ନୂଆଦିଲ୍ଲୀ: ଦେଶରେ ଡାଟା ସୁରକ୍ଷା ବର୍ତ୍ତମାନ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ଡାଟା ସୁରକ୍ଷା ଆଇନ ନେଇ କେନ୍ଦ୍ର ଆଇନ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ, ଡାଟା ବିସ୍ତାରତାକୁ ଭାରତ ବରଦାସ୍ତ କରିବ ନାହିଁ । ସେ କହିଛନ୍ତି ଯେ, ଦେଶର ନାଗରିକଙ୍କ ତଥ୍ୟ ଦେଶର ତଥ୍ୟ ଅଟେ । ସରକାର କଦାପି ଦେଶର ସାର୍ବଭୌମତ୍ବ ଉପରେ ଆପୋଷ ବୁଝାମଣା କରିବେ ନାହିଁ ବୋଲି କହିଛନ୍ତି ରବି ଶଙ୍କର ପ୍ରସାଦ ।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ଖୁବ ଶୀଘ୍ର କେନ୍ଦ୍ର ଦେଶରେ ଡାଟା ସୁରକ୍ଷା ଆଇନ ଆସିବ । ଏହାସହ ସଂସଦର ଏକ ଚୟନ କମିଟି ଏହା ଉପରେ ଯାଞ୍ଚ କରିସାରିଛନ୍ତି ।
ନିଜ ପିତା ସ୍ବର୍ଗତ ଠାକୁର ପ୍ରସାଦଙ୍କ ସ୍ମୃତିରେ ଆୟୋଜିତ ଏକ ଭର୍ଚୁଆଲ ଅଭିଭାଷଣରେ ଯୋଗ ଦେଇ ଏ ସଂକ୍ରାନ୍ତରେ ତଥ୍ୟ ପ୍ରଦାନ କରିଛନ୍ତି । ଏହାସହ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, କୋରୋନା ମହାମାରୀ କାର୍ଯ୍ୟଶୈଳୀରେ ବ୍ୟାପକ ପରିବର୍ତ୍ତନ କରିଛି ।
ଏହାସହ ଭାରତର ଏକ ବଡ ସମସ୍ୟା ଅଦାଲତ ସମସ୍ୟା ଉପରେ ସେ ସୂଚନା ପ୍ରଦାନ କରିଛନ୍ତି । ଏବେ କୋର୍ଟରେ ଭର୍ଚୁଆଲ ଶୁଣାଣି ଆରମ୍ଭ କରିଛନ୍ତି । ଭର୍ଚୁଆଲ ଶୁଣାଣି ହେବା ପରଠାରୁ ହାଇକୋର୍ଟଗୁଡିକ ପ୍ରାୟ 1 ଲକ୍ଷ 75 ହଜାର ମାମଲା ପରିଚାଳନା କରିଛନ୍ତି । ନମ୍ନ ଅଦାଲତରେ 7 ଲକ୍ଷ 34 ହଜାରରୁ ଅଧିକ ମାମଲାର ଶୁଣାଣି ସରିଛି । ସେହିପରି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟରେ ମଧ୍ୟ 7ହଜାର 800 ମାମଲା ପରିଚାଳନା କରିଛନ୍ତି।
ଡାଟା ଗୋପନୀୟତା ବିଷୟରେ ସମସ୍ତଙ୍କୁ ଚେତାବନୀ ଦେଇଛନ୍ତି ରବି ଶଙ୍କର । ଡାଟା ଗୋପନୀୟତା ପ୍ରସଙ୍ଗ ଯେତେ ଗୋପନୀୟ ଦେଶ ସେତେ ଅଧିକ ସଶକ୍ତ ବୋଲି ସେ କହିଛନ୍ତି ।
@AIR