ETV Bharat / bharat

ମୋଦି ସରକାରଙ୍କ ନୂଆ ପ୍ଲାନ, ବଦଳିବ ଐତିହାସିକ ରାଜପଥ

author img

By

Published : Sep 13, 2019, 2:51 PM IST

ଏଡୱିନଙ୍କ ଦ୍ଵାରା ଡିଜାଇନ କରାଯାଇଥିବା ରାଷ୍ଟ୍ରପତି ଭବନ ଠାରୁ ଆରମ୍ଭ କରି ଇଣ୍ଡିଆ ଗେଟ ଏବଂ ଏହାର ନିକଟବର୍ତ୍ତୀ ପାଖାପାଖି ୪କିମି ଦୂରରେ ଥିବା କୋଠା ଗୁଡିକୁ ନେଇ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି।

ଫାଇଲ ଫଟୋ

ନୂଆଦିଲ୍ଲୀ: ନୂଆ ଭାରତର ନୂଆ ଚିତ୍ର । ରାଜପଥ, ସଂସଦ ଓ ସଚିବାଳୟର ବଦଳିବ ରୂପରେଖ । ଆସିବ ନୂଆ ପ୍ଲାନ । କାରଣ ମୋଦି ସରକାର ନୂଆଦିଲ୍ଲୀର ଐତିହାସିକ ରାଜପଥକୁ ନୂଆ ରୂପରଙ୍ଗ ଦେବାକୁ ଯାଉଛନ୍ତି। ଏଡୱିନ ଲୁଟିୟଂସଙ୍କ ଦ୍ଵାରା ଡିଜାଇନ କରାଯାଇଥିବା ରାଷ୍ଟ୍ରପତି ଭବନ ଠାରୁ ଆରମ୍ଭ କରି ଇଣ୍ଡିଆ ଗେଟ ଏବଂ ଏହାର ନିକଟବର୍ତ୍ତୀ ପାଖାପାଖି ୪କିମି ଦୂରରେ ଥିବା କୋଠା ଗୁଡିକୁ ନେଇ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ରାଜପଥ, ସଂସଦ ଭବନ ଏବଂ ସଚିବାଳୟ ସବୁକୁ ଆଧୁନୀକିକରଣ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର ।

ସରକାର କେବଳ ସଂସଦ ଭବନ ନୁହେଁ ବରଂ ସେଣ୍ଟ୍ରାଲ ୱିଷ୍ଟାକୁ ନୂଆ ରୂପ ଦେବାକୁ ଯାଉଛନ୍ତି। ତେବେ ବର୍ତ୍ତମାନର ସଂସଦ ଭବନ ସ୍ଥାନରେ ନୂଆ ସଂସଦ ଭବନ ନିର୍ମାଣ କରାଯିବ ନା ପୁରୁଣା ସଂସଦ ଭବନରେ କୌଣସୀ ପରିବର୍ତ୍ତନ କରାଯିବ ସେନେଇ ଏଯାଁଏ କିଛି ସ୍ପଷ୍ଟ ହୋଇନାହିଁ ।

ସରକାରଙ୍କ ଯୋଜନା ମୁତାବକ, କେନ୍ଦ୍ରୀୟ ସଚିବାଳୟ ଠାରୁ ଇଣ୍ଡିଆ ଗେଟ ଯାଏଁ ସମ୍ପୂର୍ଣ୍ଣ ଅଞ୍ଚଳକୁ ନୂଆ ରୂପ ଦିଆଯିବ। ଏହି କାମ ପାଇଁ ଆବାସ ଏବଂ ସହରୀ କାର୍ଯ୍ୟ ମନ୍ତ୍ରାଳୟ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ କମ୍ପାନୀଙ୍କ ଠାରୁ ପ୍ରସ୍ତାବ ମାଗିଛନ୍ତି।

ମନ୍ତ୍ରାଳୟର ଉଚ୍ଚ ପଦସ୍ତ ସୂତ୍ର ମୁତାବକ, ଏହି ବିଷୟରେ ସେପ୍ଟେମ୍ବର ୨ରୁ CPWDରୁ ପ୍ରସ୍ତାବ ମଗା ଯାଇଛି। ଅକ୍ଟୋବର ୧୫ ମଧ୍ୟରେ ଏନେଇ ପ୍ରସ୍ତାବ ଦେବା ପାଇଁ କମ୍ପାନୀ ଗୁଡିକୁ କୁହାଯାଇଛି। ତେବେ ବର୍ତମାନର ଥିବା ସଂସଦ ଭବନରେ ଜାଗା କମ ଥିବାରୁ ଏହାକୁ ସଂଗ୍ରାହଳୟ କରିବାକୁ ଯୋଜନା କରାଯାଉଥିବା ସୂଚନା ମିଳିଛି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.