ETV Bharat / bharat

ବେଲଗାମ ପିଆଜ ଦର ନିୟନ୍ତ୍ରଣ ପାଇଁ ବ୍ୟବସାୟୀଙ୍କ ଉପରେ ଷ୍ଟକ ଲିମିଟ ଲାଗୁ

ପିଆଜର କ୍ରମାଗତ ଦରବୃଦ୍ଧିରେ ଲଗାମ ଲଗାଇବାକୁ ଷ୍ଟକ ଲିମିଟ ଲାଗୁ କରିଛନ୍ତି କେନ୍ଦ୍ର ସରକାର । ତେବେ ଉଭୟ ଖୁଚୁରା ଓ ହୋଲସେଲ କାରବାରରେ ଉପରେ ଏହି ଷ୍ଟକ ଲିମିଟ ଡିସେମ୍ବର 31 ଯାଏଁ ଜାରି ରହିବ । ଅଧିକ ପଢନ୍ତୁ...

ବେଲଗାମ ପିଆଜ ଦର ନିୟନ୍ତ୍ରଣ ପାଇଁ ବ୍ୟବସାୟୀଙ୍କ ଉପରେ ଷ୍ଟକ ଲିମିଟ ଲାଗୁ
ବେଲଗାମ ପିଆଜ ଦର ନିୟନ୍ତ୍ରଣ ପାଇଁ ବ୍ୟବସାୟୀଙ୍କ ଉପରେ ଷ୍ଟକ ଲିମିଟ ଲାଗୁ
author img

By

Published : Oct 23, 2020, 9:35 PM IST

ନୂଆଦିଲ୍ଲୀ: ଖାଉଟିଙ୍କୁ କନ୍ଦାଉଛି ପିଆଜ । ଦେଶର ରାଜ୍ୟରେ ପିଆଜ ଦର ଏବେ ଶତକ ଛୁଇଁବା ଉପରେ ରହିଛି । ପିଆଜର କ୍ରାମାଗତ ଦରବୃଦ୍ଧିରେ ଲଗାମ ଲଗାଇବାକୁ ଷ୍ଟକ ଲିମଟ ଲାଗୁ କରିଛନ୍ତି କେନ୍ଦ୍ର ସରକାର । ତେବେ ଉଭୟ ଖୁଚୁରା ଓ ହୋଲସେଲ କାରବାରରେ ଉପରେ ଏହି ଷ୍ଟକ ଲିମିଟ ଡିସେମ୍ବର 31 ଯାଏଁ ଜାରି ରହିବ ।

ବେଲଗାମ ପିଆଜ ଦର ନିୟନ୍ତ୍ରଣ ପାଇଁ ବ୍ୟବସାୟୀଙ୍କ ଉପରେ ଷ୍ଟକ ଲିମିଟ ଲାଗୁ
ବେଲଗାମ ପିଆଜ ଦର ନିୟନ୍ତ୍ରଣ ପାଇଁ ବ୍ୟବସାୟୀଙ୍କ ଉପରେ ଷ୍ଟକ ଲିମିଟ ଲାଗୁ

ଖାଉଟି ଉପଭୋକ୍ତା ମାମଲାର ସଚିବ ଲୀନା ନନ୍ଦନ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏହି ନିୟମ ଅନୁଯାୟୀ ଖୁଚୁରା ବେପାରୀ 2 ଟନ ପର୍ଯ୍ୟନ୍ତ ପିଆଜ ଗଚ୍ଛିତ କରି ରଖିପାରିବେ । ସେହିପରି ହୋଲସେଲ ଦୋକାନୀଙ୍କୁ 25 ଟନ ପର୍ଯ୍ୟନ୍ତ ପିଆଜ ଗଚ୍ଛିତ ରଖିବାକୁ ଅନୁମତି ମିଳିଛି । ଏନେଇ ଖାଉଟି ମନ୍ତ୍ରୀ ପିୟୁଷ ଗୋୟଲ ମଧ୍ୟ ଟ୍ବିଟ କରି ଦେଇଛନ୍ତି ସୂଚନା ।

ପିଆଜ ଦରବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରସରକାର ସେଣ୍ଟ୍ରାଲ ବଫର ଷ୍ଟକ ଖୋଲିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ରାଜ୍ୟଗୁଡିକ କେନ୍ଦ୍ରୀୟ ବଫର ଷ୍ଟକରୁ ପିଆଜ ନେଇ ଖୁଚୁରା ଦରରେ ବିକ୍ରି କରିପାରିବେ। ପିଆଜ ଦର ବୃଦ୍ଧି ନିୟନ୍ତ୍ରଣ ପାଇଁ ଅନେକ ପଦକ୍ଷେପ ନିଆଯାଉଛି ବୋଲି ଲୀନା ନନ୍ଦନ କହିଛନ୍ତି। ମହାରାଷ୍ଟ୍ରର ନାସିକ ସ୍ଥିତ ସେଣ୍ଟ୍ରାଲ ବଫର୍ ଷ୍ଟକରୁ ରାଜ୍ୟଗୁଡିକ କିଲୋଗ୍ରାମ ପିଛା 26 ରୁ 28 ଟଙ୍କାରେ ପିଆଜ ନେଇପାରିବେ।

ନନ୍ଦନ କହିଛନ୍ତି ଯେ ଆସାମ, ଆନ୍ଧ୍ରପ୍ରଦେଶ, ବିହାର, ଚଣ୍ଡିଗଡ଼, ହରିୟାଣା, ତେଲେଙ୍ଗାନା ଏବଂ ତାମିଲନାଡୁ ସେଣ୍ଟ୍ରାଲ ବଫର ଷ୍ଟକରୁ ପିଆଜ କିଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ରାଜ୍ୟଗୁଡ଼ିକ ସେଣ୍ଟ୍ରାଲ ବଫର ଷ୍ଟକରୁ 8 ହଜାର ଟନ୍ ପିଆଜ କିଣିବାକୁ ଯାଉଛନ୍ତି | ମନ୍ତ୍ରଣାଳୟ ଅନ୍ୟ ରାଜ୍ୟଗୁଡିକର ଉତ୍ତରକୁ ଅପେକ୍ଷା କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.