଇ ରଖୁଥିବା ମାସ୍କ ପିନ୍ଧିବାକୁ କେନ୍ଦ୍ର ପରାମର୍ଶ ଦେଇଥିଲା । ଲୋକଙ୍କୁ ସୂତା କପଡ଼ାରେ ନିର୍ମିତ ମାସ୍କ ପିନ୍ଧିବାକୁ କୁହାଯାଇଥିଲା। ଏହା ବ୍ୟତୀତ ପ୍ରତିଦିନ ମାସ୍କ ଧୋଇବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା।

ମାସ୍କ ପିନ୍ଧିଥିବା ଲୋକଙ୍କୁ ସଠିକ୍ ଭାବରେ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି । ଧୋଇବା ବିନା ମାସ୍କ ଆଉ ପିନ୍ଧିବା ଉଚିତ୍ ନୁହେଁ । ଆହୁରି ମଧ୍ୟ, ଆପଣଙ୍କର ଫେସ କଭର କିମ୍ବା ମାସ୍କ ଅନ୍ୟ କାହାର ବ୍ୟବହାର କରନ୍ତୁ ନାହିଁ । ପରିବାରର ସମସ୍ତ ସଦସ୍ୟଙ୍କର ନିଜସ୍ବ ଫେସ ମାସ୍କ ରହିବା ଉଚିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.