ନୂଆଦିଲ୍ଲୀ: ଅର୍ଥନୈତିକ ମନ୍ଥରତା ଭାରତୀୟ କର୍ପୋରେଟଙ୍କୁ ଦୁର୍ବଳ କରିଦେଇଛି ଓ ସରକାର କୋରୋନା ସଙ୍କଟ ସହ ଲଢୁଥିବା ବେଳେ କୌଣସି ବିଦେଶୀ ସ୍ବାର୍ଥ ନିୟନ୍ତ୍ରଣ ନକରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।
ଷ୍ଟକ୍ ମାର୍କେଟରେ ଅବନତି ପରେ କେତେକ ବିଦେଶୀ ଅନୁଷ୍ଠାନ ଭାରତୀୟ କମ୍ପାନୀର ଅଂଶ କିଣୁଥିବାର ଖବର ଆସିବା ପରେ ରାହୁଲ ଗାନ୍ଧୀ ଚିନ୍ତା ପ୍ରକଟ କରିଛନ୍ତି । ପ୍ରକାଶଥାଉକି, ଚୀନର କେନ୍ଦ୍ରୀୟ ବ୍ୟାଙ୍କ ଭାରତର ହାଉସିଂ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ ଠାରୁ 1.01 ପ୍ରତିଶତ ଷ୍ଟକ୍ କିଣିବା ନେଇ ରିପୋର୍ଟ ଆସିଥିଲା ।
@PTI