ETV Bharat / bharat

ଧାର୍ଯ୍ୟ ସମୟ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ରାଜ୍ୟସଭା - ଧାର୍ଯ୍ୟ ସମୟ ପୂର୍ବରୁ ଅନିଶ୍ଚିତକାଳ ପାଇଁ ବନ୍ଦ ରହିବ ରାଜ୍ୟସଭା

ଧାର୍ଯ୍ୟ ସମୟ ପୂର୍ବରୁ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବ । ଏନେଇ ଆଜି(ବୁଧବାର) ରାଜ୍ୟସଭାରେ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି. ମୁରଲୀଧରଣ କହିଛନ୍ତି । ଅଧିକ ପଢନ୍ତୁ...

ଧାର୍ଯ୍ୟ ସମୟ ପୂର୍ବରୁ ଅନିଶ୍ଚିତକାଳ ପାଇଁ ବନ୍ଦ ରହିବ ରାଜ୍ୟସଭା

author img

By

Published : Sep 23, 2020, 10:09 AM IST

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଦଶମ ଦିନରେ ପହଞ୍ଚିଛି । ଆଠ ନିଲମ୍ବିତ ସାଂସଦଙ୍କ ପ୍ରତ୍ୟାହାର ଦାବିରେ ଆଜି ବି ବିରୋଧୀ ଗୃହ ବର୍ଜନ କରିଛନ୍ତି । ସେପଟେ ଧାର୍ଯ୍ୟ ସମୟ ପୂର୍ବରୁ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସରକାର ଘୋଷଣା କରିଛନ୍ତି । ତେବେ ଏହା ପୂର୍ବରୁ ଲୋକସଭାରେ ପାରିତ ହୋଇଥିବା ବିଲକୁ ଆଜି ଉଚ୍ଚ ସଦନରେ ପାସ କରାଯିବ ବୋଲି ଗୃହରେ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି. ମୁରଲୀଧରଣ କହିଛନ୍ତି ।

ସଂସଦ ଆରମ୍ଭ ହେବା ପୂର୍ବରୁ 30 ଜଣ ସାଂସଦ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପରେ ସାଂସଦ କାର୍ଯ୍ୟ ଆରମ୍ଭ ହେବା ପରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ସମେତ 3 ଜଣ କୋରୋନା ଆକ୍ରାନ୍ତ ହୋଇଥିଲେ । ଫଳରେ ସଂକ୍ରମଣକୁ ରୋକିବାକୁ ସରକାର ସଂସଦକୁ ଆଗୁଆ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଆଜି ରାଜ୍ୟସଭାରେ ପାଞ୍ଚଟି ବିଲ ପାରିତ କରି ସଂସଦକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯିବ । ସରକାର ବିନା କୌଣସି ବିରୋଧରେ ଶ୍ରମ ସଂକେତ ବିଲ୍, ଏଫସିଆରଏ ସଂଶୋଧନ ବିଲ୍, ଜେ ଆଣ୍ଡ କେ ଭାଷା ବିଲ୍ ଏବଂ ନେଟିଂ ବିଲ୍ ପାସ୍ କରିବାକୁ ଯୋଜନା କରିଛନ୍ତି। ସେପଟେ ଅପରାହ୍ନ 3ଟା ପରିବର୍ତ୍ତେ ସନ୍ଧ୍ୟା 6 ଟାରେ ଆରମ୍ଭ ଲୋକସଭାରେ ଗୃହକାର୍ଯ୍ୟ । ଏନେଇ ବାଚସ୍ପତି ଓମ ବିର୍ଲା କହିଛନ୍ତି ।ଏହା ପରେ ନିମ୍ନ ଗୃହକୁ ଅନିର୍ଦ୍ଦିଷ୍ଟ ସମୟ ପାଇ ସ୍ଥଗିତ ରଖାଯାଇପାରେ ।

ସୂଚନାଯୋଗ୍ୟ,ଗତ ସେପ୍ଟେମ୍ବର 14 ରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା । ଏଥର ରବିବାର ଓ ଶନିବାର ବିନା ଛୁଟିରେ 18ଟି କାର୍ଯ୍ୟ ଦିବସ ରଖାଯାଇଥିଲେ । ଅକ୍ଟୋବର 1 ପର୍ଯ୍ୟନ୍ତ ଚାଲିଥାନ୍ତା ମୌସୁମୀ ଅଧିବେଶନ ।

ବ୍ୟୁରେ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.